ଅପରାଧ

ଶେଷ ଥର ଆପଣଙ୍କ ପାଦ ଛୁଉଁଛି ବୋଲି କହିବାର କିଛି ସମୟ ପରେ ଆଖି ବୁଜିଲେ ଶିଷ୍ୟ – Kalinga News

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରୁ ଆତ୍ମହତ୍ୟା ଘଟଣାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କବିନଗର ପୁଲିସ ଷ୍ଟେସନ ପରିସରରେ ସନ୍ଦେହଜନକ ପରିସ୍ଥିତିରେ ବିଷାକ୍ତ ପଦାର୍ଥର ସେବନ ହେତୁ ଜଣଙ୍କର ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣକ ବିଷାକ୍ତ ପଦାର୍ଥ ଖାଇବା ପରେ  ତାଙ୍କ ଗୁରୁଙ୍କ ପାଦ ଛୁଇଁଥିଲେ ଏବଂ କହିଥିଲେ ଯେ ସେ ଶେଷ ଥର ପାଇଁ ଚରଣ ସ୍ପର୍ଶ କରୁଛନ୍ତି ବୋଲି। ‌ଛାତ୍ର ଜଣଙ୍କ ବିଷାକ୍ତ ପଦାର୍ଥ ଖାଇବା ପରେ ଗୁରୁଙ୍କ ପାଖକୁ ଯାଇ କହିଥିଲେ, ‘‘ଶେଷ ଥର ପାଇଁ ଆପଣଙ୍କ ପାଦୁ ଛୁଇଁଛି।’’

କିଛି ସମୟ ପରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତକ ଜଣକ ସୁଶାନ୍ତ କୁମାର ବୋଲି ଏସିପି କବିନଗର ଅଭିଷେକ ଶ୍ରୀବାସ୍ତବ କହିଛନ୍ତି। ସେ ତାଙ୍କ ଗୁରୁ ଡକ୍ଟର ରାଜକୁମାର ଶର୍ମାଙ୍କ ସହ କବିନଗର ଅଞ୍ଚଳରେ ରହୁଥିଲେ। ଏହି ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ ମିଳିଛି। ରାଜକୁମାର ଶର୍ମାଙ୍କ ଅଭିଯୋଗ ଉପରେ ସର୍ଦ୍ଦାର, ଶ୍ରାବଣ ଯାଦବ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଚାଲିଛି।
ଅଭିଯୋଗରେ ରାଜକୁମାର କହିଛନ୍ତି ଯେ ସୁଶାନ୍ତ ତାଙ୍କର ଶିଷ୍ୟ ଏବଂ ତାଙ୍କ ସହିତ ପ୍ରାୟ ୭ ବର୍ଷ ଧରି ରହୁଥିଲେ। ତାଙ୍କ ତଳ ଘରେ ରହୁଥିବା ଅଭିଯୁକ୍ତ ତାଙ୍କୁ ଅନେକ ସମୟରେ ହଇରାଣ କରୁଥିଲେ। ସେ ସେମାନଙ୍କ ଘରେ ବିଭିନ୍ନ ପ୍ରକାରର ଗ୍ୟାସ ଛାଡିଥିଲେ। ଅନେକ ଥର ସେ ଘରେ କିଛି ରାସାୟନିକ ପଦାର୍ଥ ମଧ୍ୟ ରଖୁଥିଲେ। ସେ ଏହା ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯାହା ପରେ ସୁଶାନ୍ତ ବିରକ୍ତ ହୋଇ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button