ଦେଶ- ବିଦେଶ

ବିଜେପି କହିଥିଲା ଦଳରେ ଯୋଗ ଦିଅ ନଚେତ ଜେଲ୍ ହେବ : ଅତିଶୀ – Kalinga News

[ad_1]

ନୂଆଦିଲ୍ଲୀ : ଦିଲ୍ଲୀ ମନ୍ତ୍ରୀ ଅତିଶୀ ମଙ୍ଗଳବାର କହିଛନ୍ତି, ବିଜେପି ତାଙ୍କୁ ଦଳରେ ଯୋଗ ଦେବାପାଇଁ କହିଥିଲା। ରାଜନୈତିକ କ୍ୟାରିୟରକୁ ବଞ୍ଚାଇବାପାଇଁ ତାଙ୍କୁ ବିଜେପି ଦଳରେ ଯୋଗ ଦେବାପାଇଁ କୁହାଯାଇଥିବା ଅତିଶୀ ଦାବି କରିଛନ୍ତି। ଆପ୍ ନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଯଦି ସେ ବିଜେପିରେ ଯୋଗ ନଦିଅନ୍ତି ତେବେ ମାସକ ମଧ୍ୟରେ ଇଡି ତାଙ୍କୁ ଗିରଫ କରିବ। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଅତିଶୀ କହିଛନ୍ତି, ତାଙ୍କୁ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ସହ ଦଳରେ ଯୋଗ ଦେବାପାଇଁ ଅନୁରୋଧ କରାଯାଇଥିଲା। ଅତିଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଆପ୍ ଦଳକୁ ଭାଙ୍ଗିବାପାଇଁ ମନସ୍ଥ କରି ସାରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଅନ୍ୟ ୪ ଜଣ ଆପ୍ ନେତା ତଥା ସୌରଭ ଭରଦ୍ବାଜ, ରାଘବ ଚଢ଼ା ଏବଂ ଦୂର୍ଗେଶ ପାଠକ ଓ ନିଜେ ଅତିଶୀଙ୍କୁ ଗିରଫ କରିବାପାଇଁ ଉଦ୍ଦେଶ୍ୟ ରଖିଛି ବୋଲି ଅତିଶୀ କହିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ଜେରା ସମୟରେ କେଜ୍ରିୱାଲ ଅତିଶୀ ଏବଂ ସୌରଭ ଭରଦ୍ବାଜଙ୍କ ନାଁ ନେବାପରେ ଅତିଶୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି।ଉଲ୍ଲେଖଯୋଗ୍ୟ ଯେ ତଦନ୍ତକାରୀ ସଂସ୍ଥା ଇଡି ଅନୁଯାୟୀ କେଜ୍ରିୱାଲଙ୍କୁ ଜେରା କରିବା ସମୟରେ ସେ ଆପ୍ ମନ୍ତ୍ରୀ ଅତିଶୀ ଏବଂ ସୌରଭ ଭରଦ୍ବାଜଙ୍କ ନାଁ ନେଇଛନ୍ତି। ଏହାପରେ ଇଡି ଅତିଶୀ ଏବଂ ସୌରଭ ଭରଦ୍ବାଜଙ୍କୁ ସମନ୍ କରିପାରେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button