ମନୋରଞ୍ଜନ

ଭଉଣୀ ମୃତ୍ୟୁର ଗୋଟିଏ ଦିନ ପରେ ଟେଲି ଅଭିନେତ୍ରୀଙ୍କ ପରଲୋକ   – Kalinga News

[ad_1]

ନୂଆଦିଲ୍ଲୀ: ଟେଲିଭିଜନ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟେଲିଭିଜନ ଅଭିନେତ୍ରୀ ଡୋଲି ସୋହିଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିବାର ଖବର ଆସିଛି।

ଅଭିନେତ୍ରୀଙ୍କ ପରିବାରଲୋକଙ୍କ ପକ୍ଷରୁ ପ୍ରକାଶ, ଏକାସାଙ୍ଗରେ ଆମ ପରିବାର ଉପରେ ଦୁଇଟି ଦୁଃଖର ପାହାଡ ଛିଣ୍ଡି ପଡ଼ିଛି।  ଆଜି ସକାଳେ ଝିଅ ଡୋଲି ଆମ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଗତ ରାତି‌ରେ ଆମର ସାନ ଝିଅ ଅମନଦୀପ ସୋହିଙ୍କର ମୃତ୍ୟୁ ହୋଇଥିଲା। ଅମନଦୀପ ଜଣ୍ଡିସରେ ପୀଡିତ ଥିବା ବେଳେ ଡୋଲି ୨୦୨୩ରେ ଗର୍ଭାଶୟ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

डॉली सोही, अमनदीप सोही

ଡୋଲିଙ୍କୁ କିଛିଦିନ ତଳେ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ଧୀ‌ରେଧୀରେ ତାଙ୍କର ଉନ୍ନତୀ ଆସୁଥିଲା। କି‌ମୋଥେରାପି ଆରମ୍ଭ ହେବା ପରଠାରୁ ସେ ଆଉ ସୁଟିଂ କରି ପାରିଲେ ନାହି। ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଖବର ମିଳିଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ଆସିଥିଲା।

୨ଦଶକ ପର୍ଯ୍ୟନ୍ତ ଅଭିନେତ୍ରୀ ଟେଲି ପରଦାରେ ନିଜର ଜଲୱା ଦେଖାଇଛନ୍ତି। ଡୋଲିଙ୍କ ବିବାହ କାନାଡାସ୍ଥିତ ଏନଆରଆଇ ଅବନୀତ ଧନୋୱାଙ୍କ ସହିତ ହୋଇଥିଲା। ଡୋଲି ମା’ ହେବାପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଡୋଲିଙ୍କ ପରିବାର ଏବେ ତାଙ୍କର ଏକମାତ୍ର ଝିଅ ଏମତଲି ହିଁ ରହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button