ସଙ୍ଗୀତକାର ସୂରଜ ବଲିଉଡ୍ରୁ ଓଲିଉଡ୍ – Kalinga News

[ad_1]
ବଲିଉଡ୍ରେ ସଫଳତାର ସହ କାମ କରିବା ପରେ ଏବେ ଓଲିଉଡ୍ରେ ସକ୍ରିୟ ଅଛନ୍ତି ସଙ୍ଗୀତକାର ସୂରଜ ପୁରୋହିତ। ତାଙ୍କର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିସାରିଛି। ଏବେ ହାତରେ ରହିଛି ଆଉ କେତେଟି ସିନେମା। ଜଣେ ନିଆରା ସ୍ବରକାର ଓ ମ୍ୟୁଜିକ୍ ଆରେଞ୍ଜର ହେବା ତାଙ୍କ ଲକ୍ଷ୍ୟ।

Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣ ଭାବେ ଜଣେ ଓଡ଼ିଆ କଳାକାର ଏଠାରୁ ଯାଇ ମୁମ୍ବାଇରେ ବଡ଼ ପରିସରରେ କାମ କଲେ ଆମେ ଖୁସି ହେଉ। କିନ୍ତୁ ତା’ଠାରୁ ଅଧିକ ଖୁସି ଲଗେ ଯେତେବେଳେ ଜଣେ ବଲିଉଡ୍ରେ ସଫଳତାର ସହ କାମ କରିବା ପରେ ଓଡ଼ିଆ ସିନେମା ସହ ସଂପୃକ୍ତ ହୁଏ। ଠିକ୍ ସେମିତି ଜଣେ ପ୍ରତିଭାବାନ୍ ଯୁବ କଳାକାର ହେଉଛନ୍ତି ସୂରଜ ପୁରୋହିତ। ୨୦୦୫ରୁ ୨୦୨୦ ଯାଏ ସେ ମୁମ୍ବାଇ ବିଭିନ୍ନ ଷ୍ଟୁଡିଓରେ ମ୍ୟୁଜିକ୍ ଆରେଞ୍ଜର୍ ଭାବେ କାର୍ଯ୍ୟ କରି ଆସୁଥିଲେ। ହେଲେ କୋଭିଡ୍ ସମୟରେ ସେ ନିଜର ଜନ୍ମସ୍ଥାନ ସମ୍ବଲପୁର ଫେରିଆସିଥିଲେ। ଏହାପରେ ତାଙ୍କର ଆଉ ମୁମ୍ବାଇ ଯିବାକୁ ଇଚ୍ଛା ହେଲାନି। ଓଡ଼ିଆ ସଙ୍ଗୀତ ଜଗତରେ ସାମିଲ୍ ହେବାକୁ ଚିନ୍ତା କଲେ। ଠିକ୍ ସେହି ସମୟରେ ‘ସମାପାଜୁର ରଘୁ’ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେବାଲାଗି ଅଭିନେତା ମନୋଜ ମିଶ୍ରଙ୍କ ଠାରୁ ପ୍ରସ୍ତାବ ଆସିଲା। ସେ ଏହାକୁ ଗ୍ରହଣ କଲେ ଓ ଫିଲ୍ମ ମୁକ୍ତିଲାଭ କଲାପରେ ରାତାରାତି ଚର୍ଚ୍ଚାକୁ ଆସିଲେ।
ସୂରଜ ପିଆନୋ ବାଦନରେ ପ୍ରଶିକ୍ଷଣ ନେବାପରେ ମୁମ୍ବାଇର ‘ଜିମା’ରେ ସାଉଣ୍ଡ୍ ଇଂଜିନିୟରିଂ କୋର୍ସ କରିଥିଲେ। ଏହାପରେ ସେ ମ୍ୟୁଜିକ୍ ଆରେଞ୍ଜର୍ ଭାବେ ଲତା ମଙ୍ଗେସକର୍ ଷ୍ଟୁଡିଓ, କୁମାର ସାନୁ ଷ୍ଟୁଡିଓ ସମେତ ଅନେକ ଷ୍ଟୁଡିଓରେ କାମ କରିଥିଲେ। ସୁନିଧି ଚୌହ୍ବାନ୍, କୁନାଲ ଗାଞ୍ଜାୱାଲା, ଶାନ୍, ମିକା ସିଂହ, ଲକି ଅଲ୍ଲୀ, ଜୁବିନ୍, ନୀତି ମୋହନ, ମମତା ଶର୍ମା ଓ ନିଖିଲ୍ ଡିସୁଜାଙ୍କ ପରି ଖ୍ୟାତିସଂପନ୍ନ କଣ୍ଠଶିଳ୍ପୀଙ୍କ ଗୀତର ସୂରଜ ବାଦ୍ୟସଂଗୀତ ସଂଯୋଜନା କରିଛନ୍ତି। ଏହାଛଡ଼ା ସେ ହିରୋହୋଣ୍ଡା, ଟାଟା ଏଆଇଜି, ଵାଧୱା ଗ୍ରୁପ୍, ବାଙ୍ଗର୍ ସିମେଣ୍ଟ୍ ଓ ହୋମ୍ଫିଲ୍ସ ଭଳି କେତେକ ଜଣାଶୁଣା ବ୍ରାଣ୍ଡ୍ ପାଇଁ ମଧ୍ୟ ଜିଙ୍ଗସ୍ର ସ୍ବରସଂଯୋଜନା କରିଛନ୍ତି। ସୂରଜ ହିନ୍ଦୀ ଫିଲ୍ମ ‘ମାଇଁ ଫ୍ରେଣ୍ଡ୍ ଗଣେଶା-୨’ ଓ ୱେବ୍ ସିରିଜ୍ ‘ଆନ୍ଥୋନି’ରେ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ସିନେମା ‘ସମାପାଜୁର ରଘୁ’ ପରେ ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ବିଗୁଲ୍’ରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ଗୀତଗୁଡ଼ିକ ବେଶ୍ ଶ୍ରୁତିମଧୁର ହୋଇଛି। ଏବେ ସୂରଜଙ୍କ ହାତରେ ପାଞ୍ଚଟି ନୂଆ ଓଡ଼ିଆ ସିନେମା ରହିଛି। ଏଥିମଧ୍ୟରେ ରହିଛି ବୀରେଜ ଜ୍ୟୋତି ମହାନ୍ତିଙ୍କ ‘ସ୍ବପ୍ନ ସାଗର’ ଓ ଜିତେନ୍ଦ୍ର ପ୍ରଧାନଙ୍କ ‘ଉତ୍କଳ ଡାଏରି’। ଭିନ୍ନ ଧରଣର ସ୍ବର ସଂଯୋଜନା ସାଙ୍ଗକୁ ନୂଆ ଶୈଳୀର ବାଦ୍ୟସଂଗୀତ ସୃଷ୍ଟି କରିବାକୁ ପସନ୍ଦ କରନ୍ତି ସୂରଜ।
[ad_2]