ସ୍ୱାସ୍ଥ୍ୟ
ଜାଣନ୍ତୁ କଞ୍ଚା କ୍ଷୀରର ଉପକାରିତା


ଅମୃତଭଣ୍ଡା ଓ କଞ୍ଚାକ୍ଷୀର ମିଶାଇ ତ୍ୱଚାରେ ଲଗାଇଲେ ନାଚୁ୍ୟରାଲ ଗ୍ଲୋ ଆସିଥାଏ । ଅମୃତଭଣ୍ଡାରେ ଥିବା ଏନଜାଇମ ଡେଡ ସେଲକୁ ତ୍ୱଚାରୁ ବାହାର କରିଥାଏ । ଏହାକୁ ଲଗାଇବା ଦ୍ୱାରା ବ୍ରଣ ଦାଗ ଓ କଳାଦାଗ ଦୂର ହୋଇଥାଏ । ବୟସ ବଢିବାଦ୍ୱାରା ମୁହଁରେ କୁଞ୍ଚନ ପଡିଥାଏ । ଏହି ମିଶ୍ରଣକୁ ଲଗାଇ ଥଣ୍ଡା ପାଣିରେ ମୁହଁ ଧୋଇଲେ ଏହା ମୁହଁରେ ଥିବା କୁଞ୍ଚନକୁ ଦୂର କରିବାରେ ସହାୟକ ହୁଏ । ଧୂଳି ଓ ଧୂଆଁ ଯୋଗୁଁ ତ୍ୱଚା ମଳିନ ଦେଖାଯାଇଥାଏ । କଞ୍ଚାକ୍ଷୀରରେ ମହୁ ପକାଇ ଲଗାଇଲେ ତ୍ୱଚା ସଫା ଓ ସୁନ୍ଦର ଦେଖାଯାଏ ।