ଦେଶ- ବିଦେଶ

ବିବାହ ବାର୍ଷିକୀରେ କର୍ଣ୍ଣଲ୍ ରାୟଙ୍କ ସ୍ତ୍ରୀ ପ୍ରିୟଙ୍କା, ଏହି ପରି ନିଜ ସହିଦ ସ୍ବାମୀଙ୍କ ସହ ପାଳନ କଲେ ବିବାହ ବାର୍ଷିକ – ଯାହାଦେଖି ସମସ୍ତଙ୍କ ଆଖିରେ ଆସି ଯାଇଥିଲା ଲୁହ

ନମସ୍କାର ବନ୍ଧୁଗଣ, ସ୍ଵାଗତ କରୁଛୁ ଆମର ଏହି ୱେବ ପୋର୍ଟାଲକୁ। ସବୁଦିନ ଭଳି ଆଜି ବି ଆମେ ନେଇ ଆସିଛୁ ଏକ ଏଭଳି ଖବର ଯାହା ଆପଣଙ୍କ ଆଖିରେ ଆଣି ଦେବ ଲୁହ। ଆମ ଦେଶର ସୁରକ୍ଷା ପାଇଁ କେତେ ଯେ ଲୋକ ନିଜର ଜୀବନ ଦେଉଛନ୍ତି ତାର କିଛି କଳନା ନାହିଁ। ଦେଶର ସୁରକ୍ଷା ପାଇଁ କେତେ କେତେ ଯବାନ ସହିଦ ହେଉଛନ୍ତି, ସେମାନେ ନିଜ ପରିବାରକୁ ଭୁଲି ଦେଶ ପାଇଁ ନିଜର ଜୀବନ ବାଜି ଲଗାଉଛନ୍ତି। କିନ୍ତୁ ସେମାନେ ସହିଦ ହେବା ପରେ ତାଙ୍କ ପରିବାର ଉପରେ କଣ ବିତେ ଏହା କେବଳ ସେମାନେ ହିଁ କହିପାରିବେ। ତେବେ ଆଜି ଆମେ ସେହିଭଳି ଏକ ଘଟଣା ବିଷୟରେ କହିବୁ ଯେଉଁଠି ଏକ ସହିଦ ଯବାନଙ୍କ ସ୍ତ୍ରୀ ତାଙ୍କ ବିବାହ ବାର୍ଷିକରେ କିଛି ଏଭଳି କରିଛନ୍ତି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

କର୍ଣ୍ଣଲ୍ ଏମ୍ ଏନ୍ ରାୟ ଦେଶ ପାଇଁ ଲଢୁଥିବା ସମୟରେ ସହୀଦ ହୋଇଥିଲେ । ଏବେ ତାଙ୍କର ବିବାହ ବାର୍ଷିକ ଦିନ ତାଙ୍କ ସ୍ତ୍ରୀ ତାଙ୍କ ସହ ନେଇଥିବା ଏହି ଫଟୋ ପୁରା ଦେଶକୁ ଦେଖିବା ଉଚିତ୍ । ନିଜ ବାହାଘର ବାର୍ଷିକୀ ମନାଇବା ପାଇଁ ସେ ତାଙ୍କ ସ୍ବାମୀଙ୍କ ସ୍ମୃତି ସ୍ଥଳକୁ ଯାଇଥିଲେ । ସାରା ଦୁନିଆକୁ ଏହା ଦେଖିବା କଥା ଯେ କିପରି ଜଣେ ବିବାହିତ ମହିଳାଙ୍କ ସୁହାଗ ଦେଶର ସେବା କରୁଥିବା ସମୟରେ ଉଜୁଡିଗଲା । କର୍ଣ୍ଣଲଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସ୍ମୃତି ସ୍ଥଳକୁ ଯାଇ ତାଙ୍କ ସ୍ୱାମୀଙ୍କ ପ୍ରତିମା ସାମନାରେ ସେଲ୍ଫି ନେଇଥିଲେ । ସେ ସହୀଦ କର୍ଣ୍ଣଲ୍ ରାୟଙ୍କ ବିଷୟରେ କହି କାନ୍ଦିବାକୁ ଲାଗିଲେ , କହିଲେ କି ସେ ଦେଶର ସେବା କରୁଥିବା ସମୟରେ ସହିଦ ହୋଇଗଲେ ଓ ଆମ ପାଇଁ ଜୀବନରେ ତାଙ୍କୁ ଛାଡି ଆଉ କେହି ନାହାନ୍ତି ।

ସହୀଦ ହେବା ପରେ ସରକାର ସେହି ଯବାନ ମାନଙ୍କୁ ସମ୍ମାନ ସ୍ୱରୁପ ମେଡାଲ୍ ଦେଇଥାନ୍ତି , କିଛି ପଇସା ସେମାନକ ପରିବାରକୁ ମଧ୍ୟ ଦେଇଥାନ୍ତି , କିନ୍ତୁ ପଛରେ ତାଙ୍କର ଭବିଷ୍ୟତ ବିଷୟରେ ପଚାରିବାକୁ କେବେ ବି ଚେଷ୍ଟା କରନ୍ତି ନାହିଁ । ସଂମ୍ପର୍କୀୟ ସିଦ୍ଧାର୍ଥ ରାୟଙ୍କ କହିବା କଥା କି କର୍ଣ୍ଣଲ ରାୟଙ୍କ ମୃତ୍ୟୁ ପରେ ତାଙ୍କ ବାପା ଅସୁସ୍ଥ ଅଛନ୍ତି  ଓ ସରକାର ତାଙ୍କ ବୁଢା ବାପାଙ୍କ ଦାୟିତ୍ୱ ନେବା ଦରକାର । ଯାହା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଠିକ୍ ହୋଇପାରିବ ।  କର୍ଣ୍ଣଲ୍ ଏମ୍ ଏନ୍ ରାୟ ଙ୍କ ଦୁଇଟି ବଡ ଭାଇ ସେନାର ଉଚ୍ଚ ପଦରେ ଅଛନ୍ତି , କର୍ଣ୍ଣଲ୍ ଏମ୍ ଏନ୍ ରାୟଙ୍କ ସ୍ତ୍ରୀ ଓ ଛୁଆ ଦିଲ୍ଳୀରେ ରହୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button