ଦେଶ- ବିଦେଶ

୨୫ ବର୍ଷ ମଧ୍ୟରେ ତାଇୱାନରେ ସବୁଠାରୁ ବଡ଼ ଭୂକମ୍ପ, ୭ ମୃତ, ୭୦୦ରୁ ଅଧିକ ଆହତ – Kalinga News

[ad_1]

ନୂଆଦିଲ୍ଲୀ : ଦୀର୍ଘ ୨୫ ବର୍ଷ ମଧ୍ୟରେ ତାଇୱାନରେ ସବୁଠାରୁ ବଡ଼ ଭୂକମ୍ପ ହୋଇଛି। ରିଚର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରହିଛି। ଭୂକମ୍ପ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପ ଯୋଗୁଁ ଜାପାନର ୟୋନାଗୁନିରେ ସୁନାମି ଆତଙ୍କ ଖେଳିଯାଇଛି। ଭୂକମ୍ପ ଯୋଗୁଁ କେତେକ’ଣ ସମ୍ପତ୍ତି ନଷ୍ଟ ହୋଇଛି ତାହା ଏଯାବତ ଜଣାପଡ଼ିନାହିଁ। କିନ୍ତୁ ଅନେକ ଘରଦ୍ବାର ଭାଙ୍ଗିଯାଇଛି। ଉଲ୍ଲେଖଯୋଗ୍ୟ ଯେ ୧୯୯୯ରେ ତାଇୱାନର ନାଣ୍ଟୋ କାଉଣ୍ଟିରେ ୭.୨ ତୀବ୍ରତାର ଭୂକମ୍ପ ହୋଇଥିଲା ଏବଂ ଏଥିଯୋଗୁଁ ୨୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାଇୱାନ ସରକାର ଅନୁଯାୟୀ ଆଜି ହୁଲେନ କାଉଣ୍ଟିରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ହୁଲେନ କାଉଣ୍ଟି ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ସରକାରୀ ସୂଚନାନୁଯାୟୀ ଭୂକମ୍ପରେ ୨୬ଟି କୋଠା ଭୁଶୁଡ଼ି ପଡ଼ିଛି। ଅନେକ ଭଗ୍ନ କୋଠା ତଳେ ଲୋକ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବାପାଇଁ ଅପରେସନ ଜାରି ରହିଛି। ୟୁଏସଜିଏସ୍ (ୟୁଏସ ଜିଓଲୋଜିକାଲ ସର୍ଭେ) ଅନୁଯାୟୀ ତାଇୱାନରେ ହୋଇଥିବା ଭୂକମ୍ପର ତୀବ୍ରତା ୭.୪ କନ୍ତୁ ତାଇୱାନର ଭୂକମ୍ପ ମନିଟରିଂ ଏଜେନ୍ସି ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୨। ୩୫ କିମି ଗଭୀରତାରେ ପ୍ରାୟ ୧୮ କିମି ଦକ୍ଷିଣୖ-ଦକ୍ଷିଣପଶ୍ଚିମ ହୁଲେନରେ ଆଜି ଏହି ଭୂକମ୍ପ ହୋଇଛି। ହୁଲେନରେ ଆଜି ଏକ ୫ ମହଲା ବିଶିଷ୍ଟ କୋଠା ଆଂଶିକ ଭୁଶୁଡ଼ି ପଡ଼ିଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଜାରି ହୋଇଛି। ଭୂକମ୍ପ ଯୋଗୁଁ ତାଇୱାନରେ ଟ୍ରେନ୍ ସେବା ବନ୍ଦ ରହିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button