ଖେଳ ଖବର

ଆଇପିଏଲର ଅଷ୍ଟମ ମ୍ୟାଚ୍: ପଡ଼ିଆକୁ ଓହ୍ଲାଇ ରୋହିତ ରଚିଲେ ଇତିହାସ, ମାରିଲେ ‘ଡବଲ ସେଞ୍ଚୁରୀ’ – Kalinga News

[ad_1]

ହାଇଦ୍ରାବାଦ: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚ୍ ରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍ ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ର ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଛନ୍ତି। ସେ ‘ଡବଲ ସେଞ୍ଚୁରୀ’କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ ହାସଲ କରିଛନ୍ତି।

ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳିର ମାନ୍ୟତା ରୋହିତ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ୍ ଚାମ୍ପିୟନ ହୋଇଛି।

କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିରୋଧରେ ବ୍ୟାଟିଂ କରିବାକୂ ରୋହିତ ଶର୍ମା ଅଧିକ ପସନ୍ଦ କରିଥାନ୍ତି। କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେକେ) ବିରୋଧ ରୋହିତ ଶର୍ମା ୧୩ ଥର ଲେଖାଏଁ ଅର୍ଦ୍ଧଶତକ କରିଛନ୍ତି। ଆଇପିଏଲରେ ରୋହିତ ଶର୍ମା ମୋଟ ୨୪୪ ମ୍ୟାଚ୍ ଖେଳିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button