ନବୀନ ନିବାସରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା – Kalinga News

[ad_1]
ଭୁବନେଶ୍ବର: ଆଜି ନବୀନ ନିବାସରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଓ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହିବେ। ଦିନ ୧୧ଟାରେ ମୟୁରଭଞ୍ଜ , ୧୨ଟାରେ କେନ୍ଦୁଝର, ଅପରାହ୍ଣ ସାଢ଼େ ୪ଟାରେ ବାଲେଶ୍ୱର ଏବଂ ସାଢ଼େ ୫ଟାରେ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ହେବ। ଏଥିରେ କେନ୍ଦୁଝର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ବାଲେଶ୍ଵର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଏବଂ ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ଉପସ୍ଥିତ ରହିବେ। ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ, ଜନ୍ମେଜୟ ଲେଙ୍କା, ପ୍ରଣବ ବଳବନ୍ତ ରାଏ ପ୍ରମୁଖ ଉପସ୍ଥିତ ଅଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମେ କେନ୍ଦୁଝର ଓ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରର ସମୀକ୍ଷା ପାଇଁ ନବୀନ ନିବାସରେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ,ବିଧାୟକ ରାଜକିଶୋର ଦାସ, ମୟୂରଭଞ୍ଜ ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ ଓ ରାଜ୍ୟସଭା ସାଂସଦ ମମତା ମହନ୍ତ ପ୍ରମୁଖ ପହଞ୍ଚିଛନ୍ତି।
[ad_2]