ମନୋରଞ୍ଜନ

ଡିଜିଟାଲ୍‌ କ୍ରିଏଟର୍‌ଙ୍କ ଭିଡିଓ ଦେଖି ତାଜୁବ ହେଲେ ଲୋକ, କହିଲେ ଇଏ ତ ଦୀପିକା ପାଦୁକୋନ – Kalinga News

[ad_1]

ମୁମ୍ବାଇ: ପୂର୍ବରୁ ଆମେ ସେଲିବ୍ରିଟିଙ୍କ ପରି ଦିଶୁଥିବା ଅନେକ ଲୋକଙ୍କୁ ଦେଖିଛେ। ଶାହରୁଖଙ୍କ ଠାରୁ ନେଇ ସଲ୍‌ମାନ, ଐଶ୍ବର୍ଯ୍ୟା, କ୍ୟାଟ୍ରିନା ଆଦିଙ୍କର ହମ୍‌ସକଲ ଆପଣ ଦେଖିଥିବେ। ନିକଟରେ ଅବିକଳ ଦୀପିକାଙ୍କ ପରି ଦିଶୁଥିବା ଜଣେ ଯୁବତୀ ସୋସିଆଲ୍‌ ମିଡିଅ‌ାରେ ଭାଇରାଲ୍‌ ହୋଇଛନ୍ତି।

ସେ ତାଙ୍କ ଆଖିରେ କଜଳ ଲଗାଇବା ପରେ ଅବିକଳ ଦୀପିକାଙ୍କ ଆଖି ପରି ଦିଶୁଛି। କେହି କେହି ସେ‌ାସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଦୀପିକା ବୋଲି ଭାବି ଦ୍ବନ୍ଦ୍ବରେ ବି ପଡୁଛନ୍ତି।

ଭିଡିଓଟି ହେଉଛନ୍ତି କୋଲକାତାର ଜଣେ ଡିଜିଟାଲ୍‌ କ୍ରିଏଟର୍‌ଙ୍କର। ସେ ମାର୍ଚ ୨୮ ତାରିଖରେ ନିଜର ଏକ ମେକ୍‌ଅପ୍‌ ଭିଡିଓ ପୋଷ୍ଟ୍‌ କରିଥିବା ବେଳେ ତାହା ଏବେ ଭାଇରାଲ୍‌ ହୋଇଯାଇଛି।

ଅନେକ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କୁ ପ୍ରଥମ ଝଲକ୍‌ରେ ସେ ଦୀପିକା ଲାଗିଲେ। ଏହି ଡିଜିଟାଲ୍‌ କ୍ରିଏଟର୍‌ଙ୍କ ନାମ ରିଜୁତା ଘୋଷ। ଭିଡିଓରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କମଣ୍ଟେ୍‌ ସେକ୍ସନରେ ଦେଖିବେ ତ ଅଧିକାଂଶ ଲୋକ ତାଙ୍କ ତୁଳନା ଦୀପିକାଙ୍କ ସହ କରୁଛନ୍ତି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ଦୀପିକା ଆପଣଙ୍କ ପରି ଦିଶନ୍ତି’’। ଅନ୍ୟ ଜଣେ ଲେଖିଛନ୍ତି, ‘‘ଆପଣଙ୍କ ଆଖି ବିଲ୍‌କୁଲ୍‌ ଦୀପିକାଙ୍କ ପରି’’। ସେହିପରି ତୃତୀୟ ବ୍ୟବହାରକାରୀ ଲେଖିଛନ୍ତି, ‘‘ଆପଣଙ୍କ ଚେହେରାରେ ଦୀପିକାଙ୍କ ପରି ଫିଚର୍‌ ଅଛି।’’ ଚତୁର୍ଥ ବ୍ୟବହାରକାରୀ ଲେଖିଛନ୍ତି, ‘‘ନକ ଦୀପିକା ପାଦୁକୋନ’’।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button