ରାଜନୀତି

କୁଆଡ଼େ ଯିବେ ବିଧାୟକ ରୋହିତ? ଏପଟେ ରାସେଶ୍ବରୀ, ସେପଟେ ପ୍ରସନ୍ନ – Kalinga News

[ad_1]

ସମ୍ବଲପୁର: ଏକଦା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ‘ଅପାରଗ’ ଟ୍ୟାଗ୍‌ ଲଗାଇ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ଏବେ ସମ୍ବଲପୁର ଓ ରେଢ଼ାଖୋଲ ଉଭୟ ଆସନରୁ ସେ ବିରୋଧର ସମ୍ମୁଖୀନ ହେଉଛନ୍ତି। ସ୍ଥିତି ଏମିତି ‌ହୋଇଛି ଯେ ସମ୍ବଲପୁର ଜିଲ୍ଲାର ବାକିଥିବା ଆସନରୁ ପ୍ରାର୍ଥୀ ତାଲିକା ଘୋଷଣା କରିବା ଦଳୀୟ ନେତୃତ୍ବ ପାଇଁ କଷ୍ଟସାଧ୍ୟ ବ୍ୟାପାରରେ ପରିଣତ ହୋଇଛି।

ସମ୍ବଲପୁର ଜିଲ୍ଲାର ୪ଟି ବିଧାନସଭା ଆସନ ମଧ୍ୟରୁ କେବଳ ରେଙ୍ଗାଲି ଆସନରୁ ପ୍ରାର୍ଥୀ ଘୋଷଣା ହୋଇଛି। ଅନୁସୂଚିତ ଜନଜାତିବର୍ଗର କୁଚିଣ୍ଡା ବିଧାନସଭା ଆସନକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। କେବେ ବି କୌଣସି ନିର୍ବାଚନରେ ପରାଜିତ ହୋଇନଥିବା ବର୍ତ୍ତମାନର କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କୁ ଦଳ ପ୍ରାର୍ଥୀ କରିବ ନା’ କିଷାନ ଜାତି ବହୁଳ ଏହି ଅଂଚଳରୁ ଜଣେ କିଷାନ ନେତାଙ୍କୁ ପ୍ରାର୍ଥୀ କରିବ, ତାହା ସ୍ଥିର କରିପାରୁ ନାହିଁ। ଅପରପକ୍ଷରେ ବିଜେଡିର ଗଡ଼ କୁହାଯାଉଥିବା ରେଢ଼ାଖୋଲରେ ବିଜେଡି ଗଣିତ ଗଡ଼ବଡ଼ ହେବାପରେ ରୋହିତ ସମ୍ବଲପୁରମୁହାଁ ହୋଇଥିଲେ। ହେଲେ, ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଏଠାକାର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଇଂ. ସିଦ୍ଧାର୍ଥ ଦାସ ବହୁପୂର୍ବରୁ ନିଜର ସଂଗଠନ ସୁଦୃଢ଼ କରିରଖିଛନ୍ତି। ଫଳତଃ, ଏହି ଆସନରୁ ଦୁହେଁ ଆଶାୟୀ ଅଛନ୍ତି।

ରୋହିତଙ୍କୁ ରାସେଶ୍ବରୀଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିବା ପରେ ସିଦ୍ଧାର୍ଥଙ୍କ ସମର୍ଥକମାନେ ବି ମଇଦାନକୁ ଓହ୍ଲାଇ ଥିଲେ। ଏଭଳି ସ୍ଥିତିରେ ରୋହିତ ପୁଣି ରେଢ଼ାଖୋଲମୁହାଁ ହୋଇଥିଲେ। ହେଲେ, ରେଢ଼ାଖୋଲ ଆସନ ପାଇଁ ପ୍ରମୁଖ ଦାବିଦାର ଥିବା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶିବିରରୁ ରୋହିତ ପୁଣି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରସନ୍ନଙ୍କୁ ମନାଇବା ପାଇଁ ବିଜେଡିର କେତେକ ବରିଷ୍ଠ ନେତା ପ୍ରୟାସ କରିଥିଲେ। ଏପରିକି ଗତକାଲି ତାଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ କୁଆଡ଼େ କୁହାଯାଇଥିଲା। ପ୍ରସନ୍ନ କିନ୍ତୁ ଏଥିପ୍ରତି ଅନାଗ୍ରହ ପ୍ରକାଶ କରିଥିଲେ। ଫଳରେ, ପ୍ରସନ୍ନଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରାଇ ରୋହିତଙ୍କୁ ପୁଣି ରେଢ଼ାଖୋଲରୁ ଥଇଥାନ କରାଯିବାର ଯୋଜନା ବିଫଳ ହୋଇଛି। ଏଭଳି ସ୍ଥିତିରେ ରୋହିତଙ୍କୁ ନେଇ ଦଳ ଏବେ ସମସ୍ୟାରେ ପଡ଼ିଥିବା କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button