ରାଜନୀତି

ଟିକସ ପୁନଃମୂଲ୍ୟାୟନ ପ୍ରକ୍ରିୟା ବିରୋଧରେ କଂଗ୍ରେସର ଆବେଦନକୁ ଖାରଜ କଲେ ହାଇକୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ: ଆୟକର ବିଭାଗ ଦ୍ୱାରା କଂଗ୍ରେସ ବିରୋଧରେ ଆରମ୍ଭ ହୋଇଥିବା ପୁନଃମୂଲ୍ୟାୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୋବନ୍ତ ବର୍ମା ଓ ଜଷ୍ଟିସ ପୁରୁଷେନ୍ଦ୍ର କୁମାର କୌରବଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି ଯେ ଆମେ ରିଟ୍‌ ପିଟିସନକୁ ଖାରଜ କରୁଛୁ।

ଉଲ୍ଲେଖଯୋଗ୍ୟ, ୨୦୧୪-୧୫, ୨୦୧୫-୧୬ ଏବଂ ୨୦୧୬-୧୭ରେ କ୍ରମାଗତ ତିନି ବର୍ଷ ଧରି କର୍ତ୍ତୃପକ୍ଷଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟିକସ ପୁନଃମୂଲ୍ୟାୟନ ପ୍ରକ୍ରିୟା ବିରୋଧରେ ରାଜନୈତିକ ଦଳ କଂଗ୍ରେସ ପକ୍ଷରୁ ଦାୟର କରାଯାଇଥିବା ଆବେଦନ ଉପରେ ହାଇକୋର୍ଟ ମାର୍ଚ୍ଚ ୨୦ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଦଳ ଏହି ପୁନଃମୂଲ୍ୟାୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିିଥିଲା।

କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି ଦର୍ଶାଇଥିଲେ ଯେ ଟିକସ ପୁନଃମୂଲ୍ୟାୟନ ପ୍ରକ୍ରିୟା ସୀମିତ ରହିଛି ଏବଂ ଆୟକର ବିଭାଗ ସର୍ବାଧିକ ୬ ବର୍ଷକୁ ଫେରି ପାରିଥାନ୍ତା। ଅନ୍ୟ ପକ୍ଷରେ ଆୟକର ବିଭାଗ କହିଛି ଯେ ଟିକସ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ବୈଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରାଯାଇନାହିଁ ଏବଂ ଜବତ ସାମଗ୍ରୀ ଅନୁଯାୟୀ, ଦଳର ଆୟ ୫୨୦ କୋଟି ଟଙ୍କାରୁ ଅଧିକ। ନିକଟରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ ୧୦୦ କୋଟି ଟଙ୍କାରୁ ଅଧିକ ବକେୟା ଟିକସ ଆଦାୟ ପାଇଁ କଂଗ୍ରେସକୁ ଜାରି କରିଥିବା ନୋଟିସ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିବା ରାୟରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ।

ଆକଳନ ଅଧିକାରୀ ୨୦୧୮-୧୯ ଆକଳନ ବର୍ଷ ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଟିକସ ଦାବି କରିଥିଲେ ଯେତେବେଳେ ଆୟ ୧୯୯ କୋଟି ଟଙ୍କାରୁ ଅଧିକ ଆକଳନ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button