ଦେଶ- ବିଦେଶ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା କେ କବିତାଙ୍କୁ ଗିରଫ କଲା ସିବିଆଇ – Kalinga News

[ad_1]

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଗୁରୁବାର ଦିନ ଭାରତ ରାଷ୍ଟ୍ର ସମିତି ଏମଏଲସି କେ କବିତାଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ଏବେ ତିହାର ଜେଲରେ ଅଛନ୍ତି। ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ସେ ଜେଲରେ ରହିବେ୍। ଗତ ମାର୍ଚ୍ଚ ୧୫ ତାରିଖରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିଲେ। ତେବେ କବିତାଙ୍କୁ ଏହି ମାମଲାରେ ଗିରଫ କରିବାପାଇଁ ସିବିଆଇ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରିଥିଲା। ବୁଧବାର ସନ୍ଧ୍ୟାରେ କୋର୍ଟ ଏଥିପାଇଁ ସିବିଆଇକୁ ଅନୁମତି ଦେବାପରେ ସିବିଆଇ ଦ୍ବାରା ଆଜି କେ କବିତା ଗିରଫ ହୋଇଛନ୍ତି। ଆସନ୍ତାକାଲି କବିତାଙ୍କୁ କୋର୍ଟରେ ହାଜର କରିବାପରେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବ। ପୂର୍ବରୁ କବିତା କହିଥିଲେ ସିବିଆଇ ଜେଲରେ ତାଙ୍କ ବୟାନ ରେକର୍ଡ କରିଥିଲା ଏବଂ ଏହା ଏକ ରାଜନୈତକ ମାମଲା ବୋଲି କହିଥିଲା। ଉଲ୍ଲେଖଯୋଗ୍ୟ ଯେ ଏକ ସ୍ବତନ୍ତ୍ର କୋର୍ଟରୁ ଅନୁମତି ଆଣିବାପରେ ସିବିଆଇ ଅଧିକାରୀମାନେ ନିକଟରେ କେ କବିତାଙ୍କ ବୟାନ ରେକର୍ଡ କରିଥିଲେ। ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିବାର ଏହା ଏକ ମାମଲା ବୋଲି ସେ କହିଛନ୍ତି। ଏପ୍ରିଲ ୬ ତାରିଖରେ ସିବିଆଇ ଅଧିକାରୀମାନେ୍ କେ କବିତାଙ୍କୁ ଜେରା କରିବାପାଇଁ ତିହାର ଜେଲ୍ ଯାଇଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button