ସ୍ୱାସ୍ଥ୍ୟ

ଜାଣନ୍ତୁ କଞ୍ଚା କ୍ଷୀରର ଉପକାରିତା

କ୍ଷୀର ଶରରୀର ପାଇଁ ଅତ୍ୟନ୍ତ ଉପକାରୀ ଏହା ଆମେ ସମସ୍ତେ ଜାଣନ୍ତି । ଏଥିରେ ଥିବା ଭିଟାମିନ ଏ, କ୍ୟାଲସିୟମ, ଆଇରନ, ପ୍ରୋଟିନ, ଫ୍ୟାଟ ଏବଂ କୋଲେଷ୍ଟ୍ରଲ ପରି ପୋଷକତତ୍ତ୍ୱ ରହିଥାଏ । ତେବେ କ୍ଷୀର କେବଳ ଶରୀର ପାଇଁ ନୁହେଁ ଆମ ତ୍ୱଚାକୁ ମଧ୍ୟ ସୁସ୍ଥ ଓ ସୁନ୍ଦର ରଖିଥାଏ । ଏହାକୁ ମୁହଁରେ ଲଗାଇଲେ ମୁହଁ ଉଜ୍ଜଳ ଓ କୋମଳ ହୋଇଥାଏ ।

ଅମୃତଭଣ୍ଡା ଓ କଞ୍ଚାକ୍ଷୀର ମିଶାଇ ତ୍ୱଚାରେ ଲଗାଇଲେ ନାଚୁ୍ୟରାଲ ଗ୍ଲୋ ଆସିଥାଏ । ଅମୃତଭଣ୍ଡାରେ ଥିବା ଏନଜାଇମ ଡେଡ ସେଲକୁ ତ୍ୱଚାରୁ ବାହାର କରିଥାଏ । ଏହାକୁ ଲଗାଇବା ଦ୍ୱାରା ବ୍ରଣ ଦାଗ ଓ କଳାଦାଗ ଦୂର ହୋଇଥାଏ । ବୟସ ବଢିବାଦ୍ୱାରା ମୁହଁରେ କୁଞ୍ଚନ ପଡିଥାଏ । ଏହି ମିଶ୍ରଣକୁ ଲଗାଇ ଥଣ୍ଡା ପାଣିରେ ମୁହଁ ଧୋଇଲେ ଏହା ମୁହଁରେ ଥିବା କୁଞ୍ଚନକୁ ଦୂର କରିବାରେ ସହାୟକ ହୁଏ । ଧୂଳି ଓ ଧୂଆଁ ଯୋଗୁଁ ତ୍ୱଚା ମଳିନ ଦେଖାଯାଇଥାଏ । କଞ୍ଚାକ୍ଷୀରରେ ମହୁ ପକାଇ ଲଗାଇଲେ ତ୍ୱଚା ସଫା ଓ ସୁନ୍ଦର ଦେଖାଯାଏ ।
ଲେମ୍ବୁ, ମହୁ ଓ କଞ୍ଚକ୍ଷୀରର ମିଶ୍ରଣକୁ ନିୟମିତ ଲଗାଇଲେ । ମୁହଁରେ ଥିବା ଡେଡସେଲ ବାହାରିଯାଇ ତ୍ୱଚା ସଫା ଓ ଉଜ୍ଜଳ ଦେଖାଯାଇଥାଏ । ଏହା କ୍ଲିଜିଙ୍ଗ୍ ପରି ମଧ୍ୟ କାମଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button