ଦେଶ- ବିଦେଶ

ମୁଖତାର ଅନସାରୀକୁ ଜେଲରେ ବିଷ ଦେଇ ମାରିଦିଆଯାଇଥିବା ଅଭିଯୋଗ – Kalinga News

[ad_1]

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀର ଗୁରୁବାର ଦିନ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତେବେ ମୁଖତାର ଅନସାରୀର ମୃତ୍ୟୁକୁ ନେଇ ଏବେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ମୁଖତାର ଅନସାରୀକୁ ଜେଲରେ ବିଷ ଦେଇ ମାରି ଦିଆଯାଇଛି ବୋଲି ତା’ ପୁଅ ଅଭିଯୋଗ କରିଛି। ୬୦ ବର୍ଷୀୟ ଅନସାରୀକୁ ଜେଲରେ ସ୍ଲୋ ପଏଜନ ଦିଆଯାଇଛି ବୋଲି ତା’ ପୁଅ ଅଭିଯୋଗ କରିଛି। ଏଭଳି ଏକ ବିବାଦ ମଧ୍ୟରେ ଅନସାରୀର ଆଜି ଶବ ବ୍ୟବଚ୍ଛେଦ ଶେଷ ହୋଇଛି। ଇତି ମଧ୍ୟରେ ଉତ୍ତରପ୍ରଦେଶ ପୁଲିସ ଆଜି ରାଜ୍ୟବ୍ୟାପୀ ୧୪୪ ଜାରି କରିଛି। କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ନଉପୁଜିବାପାଇଁ ଉତ୍ତରପ୍ରଦେଶ ପୁଲିସ ଏହି କାର୍ଯ୍ୟପନ୍ଥା ଗ୍ରହଣ କରିଛି। ମଉରୁ ୫ ଥର ବିଧାୟକ ହୋଇଥିବା ମୁଖତାର ଅନସାରି ବିରୋଧରେ ୬୦ରୁ ଅଧିକ ଅପରାଧିକ ମାମଲା ରହିଛି। ମୁଖତାର ଅନସାରୀର ପୁଅ ଉମର ଅନସାରୀ ଦାବି କରିଛି ଯେ ବାନ୍ଦା ଜେଲରେ ତା ବାପାକୁ ବିଷ ଦେଇ ମାରିଦିଆଯାଇଛି। ଅନସାରୀର ଭାଇ ଏବଂ ଗାଜିପୁର ସାଂସଦ ଅଫଜଲ ଅନସାରୀ ଦ୍ବାରା ମଧ୍ୟ ଏହି ସମାନ ଦାବି କରାଯାଇଛି। ମୁଖତାର ଅନସାରି ହତ୍ୟା ଘଟଣାର ତଦନ୍ତ କରିବା ପାଇଁ ବାନ୍ଦାରେ ସିଜେଏମ୍ କୋର୍ଟ ଅତିରିକ୍ତ ସିଜେଏମଙ୍କୁ କହିଛନ୍ତି ଏବଂ ମାାସକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ମଉର ପୂର୍ବତନ ବିଧାୟକ ବାରବାଙ୍କିରେ ଏକ ଆବେଦନ କରିଥିଲେ। ତାଙ୍କୁ ଖାଦ୍ୟରେ ବିଷ ଦିଆଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଅନସାରୀଙ୍କ ଦାବି ଅନୁଯାୟୀ ମାର୍ଚ୍ଚ ୧୮ ତାରିଖରେ ସେ ଖାଦ୍ୟ ଖାଇବା ପରେ ତାଙ୍କ ଗୋଡ଼ ହାତ ସବୁ ଯନ୍ତ୍ରଣା ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବାନ୍ଦାରେ ଆଜି ମୁଖତାୟର ଅନସାରୀର ଶବ ବ୍ୟବଚ୍ଛେଦ କରାଯାଇଛି ଏବଂ ଏହି ଶବ ବ୍ୟବଚ୍ଛେଦ ପ୍ରକ୍ରିୟାକୁ ଭିଡିଓଗ୍ରାଫ୍ କରାଯାଇଛି। ଇତି ମଧ୍ୟରେ ମୋହମଦାବାଦ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଦିନ ମୁଖତାର ଅନସାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ହେବାପରେ ତାଙ୍କୁ ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ୯ ଜଣ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। ତେବେ ସମସ୍ତ ପ୍ରକାର ଚିକିତ୍ସା ସତ୍ତ୍ବେ ତାଙ୍କର ମୃତ୍ୟୁ ହୋଇଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button