ମନୋରଞ୍ଜନ

ଶାହରୁଖଙ୍କ ଘରର ଦାମ୍ ଜାଣିଲେ ଉଡ଼ିବ ହୋସ୍ – Kalinga News

[ad_1]

ମୁମ୍ବାଇ: ଡିସେମ୍ବର ୨୧, ୨୦୨୩ରେ  ମୁକ୍ତିଲାଭ କରିଥିଲା ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’। ଫିଲ୍ମର ଟିଜର ଓ ଟ୍ରେଲର ଦର୍ଶକଙ୍କ ଉତ୍ସାହ ବଢ଼ାଇଥିବା ବେ‌ଳେ ମୁକ୍ତିଲାଭ ପରେ ଶାହରୁଖଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।

ଯଦି ଆମେ ୨୦୨୩ବର୍ଷକୁ ଦେଖିବା, ତେବେ ଶାହରୁଖଙ୍କ ୩ଟି ଫିଲ୍ମ ପଠାନ୍, ଯବାନ ଓ ଡଙ୍କି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ୨୦୨୪ରେ ଏପର୍ଯ୍ୟନ୍ତ ତାଙ୍କର କୌଣସି ଫିଲ୍ମ ରିଲିଜ୍ ‌ହୋଇନଥିବା ବେଳେ ଆଇପିଏଲରେ ନିଜ ଟିମ୍ କେକେଆରକୁ ସମର୍ଥନ କରୁଛନ୍ତି ଶାହରୁଖ।

ତେବେ ବଲିଉଡରେ କିଙ୍ଗ ଖାନ୍ ଭାବେ ପରିଚିତ ଶାହରୁଖ କେତେ କୋଟିର ଘରେ ରହୁଛନ୍ତି ଆପଣ ଜାଣନ୍ତି କି? ଶାହରୁଖ ରହୁଥିବା ଘରର ନାମ ମନ୍ନତ ରଖାଯାଇଥିବା ବେଳେ ଅନେକଙ୍କ ପାଇଁ ଏହା ଦର୍ଶନୀୟ ସ୍ଥାନ ଅଟେ। ଜାତୀୟ ଗଣମାଧ୍ୟମ ମୁତାବକ, ଏହି ଘରର ଦାମ ୨୦୦କୋଟି ଟଙ୍କା। କେବଳ ସେତିକି ନୁହେଁ। ୨୦୦କୋଟିର ଘର ପାଇଁ ଶାହରୁଖ ମାସକୁ ପ୍ରାୟ ୪୩-୪୫ଲକ୍ଷ ଟଙ୍କାର ବିଜୁଳି ବିଲ୍ ଦିଅନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button