ଅପରାଧ

ଚୋରି କରିବା ପୂର୍ବରୁ ବେକେରି ସାମ୍ନାରେ ‌ମହିଳାଚୋର ଯୋଗ କରୁଥିବା ଭିଡିଓ ଭାଇରାଲ – Kalinga News

[ad_1]

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ଚୋର ସହିତ ଜଡ଼ିତ ରହିଛି। ଏହି ଭିଡିଓଟି ଅଷ୍ଟ୍ରେଲିଆର ବୋଲି କୁହାଯାଉଛି।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଥିବା ଚୋରି ଘଟଣା ମାର୍ଚ୍ଚ ୩ରେ ହୋଇଥିବା କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଚୋର ଏକ ବେକେରିରେ ଚୋରି କରିବାକୁ ଲକ୍ଷ୍ୟ ରଖିଥିଲା। ‌ତେବେ ଚୋରି ପୂର୍ବରୁ ଉକ୍ତ ମହିଳା ଚୋର ଜଣକ ବେକେରି ସାମ୍ନାରେ ଯୋଗ କରିଥିଲା। ଯାହାକି ବେକେରି ସାମ୍ନାରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।

ବେକେରି ମାଲିକ ଯେ‌ତେବେଳେ ଜାଣିଲେ ତାଙ୍କ ଦୋକାନରେ ଚୋରି ହୋଇଛି ସେ ସିସିଟିଭି ଦେଖିଥିଲେ। ଏଥିରେ ମହିଳା ଚୋର ଜଣକ ଚୋରି ପୂର୍ବରୁ କ’ଣ କ’ଣ କରିଥିଲେ ତାହା କଏଦ ହୋଇ ରହିଥିଲା। ଯାହାକୁ ଦେଖି ବେକେରି ମାଲିକ ଚକିତ ହୋଇଯାଇଥିଲେ।

ଏହି ଭିଡିଓକୁ ନେଇ ବେକେରି ମାଲିକ ଥାନାରେ ପହଞ୍ଚି ଚୋରି ହୋଇଥିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରି ମହିଳା ଚୋରକୁ ଗିରଫ କରିବା ସହିତ ତା’ ନିକଟରୁ କିଛି ନଗଦ ଟଙ୍କା ଜବତ କରିଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button