ସ୍ୱାସ୍ଥ୍ୟ

ସେକ୍ସର ମଜା ପାଇଁ ଭାଏଗ୍ରା ଖାଉଥିଲେ ସାବଧାନ! ହୋଇଯିବେ ସବୁଦିନ ପାଇଁ ଏହି ରୋଗର ଶୀକାର

ଶାରୀରିକ ସମ୍ପର୍କ ରଖିବା ବେଳେ ଆଜିକାର ଯୁବପିଢି କିଛି ଏପରି ଜିନିଷ ସେବନ କରୁଛନ୍ତି ଯାହା ଆଗାମୀ ଦିନ ଅସୁବିଧାର କାରଣ ପାରେ। ସେକ୍ସ କ୍ଷମତା ବଢ଼ାଇବା ପାଇଁ ପୁରୁଷମାନେ ଖାଉଥିବା ଭାଏଗ୍ରା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ଯାହା କେବଳ ପ୍ରାଇଭେଟ୍‌ ପାର୍ଟ ଉପରେ ନୁହେଁ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଏ। ଏହା ହାର୍ଟର ମାଂସପେଶୀକୁ ମୋଟା କରିଦିଏ, ଫଳରେ ହାର୍ଟଆଟାକ୍‌ର ଆଶଙ୍କା ବଢ଼ିଯାଏ।

ଗବେଷକଙ୍କ କହିବାନୁସାରେ ଭାଏଗ୍ରାର ବ୍ୟବହାର କରୁଥିବା ଲୋକେ ପ୍ରଥମେ ହାଲୁକା ଡୋଜ୍‌ ନେବା ଉଚିତ। ଏହାପରେ ଆବଶ୍ୟକ ଅନୁସାରେ ଏହାର ଡୋଜ୍‌ ଧିରେ ଧିରେ ବଢ଼ାଇବା ଉଚିତ। ଭାଏଗ୍ରାର ହାଇ ଡୋଜ୍‌ ନେବା ଫଳରେ ଆଖି ଖରାପ ହୋଇପାରେ। ଫ୍ରଣ୍ଟିଅର ଇନ୍‌ ନ୍ୟୁରୋଲୋଜିରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ଭାଏଗ୍ରା କାରଣରୁ ଆଖିରେ ହେଉଥିବା ଏହି ସମସ୍ୟା ଫଳରେ ବ୍ୟକ୍ତି ପରେ ରଙ୍ଗକୁ ଠିକ୍‌ ଭାବେ ଚିହ୍ନି ପାରି ନ ଥାନ୍ତି। କେତେକ କ୍ଷେତ୍ରରେ ଏହାର ହାଇ ଡୋଜ୍‌ ସେବନ କରିବା ଫଳରେ ପୁରୁଷ ଅନ୍ଧପଣର ଶିକାର ମଧ୍ୟ ହୋଇପାରନ୍ତି।

ତୁର୍କୀର ଅଦାନା ହସ୍ପିଟାଲର ଡାକ୍ତର କୁନେୟତ କାରାସ୍ଲାନଙ୍କ କହିବାନୁସାରେ ଯେଉଁ ଲୋକେ ବିଶେଷଜ୍ଞଙ୍କ ପରାମର୍ଶ ନ ନେଇ ସେକ୍ସ ଏଙ୍ଗାଜାଇଟ୍‌ ଓ ଇରେକ୍ଟାଇଲ ଡିସ୍‌ଫଙ୍କସନ୍‌ର ଉପଚାର କରିବା ପାଇଁ ଭାଏଗ୍ରା ବ୍ୟବହାର କରୁଛନ୍ତି, ସେମାନଙ୍କଠାରେ ଏହି ସମସ୍ୟା ଦେଖାଯାଏ। ଡାକ୍ତର କୁନେୟତ କହିଛନ୍ତି ଯେ ସେ ୧୭ ଜଣ ପୁରୁଷ ରୋଗୀଙ୍କଠାରେ ଏହି ଔଷଧର ପ୍ରତିକ୍ରିୟା ଦେଖିଥିଲେ। ଏହି ଲୋକଙ୍କଠାରେ ଦୃଷ୍ଟିଶକ୍ତି ସମସ୍ୟା ଦେଖିବାକୁ ମିଳିଥିଲା ବୋଲି ଡାକ୍ତର କହିଛନ୍ତି।

ଏହି ଲୋକଙ୍କୁ କେବେଳ ଧୂଆଁଳିଆ ନଜର ଆସୁ ନ ଥିଲା ବରଂ ଲାଲ ଓ ସବୁଜ ରଙ୍ଗକୁ ମଧ୍ୟ ଠିକ୍‌ ଭାବେ ଚିହ୍ନି ପାରୁ ନ ଥିଲେ। ଡାକ୍ତର କୁନେୟତ କହିଛନ୍ତି ଯେ ସମସ୍ତ ଲୋକ ଭାଏଗ୍ରାର ୧୦୦ ଏମ୍‌ଜିରୁ ଅଧିକ ଡୋଜ୍‌ ସେବନ କରୁଥିଲେ। ସେ କହିଛନ୍ତି ଯେ ୧୦୦ଏମ୍‌ଜିରୁ ଅଧିକ ଭାଏଗ୍ରା ବ୍ୟବହାର କରିବା ଫଳରେ ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏଥିସହିତ ଏହାକୁ ସେବନ କରିବାର କିଛି ଘଣ୍ଟା ଯାଏ ମୁଣ୍ଡ ଯନ୍ତ୍ରଣା ମଧ୍ୟ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button