ଦେଶ- ବିଦେଶ

ଆପଣଙ୍କ ସ୍ତ୍ରୀ ଏହି କଥା କେବେବି କହିବେ ନାହିଁ। ବିବାହିତା ନିଶ୍ଚୟ ପଢ଼ନ୍ତୁ

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖାଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ପ୍ରାଥମିକ ଶିକ୍ଷା ଦିଆଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି। ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ।

ଆଜି ଆମେ ଆପଣଙ୍କୁ ଜଣେଇବୁ ସ୍ତ୍ରୀମାନେ ଏମିତି ୫ ଟି କଥା ସର୍ବଦା ନିଜ ସ୍ୱାମୀଙ୍କୁ ଲୁଚାଇଥାନ୍ତି। ଯାହା ନିଜ ସ୍ୱାମୀଙ୍କୁ କହିବା ଠିକ ମନେ କରନ୍ତି ନାହିଁ।

ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ରରେ ବିବାହକୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ। ସ୍ୱାମୀ ସ୍ତ୍ରୀଙ୍କୁ ପରସ୍ପର ଭିତରେ ସବୁ କଥା ସେୟାର କରିବା ଉଚିତ। ଯାହା ଦ୍ୱାରା ତାଙ୍କର ସମ୍ପର୍କ ମଜବୁତ ହୋଇଥାଏ କିନ୍ତୁ ଏହା ସତ୍ୟ ଯେ ପ୍ରାଚୀନ କାଳରୁ ମାନାଯାଏ ଯେ ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କେହିବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ। ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ। ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ପତା କରିବା ଅସମ୍ଭବ ଅଟେ ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ। ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ।

ଆମ ଧର୍ମ ଗ୍ରନ୍ଥରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ଘରେ ନାରୀର ଅପମାନ ହୁଏ ସେ ଘରୁ ମା ଲକ୍ଷ୍ମୀ ଚାଲି ଯାଆନ୍ତି। ସେଥିପାଇଁ ପୁରୁଷ ମାନଙ୍କର ଏହା କର୍ତ୍ତବ୍ୟ ଯେ ତାଙ୍କୁ ଉଚିତ ସମ୍ମାନ ଦେବା ଆବଶ୍ୟକ ଅଟେ।

ଏହା ଆମେ ସମସ୍ତେ ଜାଣିଛୁକି ଯୁଧିଷ୍ଠିରଙ୍କ ଦ୍ଵାରା ଦିଆ ଯାଇଥିବା ଅଭିଶାପ ଯୋଗୁଁ ନାରୀ ମାନେ ନିଜ ପାଖରେ କୌଣସି କଥାକୁ ଗୋପନୀୟ ରଖି ପାରନ୍ତି ନାହିଁ କିନ୍ତୁ କିଛି ଏଭଳି କଥା ମଧ୍ୟ ଅଛି ଯାହାକୁ ସେମାନେ ଗୋପନୀୟ ରଖି ଥାଆନ୍ତି ଏବଂ କାହାକୁ ଖବର ମଧ୍ୟ ମିଳେ ନାହିଁ। ତେବେ ଆସନ୍ତୁ ଜାଣିନେବା ନାରୀମାନେ ନିଜ ସ୍ୱାମୀଙ୍କ ଆଗରେ କେଉଁ କଥାକୁ ଲୁଚାଇ ରଖିଥାନ୍ତି

ନାରୀ ମାନେ ବିବାହ ପୂର୍ବରୁ ଯଦି କାହା ସହିତ ପ୍ରେମ ସମ୍ପର୍କରେ ଥାଆନ୍ତି ତେବେ ସେ କେବେବି ସେହି କଥା ନିଜ ସ୍ୱାମୀଙ୍କୁ ଭୁଲରେ ବି କୁହନ୍ତି ନାହିଁ କାରଣ ଏହା ଦ୍ୱାରା ଝଗଡା ଏବଂ କଳହ ଲାଗିବାର ସମ୍ଭାବନା ଥାଏ ତେଣୁ ନିଜ ପାରିବାରିକ ଜୀବନକୁ ସୁଖମୟ ରଖିବା ପାଇଁ ଏହି କଥା ସେମାନେ ଲୁଚାଇ ଥାଆନ୍ତି ।

ସ୍ତ୍ରୀ କେବେବି ନିଜର ଇଛାକୁ ନିଜ ସ୍ୱାମୀ ଆଗରେ କୁହେ ନାହିଁ ଏବଂ ସ୍ୱାମୀ ର ସବୁ କଥାରେ ସହମତି ପ୍ରକାଶ କରେ। ସ୍ତ୍ରୀ ନିଜର ମନ ଇଚ୍ଛାକୁ ମନରେ ହିଁ ମାରି ଦେଇ ଥାଏ।

ସ୍ତ୍ରୀ ନିଜ ସ୍ୱାମୀ କୁ କେବେବି ନିଜ ରୋଗ ଏବଂ ଅସୁସ୍ଥତା ବିଷୟରେ କୁହେ ନାହିଁ କାରଣ ସେ ଏହା ଭାବେ ଯେ ଏହି କଥା ତା ସ୍ବାମୀଙ୍କୁ ଆହୁରି ଅସୁବିଧା ଦେବ ଏବଂ ଚିନ୍ତାରେ ପକାଇବ।

ପ୍ରାୟତଃ ନାରୀ ମାନେ ନିଜ ସ୍ୱାମୀ ଠାରୁ ପଇସା କଥା ଲୁଚାଇ ରଖିଥାନ୍ତି ଏବଂ ଏହା ବିଷୟରେ ସ୍ୱାମୀ ଙ୍କୁ ମଧ୍ୟ କୁହନ୍ତି ନାହିଁ। ଦରକାର ବେଳେ ସେହି ପଇସା କାମରେ ମଧ୍ୟ ଖର୍ଚ୍ଚ କରିଥାନ୍ତି।

ନାରୀ ମାନେ ସବୁ କଥା ନିଜ ବନ୍ଧୁ ବା ସାଙ୍ଗ ସାଥିଙ୍କୁ କହି ଥାଆନ୍ତି କିନ୍ତୁ କେବେବି ନିଜର ସଫଳତା କିମ୍ବା ଉନ୍ନତି ବିଷୟରେ କହିବା ଉଚିତ ନୁହେଁ। ପରେ ସେମାନେ ହିଁ ବିପଦରେ ପକାଇ ଦିଅନ୍ତି କିନ୍ତୁ ଏହି କଥା ସେ ନିକ ସ୍ୱାମୀକୁ କହି ନଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button