ମନୋରଞ୍ଜନ

ସବୁ କିଛି ଶେଷ ହୋଇଗଲା, ତୁମେ ମନାରାକୁ ପସନ୍ଦ କରୁଛ; ସ୍ବାମୀଙ୍କୁ ଏଭଳି କହି କାନ୍ଦିଲେ ଅଙ୍କିତା – Kalinga News

[ad_1]

ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି।

ଗତ କିଛି ଦିନ ତଳେ ଅଙ୍କିତା ସ୍ବାମୀଙ୍କୁ ଛାଡ଼ପତ୍ର ମାଗିଥିବା ବେଳେ ପରେ ବିକି ପତ୍ନୀଙ୍କୁ ମାଡ଼ ମାରିବା ପାଇଁ ହାତ ଉଠାଇଥିବା ଦେଖିବାକୁ ମିଳିଥିଲା। ବିଗ୍ ବସରେ ବିକି ଅଙ୍କିତାଙ୍କୁ ଓ ଅଙ୍କିତା, ବିକିଙ୍କୁ ଅନେକ ଥର ଅପମାନିତ କରିଥିବା ଦେଖାଯାଇଛି। ଏବେ ଭାଇରାଲ ହୋଇଥିବା ପ୍ରୋମୋରେ ଅଙ୍କିତା କାନ୍ଦୁଥିବାର ଦେଖାଯାଇଛି। ବିକିଙ୍କୁ ବିବାହ କରି ଭୁଲ କରିଦେଲି ବୋଲି ସେ କହୁଥିବା ଦେଖାଯାଇଛି। ପ୍ରେମୋରେ ଅଙ୍କିତା, ବିକିଙ୍କୁ କହୁଛନ୍ତି ଯେ, ତୁମେ ମନାରାକୁ ବହୁତ ପସନ୍ଦ କରୁଛ। ତାଙ୍କ ସହ କଥା ହୋଇ ତୁମକୁ ମଜା ଲାଗୁଛି। ଏହା ପ‌ରେ ବିକି କହୁଛନ୍ତି, ତୁମେ ମୋର ସବୁ ସାଙ୍ଗମାନଙ୍କୁ ଏଭଳି କହି ବନ୍ଧୁତା ଭାଙ୍ଗିଦିଅ। ବିବାହ କରିଛି, ଗୁଲାମ ନୁହଁ।

ବିକି ଏଭଳି କହିବା ପରେ ଅଙ୍କିତା କାନ୍ଦୁଥିବାର ଦେଖିବାକୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button