ସ୍ୱାସ୍ଥ୍ୟ

କୌଣସି ବରଦାନଠାରୁ କମ ନୁହେଁ ଖଜୁରୀ, ଶରୀରକୁ ସୁସ୍ଥ ରଖିଥାଏ

ଖାଦ୍ୟ, ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖିବାକୁ ମିଳୁଛି । ସୁସ୍ଥ ରହିବା ସୁରକ୍ଷିତ ରହିବାକୁ ସମସ୍ତେ ଇଚ୍ଛା କରନ୍ତି । ଆଉ ଏଥିଲାଗି ଲୋକେ ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରନ୍ତି । ଲୋକେ ଫିଟ୍ ଆଣ୍ଡ ହେଲଦି ରହିବା ଲାଗି ସକାଳୁ ଖାଲି ପେଟରେ ଗରମ ପାଣି, ଜିରା ଟି, ଲେମ୍ବୁ-ମହୁ ମିଶ୍ରିତ ପାଣି ପିଅନ୍ତି। କିନ୍ତୁ ଆପଣ ଜାଣନ୍ତିକି ଖଜୁରୀ ସେବନ କୌଣସି ବରଦାନଠାରୁ କମ ନୁହେଁ ।

ବ୍ୟସ୍ତବହୁଳତା ଭିତରେ ଆସ୍ତେ ଆସ୍ତେ ଆମ ଜୀବନଶୈଳ ବଦଳି ଯାଉଛି। ଯେଉଁଥିପାଇଁ ଶରୀରରେ ଥକ୍କାପଣ ଭଳି ବିଭିନ୍ନ ସମସ୍ୟା ଦେଖାଦେଉଛି। କିନ୍ତୁ ଆପଣ ଯଦି ନିଜ ଖାଦ୍ୟ, ପାନୀୟ ଠିକ୍ ରଖନ୍ତି ତେବେ ଆପଣ ଫିଟ୍ ଏବଂ ହେଲଦି ରହିବେ। ସୁସ୍ଥ ରହିଵା ପାଁଇ ଖଜୁରୀ ସେବନ ନିତାନ୍ତ ଆବଶ୍ୟକ ଅଟେ। ଏହା ଶରୀରକୁ ସୁସ୍ଥ ରଖିଥାଏ। ଖଜୁରୀ ସେବନରେ ଅନେକ ଲାଭ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button