ମନୋରଞ୍ଜନ

ହିମାଚଳପ୍ରଦେଶରୁ ନିର୍ବାଚନ ଲଢ଼ିବା ପାଇଁ ଚାହୁଁ ନଥିଲେ କଙ୍ଗନା – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନୟରେ ନିଜର ଜଲୱା ଦେଖାଇବା ପରେ ରାଜନୀତି ମଇଦ‌ାନକୁ ଓହ୍ଲାଇବା ଖବର ଚର୍ଚ୍ଚାରରେ ରହିଛି। ଗତ ରବିବାର କଙ୍ଗନା ନିଜର ଜନ୍ମସ୍ଥାନ ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଥିଲା।

କଙ୍ଗନା ଅନେକ ସମୟରେ ରାଜନୀତି ପ୍ରସଙ୍ଗରେ ନିଜର ମତାମତ ଦେଇଥାଆନ୍ତି। ଗତବର୍ଷ ନଭେମ୍ବରରେ କଙ୍ଗନା ସଙ୍କେତ ଦେଇଥିଲେ କି ସେ ନିର୍ବାଚନ ଲଢ଼ି ପାରନ୍ତି।  ତେବେ କଙ୍ଗନାଙ୍କୁ ଗତ ରବିବାର ଟିକେଟ ମିଳିବା ପରେ ଏକ ପୁରୁଣା ଟୁଇଟ ତାଙ୍କର ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଟୁଇଟରେ କଙ୍ଗନା କହିଥିଲେ କି ‌ସେ ହିମାଚଳ ପ୍ରଦେଶରୁ ନିର୍ବାଚନ ଲଢ଼ିବେ ନାହିଁ ବରଂ ଏକ କମ୍ପଲେକ୍ସ ରାଜ୍ୟରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। କାରଣ ହିମାଚଳପ୍ରଦେଶର ଜନସଂଖ୍ୟା ୬୦/୭୦ଲକ୍ଷ ଭିତରେ ରହିଛି। ସେଠାରେ ଦାରିଦ୍ରତା ନାହିଁ  ଅପରାଧ ନାହିଁ କହିଲେ ଚଳେ। ନିର୍ବାଚନ ଲଢ଼ିବି ଯଦି ଏକ ଜଟିଳ ରାଜ୍ୟରୁ ନିର୍ବାଚନ‌ ଲଢ଼ିବି ତାହାଲେ ଯାଇ ମଜା ଆସିବ। ସମସ୍ୟା‌ ଥିବା ରାଜ୍ୟରେ ନିର୍ବାଚନ ଲଢ଼ି ତାହାକୁ ସମାଧାନ କରି ମୁଁ ରାଣୀ ହେବାକୁ ଚାହେଁ।

ମଣ୍ଡି ନିର୍ବାଚନମଣ୍ଡଳୀରୁ ଟିକେଟ ପାଇବା ପରେ କଙ୍ଗନା ଟୁଇଟ କରି କହିଥିଲେ, ‘ମୁଁ ଭାରତ ସହିତ ଭାରତୀୟ ଜନତା ପାର୍ଟିକୁ ଭଲ ପାଏ। ଅଧିକାରିକ ଭାବେ ବି‌ଜେପିରେ ସାମିଲ ହୋଇଛି। ମୋର ପ୍ରିୟ ଦଳ ପାଇଁ କାମ କରିବାକୁ ନେଇ ମୁଁ ଖୁବ ଉତ୍ସାହିତ ଅଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button