ଦେଶ- ବିଦେଶ

” ହଁ ମୁଁ ଠକ ! ସସ୍ମିତା ଭଉଣୀ ଯାହା କହୁଛନ୍ତି ସତ, ହାତଯୋଡି କ୍ଷମା ମାଗିଲେ ସାମ୍ବାଦିକ ରାହୁଲ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଭାଇରାଲ ସସ୍ମିତା ସାମ୍ବାଦିକ ରାହୁଲଙ୍କୁ ନେଇ ଯେଉଁ ଅଭିଯୋଗ କରିଛନ୍ତି । ସେହି ବିବାଦକୁ  ନେଇ ନିଜର ମୁହଁ ଖୋଲିଛନ୍ତି ରାହୁଲ । ରାହୁଲଙ୍କ କହିବା ଅନୁସାରେ ହଁ ମୁଁ ବେଇମାନି ଓ ଠକ୍ ଯେହେତୁ ମୁଁ ଜଣଙ୍କର ଭଲ କରିବା ପାଇଁ ଯାଇଥିଲି ଜଣେ ସାମ୍ବାଦିକ ହିସାବରେ ନିଜ କାମ ସାରି ଘରକୁ ଯାଉଥିବା ବେଳେ ଲୀଙ୍ଗରକ ମନ୍ଦିରରେ ଯେଉଁ ହସକୁ ଦେଖି ଟିକେ ରହି ଗଲି କାରଣ ସେହି ହସ ମୋତେ କିଛି କହୁଥିଲା ।

ତେଣୁ ମୁଁ ତାଙ୍କର ବାଇଟ୍ ନେଇଥିଲି ଏବଂ ସାହାଯ୍ୟ କରିଥିଲେ । ହଁ ମୁଁ କେବଳ ତାଙ୍କୁ ଅଳ୍ପ ସାହାଯ୍ୟ କଲି ସେ ତାଙ୍କ ପ୍ରତିଭାରୁ ଭାଇରାଲ ହୋଇଛନ୍ତି । ଯଦି ମୁଁ ତାଙ୍କ ବିଷୟରେ ଭାବି ତାଙ୍କର ଭଲ ପାଇଁ ଏସବୁ କିଛି କରିଛି ତେବେ ମୁଁ ନିହାତି ଠକ ଅଟେ । ମୁଁ ଯେବେ ପ୍ରଥମଥର ପାଇଁ ସସ୍ମିତା ଭଉଣୀଙ୍କ ଘରକୁ ଯାଇଥିଲି ଏବଂ କୁନି ଝିଅକୁ କୋଳରେ ନେଇ ନିଜ ଭଉଣୀ ଭାବି ତାଙ୍କ ପାଇଁ ମୁଁ କେମିତି ହେଉ ପଛେ କିଛି ନ କିଛି କରିବି ବୋଲି ନିଷ୍ପତି ନେଇଥିଲି ।

ତେଣୁ କରି ଗତକାଲି ସୁବାଷ ଓ ସନ୍ତୋଷ ଭାଇଙ୍କୁ କହି ସସ୍ମିତା ଭଉଣୀଙ୍କୁ ସୁଡିଓ ନେଇକି ଯାଇଥିଲେ ଏବଂ ମୋ ସହ ସରୋଜ ଭାଇ ଓ ଭାଉକ ମଧ୍ୟ ସଙ୍ଗେ ଥିଲେ । କାମ ସାରି ୧୧ ଟା ଭିତରେ ସସ୍ମିତାକୁ ଯେଉଁ ଘର ବୁଝିଥିଲୁ ସେଠାରେ ଛାଡ଼ିଥିଲି । ସସ୍ମିତା ମତେ କହିଲେ ଭାଇ ଏଇ ପାଞ୍ଚ ହଜାର ତମେ ରଖନ୍ତୁ ମୁଁ ପରେ ନେବି ମାତ୍ର ଆଜି ସକାଳକୁ ଏଭଳି ଅଭିଯୋଗ ଶୁଣି ମୁଁ ସେହି ଜାଗାରେ ତାଙ୍କୁ ଟଙ୍କା ଦେଇଦେଲି ।

ଏବେ ମୁଁ ମିଡିଆ ସମ୍ମୁଖରେ ସସ୍ମିତା ଭଉଣୀକୁ କ୍ଷମା ମାଗିବାକୁ ଚାହୁଁଛି ଆପଣ ମତେ ଯେବେ ଅଭିଶାପ ଦେବାକୁ ଚାହୁଁଛନ୍ତି ଦିଅନ୍ତୁ କିନ୍ତୁ ତମ ସଙ୍ଗେ ମୋ ଆର୍ଶୀବାଦ ସର୍ବଦା ରହିବ । ଯଦି ମୁଁ ଟଙ୍କାଟି ବି ଆପଣଙ୍କ ପଇସା ଖାଏ ତେବେ ମୋର ଅନ୍ତ ଭୟଙ୍କର ଘଟିବ । ମୋ ଭଉଣୀକୁ କେହି କିଛି କହିବେନି ତାଙ୍କୁ ଆହୁରି ଗୀତ ଗାଇବାକୁ ସୁଯୋଗ ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button