ଅପରାଧ

ଦୁଇ ପୁତୁରାଙ୍କ କଟୁରୀ ‌ଚୋଟରେ ଚାଲିଗଲା ଦାଦାଙ୍କ ଜୀବନ – Kalinga News

[ad_1]

ଶାଳଚୁଆ/କପ୍ତିପଦା: ସମ୍ପର୍କରେ ଲାଗିଲା ରକ୍ତଛିଟା। ଦୁଇ ପୁତୁରାଙ୍କ କଟୁରୀ ‌ଚୋଟରେ ଚାଲିଗଲା ଦାଦାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କଲୋନୀସାହି ଗ୍ରାମରେ। ମୃତକ ହେଲେ ଏହି ଗ୍ରାମର ରବୀନ୍ଦ୍ର ତିରିଆ (୫୩)।

ସୂଚନା ଅନୁଯାୟୀ, ରବୀନ୍ଦ୍ରଙ୍କ ବଡ଼ଭାଇ କମ୍ଭୁରାମ ୨ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ଓ ୨ ଭେଣ୍ଡିଆ ପୁଅ କମ୍ଭୁରାମଙ୍କ ଘରେ ରହିବାକୁ ନେଇ ସବୁବେଳେ ବିରୋଧ କରି ଆସୁଥିଲେ ରବୀନ୍ଦ୍ର। ଏହାକୁ ନେଇ ଦାଦା ପୁତୁରାଙ୍କ ମଧ୍ୟରେ ବିବାଦ ଥିଲା। ଆଜି ଅପରାହ୍ନରେ ରବୀନ୍ଦ୍ର, ବଡ଼ଭାଇଙ୍କ ଘର ପାଖକୁ ଯାଇଥିବା ବେଳେ ୨ ପୁତୁରା ଓ ଭାଉଜଙ୍କ ସହ କଳିକଜିଆ ଓ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁତୁରାମାନେ ଏକ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ। ରବୀନ୍ଦ୍ର ଜୀବନ ବଞ୍ଚାଇ ସେଠାରୁ ଦୌଡ଼ିଥିବା ବେଳେ ପୁତୁରା ଦୁଇଜଣ କଟୁରୀ ଧରି ତାଙ୍କୁ ପଛରୁ ଗୋଡ଼ାଇ ଥିଲେ। ଶେଷରେ ସମୀବୃକ୍ଷ ନିକଟସ୍ଥ ଏକ ବିଲରେ ରବୀନ୍ଦ୍ରଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ। ଏନେଇ ଗ୍ରାମବାସୀ ଥାନାକୁ ଖବର ଦେବାପରେ କପ୍ତିପଦା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଓ ଠେଙ୍ଗା ଜବତ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button