‘ଦଙ୍ଗଲ’ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କହିଲେ ବାପା – Kalinga News
[ad_1]
ମୁମ୍ବାଇ: ଅମୀର ଖାନ୍ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ବବିତା ଫୋଗଟ୍ଙ୍କ ପିଲା ବେଳ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।
ଝିଅ ସୁହାନୀଙ୍କ ମୃତ୍ୟୁ ଖବରକୁ ନେଇ ବାପା ସୁମିତ ଭଟନଗର ଗଣମାଧ୍ୟମକୁ କହିଛନ୍ତି,‘ ମୋ ଝିଅ ଡର୍ମେଟୋମାୟୋସାଇଟିସରେ ପୀଡ଼ିତ ଥିଲା। ଏହା ଏକ ପ୍ରକାର ଚର୍ମରୋଗ। ଏହି ରୋଗ ଥିଲେ ଚର୍ମ କୁଣ୍ଡେଇ ହୋଇଥାଏ। ଧୀରେଧୀରେ ଏହା ମାଂସପେଶୀକୁ ଦୁର୍ବଳ କରି ଦେଇଥାଏ। ଦୁଇମାସ ପୂର୍ବରୁ ଝିଅ ହାତରେ ଲାଲ ରଙ୍ଗର କ’ଣ ସବୁ ଫଳି ଯାଇଥିଲା। ଆମେ ସଂକ୍ରମଣ ହୋଇଛି ଭାବି ଅନେକ ହସ୍ପିଟାଲରେ ଦେଖାଇ ଥିଲୁ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲେ ହେଁ କିଛି ସ୍ପଷ୍ଟ ଜଣାପଡ଼ି ନଥିଲା।
ଧୀରେଧୀରେ ଝିଅର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। ଚିକିତ୍ସା ସତ୍ତ୍ବେ ବି ସ୍ବାସ୍ଥ୍ୟାରେ କୌଣସି ଉନ୍ନତୀ ଆସି ନଥିଲା। ଏମିତି କି ତାର ଫୁସଫୁସ ବି ଆକ୍ରାନ୍ତ ହୋଇଯାଇଥିଲା। ଫେବ୍ରୁଆରି ୭ ତାରିଖରେ ଆମ ସୁହାନୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ ଫେବ୍ରୁଆରି ୧୬ ତାରିଖରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲା।
ବିଶେଷ ସୂତ୍ରରୁ ପ୍ରକାଶ, ‘ ସୁହାନୀ କିଛି ଦିନ ପୂର୍ବରୁ ଏକ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ସେ ସମୟରେ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ଔଷଧଗୁଡ଼ିକ ତାଙ୍କ ଉପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥିଲା। ଯାହାଫଳରେ ଧୀରେ ଧୀରେ ତାଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବାରେ ଲାଗିଲା।
[ad_2]