ଦେଶ- ବିଦେଶ

ପ୍ରଥମ ଥର କୋର୍ଟରେ କେସ ଲଢିବ ରୋବଟ

ନୂଆଦିଲ୍ଲୀ: ଅଧିକାଂଶ ବ୍ୟକ୍ତିଙ୍କୁ କୋର୍ଟରେ ପ୍ରତିନିଧିତ୍ୱ କରିବା ପାଇଁ ଓକିଲକୁ ଯୋଗାଡ଼ କରି ତାର ଫିସ ଦେବା ସବୁବେଳେ ମହଙ୍ଗା ପଡ଼ିଥାଏ । କିନ୍ତୁ ଯଦି ଏଆଇ-ପାୱାର ରୋବଟ୍ ଓକିଲ ରହିବେ ଯିଏ ସମସ୍ତଙ୍କ ପାଇଁ ପ୍ରତିନିଧିତ୍ୱ କରିପାରିବେ ତାହା କିଛି ଭିନ୍ନ ହେବ । ଏହା ଶୁଣିବାକୁ ନିଶ୍ଚିତ ଅଜବ ଲାଗୁଥିବ ସତ, କିନ୍ତୁ ଏହା ଆସନ୍ତା ମାସ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ୍ତବ ଜୀବନରେ ଘଟିବାକୁ ଯାଉଛି । ଜଣେ ଅଭିଯୁକ୍ତ ଫେବୃଆରୀରେ ଏକ ମାମଲାର କୋର୍ଟ ଅବଧି ମଧ୍ୟରେ “ଏଆଇ’ ଦ୍ୱାରା ସୃଷ୍ଟି ହୋଇଥିବା କୃତ୍ରିମ ରୋବଟରୁ ପରାମର୍ଶ ଗ୍ରହଣ କରିବ । ପ୍ରଥମ ଥର ପାଇଁ ଜଣେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ରୋବଟ କୋର୍ଟରେ ମାମଲାର ପ୍ରତିନିଧିତ୍ୱ କରିବାକୁ ଯାଉଛି ।

ବୈଜ୍ଞାନିକଙ୍କ କହିବାନୁସାରେ, ଏଆଇ ଏକ ସ୍ମାର୍ଟଫୋନରେ ପରିଚାଳିତ ହେବ । ଏକ ଇଅରଫୋନ ମାଧ୍ୟମରେ ଅଭିଯୁକ୍ତ କ’ଣ କହିବାକୁ ଚାହୁଁଛି ତାହା ବୁଝାଯିବ ପରେ କୋର୍ଟ ଏହାର ଶୁଣାଣି କରିବେ । ତେବେ “ଡୁ ନଟ ପେ’ ଦ୍ୱାରା କମ୍ପାନୀ ବିକଶିତ କରିଥିବା ଏଆଇ, କେଉଁ କୋର୍ଟରେ ସ୍ଥାପନ ହେବ ଏବଂ ଅଭିଯୁକ୍ତଙ୍କ ନାମକୁ ନେଇ କିଛି ସୂଚନା ମିଳିନି ।

ଷ୍ଟାନଫୋର୍ଡ ୟୁନିଭରସିଟିର ଜୋଶୁଆ ବ୍ରାଉଡର୍ ନାମକ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ୨୦୧୫ ମସିହାରେ କାଲିଫର୍ନିଆରେ “ଡୁ ନଟ ପେ’ ପ୍ରତିଷ୍ଠା କରିଥିଲେ । ଅଭିଯୁକ୍ତଙ୍କ ଟଙ୍କା ବଞ୍ଚାଇବାକୁ ସେ ଚାହୁଁଥିଲେ ଏବଂ ତାଙ୍କ ଆପ୍ ଓକିଲମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଉ ବୋଲି ସେ ଚାହୁଁଥିଲେ ।

କମ୍ପାନୀ ଦାବି କରିଛି ଯେ “ଡୁ ନଟ ପେ’ ଆପ୍ ହେଉଛି ବିଶ୍ୱର ପ୍ରଥମ ରୋବଟ୍ ଓକିଲ । ବ୍ୟବସାୟର ପ୍ରତିଷ୍ଠାତା ତଥା ସିଇଓ ଜୋଶୁଆ ବ୍ରାଉଡର୍ ଦାବି କରିଛନ୍ତି ଯେ “ଡୁ ନଟ ପେ’ର ଏଆଇ ସହାୟକଙ୍କୁ ବିଭିନ୍ନ ମାମଲାରେ ଆଇନ ଉପରେ ତାଲିମ ଦେବ ଏବଂ ଏହି ଆପ୍ ସତ୍ୟକୁ ସତ୍ୟ ରଖିବା ପାଇଁ ବହୁ ପରିଶ୍ରମ ଆବଶ୍ୟକ କରିବ । ସେ କହିଛନ୍ତି ଯେ ଆମେ ଆମର ଆଇନଗତ ଦାୟିତ୍ୱକୁ କମ୍ କରିବାକୁ ଚେଷ୍ଟା କରୁଛୁ ଏବଂ ଯଦି ଏହା ପ୍ରକୃତରେ ତଥ୍ୟକୁ ଠିକ ଭାବେ ପରିବେଶଣ ନକରେ ଏବଂ ଏହା ଅତ୍ୟଧିକ ଜଟିଳ ହୁଏ ତେବେ ଏହା ଭଲ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button