ରାଜ୍ୟ

ଗତକାଲି ତୁଳନାରେ ଆଜି ଭୁବନେଶ୍ବରରେ କମିଛି ତାତି, ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ଜାରି – Kalinga News

[ad_1]

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ତାତିଲା କଡେଇରେ ଭାଜି ହେଉଛି ରାଜ୍ୟ । ଜଳୁଛି ଓଡ଼ିଶା । ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ପାରଦ ୩୭.୪ ଛୁଇଁଛି। ସାମୁଦ୍ରିକ ପବନର ବୃଦ୍ଧି ଯୋଗୁ ଗତକାଲି ତୁଳନାରେ ଆଜି ଭୁବନେଶ୍ବରରେ ତାତି କମିଛି । ସାଢ଼େ ୧୧ ସୁଦ୍ଧା ଗତକାଲି ତୁଳନାରେ ୩୬.୨ ଡିଗ୍ରୀ କମିଛି ତାତି ।

ସେହିପରି ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟର ଅଧିକାଂଶ ସ୍ଥାନରେ ୩୦ ଡିଗ୍ରୀ ଉପରେ ପାରଦ ରହିଥିଲା । ଚାନ୍ଦବାଲିରେ ୩୧ ଦଶମିକ ୬ ଡିଗ୍ରୀ, କେନ୍ଦୁଝରରେ ୩୧, ସମ୍ବଲପୁରରେ ୩୦ ଓ ଝାରସୁଗୁଡାରେ ପାରଦ ୩୦ ଡିଗ୍ରୀ ସେଲସିୟସ ଛୁଇଁଥିଲା ।

ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର କିଛି ସ୍ଥାନରେ ହିଟ୍ ୱେଭ୍ ଜାରି ରହିବ । ୧୧ଟି ଜିଲ୍ଲାକୁ ଗ୍ରୀଷ୍ମପ୍ରଭାବ ନେଇ ୱାଣ୍ଣିଂ ଜାରି ହୋଇଛି । କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ,ବଲାଙ୍ଗିରକୁ ଜାରି ହୋଇଛି ୱାର୍ଣ୍ଣିଂ। ଏପଟେ ୮ଟି ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏପଟେ ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟର ଅଧିକାଂଶ ସ୍ଥାନରେ ୩୦ ଡିଗ୍ରୀ ଉପରେ ରହିଛି ପାରଦ । ଚାନ୍ଦବାଲିରେ ୩୧ ଦଶମିକ ୬ ଡିଗ୍ରୀ, କେନ୍ଦୁଝରରେ ୩୧, ସମ୍ବଲପୁରରେ ୩୦ ଓ ଝାରସୁଗୁଡାରେ ପାରଦ ୩୦ ଡିଗ୍ରୀ ସେଲସିୟସ ଛୁଇଁଛି । ଆଉ ୭ ପରଠୁ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ରାଜ୍ୟର ୨୫ ସହରର ତାପମାତ୍ରା ।

ସେପଟେ ରାଜ୍ୟରେ ତାପମାତ୍ରା ଆସି ପହଞ୍ଚିଲାଣି ୪୪ ଡିଗ୍ରୀ ପରେ । ଏଭଳି ସ୍ଥିତି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏଭଳି ପ୍ରବଳ ଗରମରେ ଘରେ ଓ ବାହାରେ ସତର୍କତା ଅବଲମ୍ବନ କରନ୍ତୁ ।

ପ୍ରବଳ ତାତିରେ ସତର୍କ ରୁହନ୍ତୁ
ଯଥାସମ୍ଭବ ବାହାରକୁ କମ୍ ବାହାରନ୍ତୁ
ବାହାରକୁ ଗଲେ ଭଲ ଭାବେ ଦେହକୁ ଢାଙ୍କି ରଖନ୍ତୁ
ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ
ସାଥୀରେ ପାଣି ବୋତଲ ଓ ଛତା, ଟୋପି ଆଦି ନିଅନ୍ତୁ
ଅଧିକ ସମୟ ଶୀତଳ ସ୍ଥାନରେ ରୁହନ୍ତୁ
ଦେହରେ ହାଲକା ପୋଷାକ ପିନ୍ଧନ୍ତୁ
ମଦ ଭଳି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ
କିଛି ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ନିବୁଜ ଘରେ ରହୁଥିଲେ ଅଧିକ ସତର୍କ ରୁହନ୍ତୁ
ବିଦ୍ୟୁତ୍ କାଟ୍ ବେଳେ ବାହାରକୁ ଚାଲି ଆସନ୍ତୁ

The post ଗତକାଲି ତୁଳନାରେ ଆଜି ଭୁବନେଶ୍ବରରେ କମିଛି ତାତି, ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ଜାରି appeared first on KNews Odisha.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button