ଅପରାଧ
ଘରୁ ଟଙ୍କା, ସୁନାଗହଣା ଲୁଟ୍ – Kalinga News

[ad_1]
ଅଳତି:କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମର ସ୍ୱର୍ଗତ ଶିଶିର ମଲ୍ଲିକଙ୍କ ଘରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଟଙ୍କା ଓ ସୁନାଗହଣା ଲୁଟ୍ କରିଛନ୍ତି। ପୁଲିସ ସୂଚନା ଅନୁସାରେ, ବେଲସୁନ୍ଦରୀ ଗ୍ରାମର ସ୍ୱର୍ଗତ ମଲ୍ଲିକଙ୍କ ପତ୍ନୀ ଓ ପୁଅ ପ୍ରବଳ ଗରମ ଯୋଗୁଁ ବାହାର ଘରେ ଶୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାରିପଟୁ ରଡ୍ ସାହାଯ୍ୟରେ ତାଲା ଭାଙ୍ଗି ଘରେ ପଶିଥିଲେ। ନଗଦ ୧୭ ହଜାର ଟଙ୍କା ଓ ସୁନାଗହଣା ଲୁଟ୍ କରିଥିବା ଜଣାପଡ଼ିଛି। ସକାଳୁ ପରିବାର ଲୋକେ ଘରୁ ଚୋରି ହୋଇଥିବା ଜାଣିବା ପରେ ରାମଚନ୍ଦ୍ରପୁର ଥାନାକୁ ଖବର ଦେଇଥିଲେ। ଆଇଆଇସି ବିଜୟ ସିଂ ଓ ଏସ୍ଆଇ ରବୀନ୍ଦ୍ର ମୁଣ୍ଡାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଛନ୍ତି।
[ad_2]




