ଦେଶ- ବିଦେଶ

ସ୍କିନ୍ କ୍ୟାନ୍ସରର କାରଣ ହୋଇପାରେ ଟାଟୁ

ଯୁବପିଢ଼ିଙ୍କ ମଧ୍ୟରେ ଏବେ ଟାଟୁ ଏକ ବଡ଼ ଫେସନ୍‌ରେ ପରିଣତ ହୋଇଛି। କିଏ ହାତର କଚଟି ପାଖେ ତ’ କିଏ ଗୋଡ଼ ବଳାଗଣ୍ଠି ଉପରେ ଟାଟୁ କରୁଛନ୍ତି। ତେବେ ଏଥିପାଇଁ ବ୍ୟବହୃତ ରଙ୍ଗ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ୱାଶିଂଟନ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ।

ଏଥିପାଇଁ ବ୍ୟବହାର କରାଯାଉଥିବା କେତେକ ରଙ୍ଗରେ ଏପରି ରାସାୟନିକ ତତ୍ତ୍ୱ ରହିଛି, ଯାହା ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିପାରେ । ଏପରି କି ଏହାଦ୍ୱାରା ସ୍କିନ୍ କ୍ୟାନ୍ସର ହେବାର ଆଶଙ୍କା ରହିଛି ବୋଲି ଗବେଷଣାରୁ ଜଣାପଡ଼ିଛି । କେବଳ ସେତିକି ନୁହେଁ, ଏହି ରଙ୍ଗ ହେପାଟାଇଟିସ୍ ବି ରୋଗର କାରଣ ସାଜିପାରେ ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button