ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି – Kalinga News
[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ରାଜନୈତିକସ୍ତରରେ ନେତାଙ୍କ ଦଳ ବଦଳ ଜାରି ରହିଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ,ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ସମେତ ଅନ୍ୟ ନ୍ୟୁଜ୍ ଏଜେନ୍ସିରେ ଏନେଇ ଖବର ପ୍ରକାଶ ପାଇଛି। ବିଜେପି ସେଣ୍ଟ୍ରାଲ ମିଡ଼ିଆ ପକ୍ଷରୁ ଅଧକାରିକ ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ସୂଚନା ପ୍ରଦାନ କରାଯାଇଛି। ଏଥିରେ ସୂଚନା ପ୍ରଦାନ କରାଯାଇଛି କେତେକ ରାଜନେତା ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇ ପାରନ୍ତି। ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ଲୋକସଭା ଆସନରୁ ୬ ଥର ସାଂସଦ ଥିବା ଭର୍ତ୍ତୃହରି ଗତ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ସମସ୍ତ ଦଳ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଭର୍ତ୍ତୃହରି କେଉଁଆଡେ ଯିବେ ଏବଂ କଣ କରିବେ ସେ ସମ୍ପର୍କରେ କିଛି ପ୍ରକାଶ କରି ନ ଥିଲେ। ସିଦ୍ଧାନ୍ତ ମହାପାତ୍ର ବ୍ରହ୍ବପୁରରୁ ୨ ଥର ସାଂସଦ ହୋଇଛନ୍ତି। ସେହିପରି ଦମୟନ୍ତୀ ବାରିପଦାର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ।
[ad_2]