ସ୍ୱାସ୍ଥ୍ୟ

100 ବର୍ଷ ଯାଏଁ ହେବନି ଏହିସବୁ ଭୟଙ୍କର ରୋଗ, ଏହି ଡ୍ରିଙ୍କ ଥରେ ବନେଇ ପିଅନ୍ତୁ ଆପଣ ଆଜୀବନ ସୁସ୍ଥ ରହିବେ

ଆଜି ଆମେ ଆପଣଙ୍କୁ ଏଭଳି ଏକ ଚମତ୍କାର ଘରୋଇ ଉପଚାର ବନେଇବା ଶିଖାଇବୁ ଯାହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ସାବ୍ୟସ୍ତ ହେବ । ଏହି ରିମେଡି ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବ । ଯେପରିକି ଡାଇବେଟିସ, ଜଏଣ୍ଟ ସମସ୍ଯା, ହାର୍ଟ ସମସ୍ଯା, ହଜମ ସମସ୍ଯା ରକ୍ତର ଅଭାବ ଭଳି ସମସ୍ଯାକୁ ମଧ୍ୟ ଠିକ କରିବା । ତେବେ ଏହି ଘରୋଇ ଉପଚାରକୁ କେମିତି ପ୍ରସ୍ତୁତ କରିବେ ଓ ଏହାର ସେବନ କିପରି କରିବେ ଆସନ୍ତୁ ଜାଣିବା ।

ଏହି ଘରୋଇ ଉପଚାରକୁ ବନେଇବାକୁ ହେଲେ ଆପଣଙ୍କୁ ଯେଉଁ ସମହରି ଆବଶ୍ୟକ ତାହା ଆପଣଙ୍କୁ ଖୁବ ସହଜରେ ମିଳିଯିବ । ଏହି ଉପଚାର ପାଇଁ ଆବଶ୍ୟକ ପ୍ରଥମ ସାମଗ୍ରୀଟି ହେଉଛି ଗିଲୋୟ, ଦ୍ଵିତୀୟରେ ଡାଲଚିନି, ତୃତୀୟରେ, ହଳଦୀ ଏବଂ ଚତୁର୍ଥରେ ଗୋଲମରିଚ । ଗିଲୋୟ ଆମ ରୋଗ ପ୍ରତିରୋଧକକୁ ବୃଦ୍ଧି କରିବାରେ ଚମତ୍କାରୀ ଔଷଧ ଭାବେ କାମ କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଓ ଆଣ୍ଟି ଇନଫ୍ଲେମେଟୋରି ଗୁଣ ମଧ୍ୟ ରହିଥାଏ ।

ଏହା ଆମ ରକ୍ତରୁ ଟକ୍ସିନ ସଫା କରିବା ସହ ଶରୀରର ଫୁଲା କମ୍ କରିଥାଏ ଓ କଷ୍ଟ ନିବାରକ ମଧ୍ୟ ହୋଇଥାଏ । ଗିଲୋୟ ଆମ ହଜମକ୍ରିୟାକୁ ବଢେଇବା ସହ ଲିଭର ଜନିତ ସମସ୍ଯାରେ ଫାଇଦା ଦେଇଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ଗିଲୋୟ ଚମତ୍କାରୀ ଭାବେ କାମ କରିଥାଏ ଓ କ୍ୟାନ୍ସର ଭଳି ସମସ୍ଯାକୁ ମଧ୍ୟ ଭଲ କରିଥାଏ ।

ଡାଲଚିନିର ପ୍ରୟୋଗ ଦ୍ଵାରା ମଧ୍ୟ ଆମକୁ ଅନେକ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ । ଏହା ମଧ୍ୟ ଆମ ଶରୀରରୁ ଟକ୍ସିନକୁ କାଢିଥାଏ ଓ ହାର୍ଟର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଶିର ବ୍ଲକେଜ ଖୋଲିବା ସହ ବ୍ଲଡ଼ସୁଗାର ଓ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିଥାଏ । ସେହିପରି ହଳଦୀ ମଧ୍ୟ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଏହା ଆଣ୍ଠୁଗଣ୍ଠି ବିନ୍ଧାରେ ଆରାମ ଦେଇଥାଏ ଏବଂ ଆମ ରକ୍ତ ପରିଷ୍କାର କରିବାରେ ମଧ୍ୟ କାମ କରିଥାଏ ।

ହଳଦୀ ଆମ ଲିଭରକୁ ସୁସ୍ଥ ରଖିବା ସହ ଲିଭର ଫ୍ୟାଟକୁ ତରଳାଇବା କାମ କରିଥାଏ । ଏହି ରିମେଡିରେ ଗୋଲମରିଚ ପ୍ରୟୋଗ ଦ୍ଵାରା ଏହା ଅନ୍ୟ ସମସ୍ତ ସାମଗ୍ରୀର ଔଷଧୀୟ ଗୁଣକୁ ଆହୁରି ବଢେଇ ଦିଏ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ପାଣି ଗରମ କରନ୍ତୁ ଓ ସେଥିରେ ଗିଲୋୟ ଖଣ୍ଡ କିମ୍ବା 1 ଚାମୁଚ ଗିଲୋୟ ପାଉଡର ପକାନ୍ତୁ ।

ଏହାପରେ ସେଥିରେ ଏକ ଚତୁର୍ଥାଂଶ ଡାଲଚିନି ଗୁଣ୍ଡ ଓ ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ପକାନ୍ତୁ । ଏହାପରେ ଦୁଇଟି ଗୋଲମରିଚକୁ ଗୁଣ୍ଡ କରି ସେଥିରେ ମିଶାଇ ଦିଅନ୍ତୁ । ଏହା ଭଲଭାବେ ଫୁଟିବା ପରେ ଏକ କପ୍ କୁ ଛାଣି ନିଅନ୍ତୁ ଓ ଉଷୁମ ଥିବା ଅବସ୍ଥାରେ ସେବନ କରନ୍ତୁ । ମନେରଖନ୍ତୁ ଖାଇବାର ତୁରନ୍ତ ପରେ ଏହାର ସେବନ କରିବେ ନାହିଁ । ଖାଇବାର ଏକରୁ ଦେଢ ଘଣ୍ଟା ପରେ ଏହାକୁ ସେବନ କରିପାରିବେ । ଦିନର ଯେକୌଣସି ସମୟରେ ଆପଣ ଏହି ଉପଚାର ସେବନ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button