ରାଜନୀତି

ରାୟବ‌ରେଲିରେ ପ୍ରିୟଙ୍କାଙ୍କ ସହ ଲଢ଼ିବେ ଯାଦବ ପରିବାର ଛୋଟ ବୋହୂ ଅପର୍ଣ୍ଣା ! – Kalinga News

[ad_1]

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମଧ୍ୟ ଜୋରସୋର୍‌ରେ କରୁଛନ୍ତି। ବିଭିନ୍ନ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ ରାଜନୈତିକ ରଣନୀତି କାରଣରୁ କେତେକ ଆସନରେ ପ୍ରାର୍ଥୀ ଘୋଷଣା‌ କରାଯାଇ ପାରି ନାହିଁ। ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରେ କୌଣସି ଦଳ ପକ୍ଷରୁ ନିଜ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ଦଳଙ୍କ ମଧ୍ୟରେ ଏନେଇ ଛକାପଞ୍ଝା ଜାରି ରହିଛି।

ଇତି ମଧ୍ୟରେ ମୁଲାୟମ ସିଂ ଯାଦବଙ୍କ ଛୋଟ ବୋହୂ ଅପର୍ଣ୍ଣା ଯାଦବଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅପର୍ଣ୍ଣା‌ କହିଛନ୍ତି ବିଜେପି ମତେ ଯେଊଁ ଆସନରୁ ଲଢ଼ିବାକୁ ଟିକେଟ ଦେଲେ ମୁଁ ଏହି ଦାୟିତ୍ବକୁ ନିଷ୍ଠାର ସହ ପାଳନ କରିବି। ଯଦି ମତେ ପାର୍ଟି ରାୟବରେଲିରୁ ପ୍ରାର୍ଥୀ କରେ ମୁଁ ତାହାକୁ ସ୍ବୀକାର କରିବି। ଏହା ସହିତ ଏହି ଆସନରେ କଡ଼ା ମୁକାବିଲା ମଧ୍ୟ କରିବି। ଅପର୍ଣ୍ଣାଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ, ସେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଲଢ଼ିବ‌ାକୁ ପ୍ରସ୍ତୁତ ହୋଇ ସାରିଛନ୍ତି।

ସେ ଦାବି କରିଛନ୍ତି ପ୍ରିୟଙ୍କାକୁ ନିଶ୍ଚିତ ଭାବେ ପରାଜିତ କରିବାକୁ ସକ୍ଷମ ହେବେ। ସେ କହିଛନ୍ତି ମୁଁ ସମାଜବାଦୀ ପାର୍ଟି ଟିକେଟରୁ କ୍ୟାଣ୍ଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲି। ତେବେ ପରିସ୍ଥିତି ଖରାପ ଥିବାରୁ ମୁଁ ପରାଜିତ ହେଲେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିଲି। ଏହା ସହିତ ସେ କଂଗ୍ରେସକୁ ଟାର୍ଗେଟ କରି ଦଳ ମହିଳାଙ୍କ ବିରୋଧୀ ବୋଲି ଅଭିଯୋଗ ଆଣିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button