ଓଜନ କମାଇବା ପାଇଁ 6 ଟି ଟିପ୍ସ, ମୋଟାପା ପାଇଁ ଚିନ୍ତିତ ଥିଲେ ନିଶ୍ଚୟ ଦେଖନ୍ତୁ
ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ଓଜନ ଟିକେ ବଢି ଗଲେ ଲୋକମାନେ ଚିନ୍ତାରେ ପଡି ଯାଉଛନ୍ତି । ବନ୍ଧୁଗଣ ମୋଟା ହେବା ଦ୍ଵାରା ଶରୀର ଅସୁନ୍ଦର ଦେଖାଯାଇଥାଏ ଏହା ସହିତ ଶରୀରରେ ଅନେକ ରୋଗ ଘର କରିଥାନ୍ତି । ବନ୍ଧୁଗଣ ମୋଟାପଣ ହେବାର କାରଣ କଣ । ସାଧାରଣତଃ ଲୋକ ମାନଙ୍କର ଭୁଲ ଖାଦ୍ୟ ପେୟ ଓ ଭୁଲ ଜୀବନ ଶୈଳୀ ହେତୁ ସେମାନେ ମୋଟାପଣର ଶିକାର ହୋଇଥାନ୍ତି ।
ମୋଟା ହେବା ପରେ ଲୋକମାନେ ଜିମ୍ ଯାନ୍ତି ନଚେତ ମେଡ଼ିସିନ ଖାନ୍ତି । ଅନେକ ଲୋକ ବିଭିନ୍ନ ପ୍ରକାରର ଘରୋଇ ଉପଚାର ପ୍ରୟୋଗ କରନ୍ତି ହେଲେ ସେଥିରେ କୌଣସି ଫଳ ମିଳି ନଥାଏ । ଯଦି ଆପଣ ବି ମୋଟାପଣର ଶିକାର ହୋଇଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ ମୋଟାପଣ କମ କରିବାର ରାମବାଣ ଉପାୟ ବିଷୟରେ କହିବାକୁ ଯାଉଛୁ ।
ଯାହାର ପ୍ରୟୋଗରେ ଆପଣ ମାନେ ଅତି ସହଜରେ ଓ ଅତି ଶୀଘ୍ର ନିଜ ମୋଟାପଣକୁ କମ କରିପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଁଳା କୋଳି ବିଷୟରେ ତ ନିଶ୍ଚୟ ଜାଣିଥିବେ । ଅଁଳା କୋଳି ଯେକୌଣସି ସ୍ଥାନରୁ ଆପଣ ପାଇପାରିବେ । ମୋଟାପଣକୁ କମାଇବା ପାଇଁ ଅଁଳାର ବ୍ୟବହାର ସବୁଠାରୁ ଉତ୍ତମ ଅଟେ ।
ଅଁଳାରେ ପ୍ରଚୁର ମାତ୍ରାରେ ଭିଟାମିନ C ଓ ଏନ୍ଟି ଅକସିଡେଣ୍ଟ ରହିଛି ଯାହା ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିବାରେ ଲାଭଦାୟକ ହୋଇଥାଏ । ପେଟ ପାଇଁ ଅଁଳାକୁ ସୁପ୍ର ଫୁଡ ବୋଲି କୁହାଯାଏ । ଏଥିରେ ଥିବା ଭିଟାମିନ C ଶରୀରରେ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ । ଏହା ସହିତ ଏହା ମେଟାବଲିଜମକୁ ମଝବୁତ କରି ପେଟ ଖାଦ୍ୟ ହଜମ ପ୍ରକ୍ରିୟାକୁ ମଝବୁତ କରିଥାଏ । ଏହାଦ୍ବାରା ଓଜନ ବହୁତ ଶୀଘ୍ର ହ୍ରାସ ପାଇଥାଏ ।
ଅଁଳା ଖାଇଲେ କୋଲେଷ୍ଟ୍ରୋଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ଏବଂ ଓଜନ କମି ଥାଏ । ଏଥିରେ ଥିବା ଫାଇବର ପଚନ କ୍ରିୟାକୁ ଠିକ ରଖିବା ସହ ପାକସ୍ଥଳୀକୁ ଇନଫେକ୍ସନ ଠାରୁ ଦୂରେଇ ରଖିଥାଏ । ଓଜନ କମାଇବା ପାଇଁ ଦୁଇ ରୁ ତିନି ଚାମଚ ଅଁଳା ଜୁଷ କିମ୍ବା ଅଁଳା ପାଉଡର ଉଷୁମ ପାଣିରେ ମିଶାଇ ସକାଳେ ଖାଲି ପେଟରେ ପିଅନ୍ତୁ ଦେଖିବେ ବହୁତ ଶୀଘ୍ର ଆପଣଙ୍କ ଓଜନ କମିଯିବ ।