ପଞ୍ଜାବୀ ସିନେମାରୁ ଓଲିଉଡ୍ ନାୟିକା – Kalinga News

[ad_1]
ପ୍ରଥମେ ପଞ୍ଜାବୀ ମ୍ୟୁଜିକ୍ ଆଲବମ୍ ଓ ପରେ ସିନେମାରେ ଲିଡ୍ ରୋଲ୍। ଏବେ ସେ ଓଲିଉଡ୍ ନାୟିକା। ପଞ୍ଜାବୀ ସିନେମାରେ ନାୟିକା ହେବାରେ ସେ ପ୍ରଥମ ଓଡ଼ିଆ। ରିଲିଜ୍ ଅପେକ୍ଷାରେ ରହିଛି ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ‘ମୁଁ ତୁମକୁ ଭଲ ପାଏ’।

Sambad is now on WhatsApp
Join and get latest news updates delivered to you via WhatsApp
ବେ ମୁକ୍ତି ପ୍ରତୀକ୍ଷାରେ ରହିଛି ଓଡ଼ିଆ ସିନେମା ‘ମୁଁ ତୁମକୁ ଭଲ ପାଏ’। ଏହି ସିନେମାର ଅନ୍ୟତମ ନାୟିକା ହେଲେ ସପ୍ନା। ଫିଲ୍ମର ଟାଇଟଲ୍ ଗୀତ ଓ ଅନ୍ୟ ଏକ ଗୀତ ‘ମୋ ପାଇଁ ଖୁଦ୍ଦା ତୋର ମୋହବତ୍..’ରେ ତାଙ୍କ ଅଭିନୟ ଦେଖିବା ପରେ ସପ୍ନାଙ୍କୁ ମିଳିଛି ସୋସିଆଲ୍ ମିଡିଆରେ ଢେର୍ ପ୍ରଶଂସା। କେହି ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି ତ ପୁଣି କେହି ତାଙ୍କ ଅଭିନୟର ତାରିଫ୍ କରିଛନ୍ତି। ଅନେକଙ୍କର ଧାରଣା ଥିଲା ସପ୍ନା ଅଣଓଡ଼ିଆ ନାୟିକା। ହେଲେ ସେ ଖାଣ୍ଟି ଓଡ଼ିଆ ଓ ରହନ୍ତି ନୂଆଦିଲ୍ଲୀରେ। ତାଙ୍କର ପାଠପଢ଼ା ବି ଦିଲ୍ଲୀରେ। ସପ୍ନାଙ୍କ ଘର ଭଦ୍ରକର ଚରମ୍ପାରେ। ସେ ଓଡ଼ିଆ ଲେଖିପଢ଼ି ପାରନ୍ତିନି, ମାତ୍ର ଓଡ଼ିଆ କହିପାରନ୍ତି।
୨୦୧୮ରେ ଜୀ ଟିଭିରେ ପ୍ରସାରିତ ‘ଫିଅର୍ ଫାଇଲ୍ସ’ ଧାରାବାହିକ ଜରିଆରେ ଆକ୍ଟିଂ ଡେବ୍ୟୁ କରିଥିଲେ ସପ୍ନା। ଏହାପରେ ସେ ଦୁଇଟି ପଞ୍ଜାବୀ ଓ ଗୋଟିଏ ହରିୟାଣୀ ଫିଲ୍ମରେ ଲିଡ୍ ରୋଲ୍ କରିଥିଲେ। ପରେ ତାଙ୍କୁ ବହୁ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ କାମ କରିବାର ସୁଯୋଗ ମିଳିଥିଲା। ଏହି ସମୟରେ ତାଙ୍କୁ ଓଡ଼ିଆ ସିନେମା ‘ମୁଁ ତୁମକୁ ଭଲ ପାଏ’ରେ ନାୟିକା ଭୂମିକା ଲାଗି ଅଫର୍ ମିଳିଥିଲା। ଏ ସମ୍ପର୍କରେ ସପ୍ନା କହନ୍ତି, ‘ମୁଁ ତୁମକୁ ଭଲ ପାଏ’ର ସଂଳାପ ଲେଖକ ଯମେଶ ଶୁକ୍ଳା ସାର୍ ମୋର ଫେସ୍ବୁକ୍ ଫ୍ରେଣ୍ଡ୍। ସେ ମୋତେ ମେସେଜ୍ କରି ଫିଲ୍ମର ଲିଡ୍ ରୋଲ୍ ପାଇଁ ଅଫର୍ ଦେଇଥିଲେ। ମୁଁ ‘ହଁ’ କହିବା ପରେ ଚୁକ୍ତିବଦ୍ଧ ହୋଇଥିଲି।
ସପ୍ନା କେବଳ ଯେ ଜଣେ ନାୟିକା, ତା ନୁହେଁ, ଜଣେ ଆଇନଜୀବୀ ମଧ୍ୟ। ନୂଆଦିଲ୍ଲୀର ତିସ୍ହଜାରୀ କୋର୍ଟରେ ସେ ଲ’ ପ୍ରାକ୍ଟିସ୍ କରନ୍ତି। ଅଭିନୟ ଓ ଆଇନଜୀବୀ ପେସାକୁ ସେ ସମାନ୍ତରାଳ ଭାବେ ସୁପରିଚାଳନା କରୁଛନ୍ତି ।
‘ମୁଁ ତୁମକୁ ଭଲ ପାଏ’ର ସୁଟିଂ ପାଇଁ ତାଙ୍କୁ ସୁରତ ଯିବାକୁ ପଡ଼ିଥିଲା। ଫିଲ୍ମର କାହାଣୀ ଓ ଚରିତ୍ରକୁ ନେଇ ସସ୍ପେନ୍ସ୍ ରହିଛି। ଯାହାକୁ ନେଇ ସେ ଖୁବ୍ ଉତ୍କଣ୍ଠିତ ଓ ଉତ୍ସାହିତ। ସପ୍ନାଙ୍କୁ ଏଥିରେ ନାୟକ ମୁନ୍ନାଙ୍କ ବିପକ୍ଷରେ ଦେଖିବାକୁ ପାଇବେ ଦର୍ଶକ।
ସପ୍ନାଙ୍କୁ ଏହା ଭିତରେ ତିନିଟି ଓଡ଼ିଆ ସିନେମାର ଅଫର୍ ମିଳିଥିଲା। ମାତ୍ର ସମୟ ଅଭାବରୁ ସେ ମନା କରିଥିବା କହିଛନ୍ତି। ତାଙ୍କୁ ପଞ୍ଜାବୀ ମ୍ୟୁଜିକ୍ ଭିଡିଓ ଲାଗି ବହୁତ ସମୟ ଦେବାକୁ ପଡ଼ୁଛି। ଖାଲି ସେତିକି ନୁହେଁ, ବଲିଉଡ୍ରୁ ମଧ୍ୟ ‘ୱେବ୍ ସିରିଜ୍’ରେ କାମ କରିବାକୁ ତାଙ୍କୁ ଅଫର୍ ମିଳିଛି। ମାତ୍ର ସେ ‘ନା’ କହିଛନ୍ତି। କେବଳ ଭଲ କାହାଣୀ ଓ ଚରିତ୍ର ମିଳିଲେ, କାମ କରିବେ ସପ୍ନା।
ସପ୍ନା କେବଳ ଯେ ଜଣେ ଅଭିନେତ୍ରୀ ନୁହନ୍ତି, ବୃତ୍ତିରେ ଜଣେ ଆଇନଜୀବୀ ମଧ୍ୟ। ନୂଆଦିଲ୍ଲୀର ତିସ୍ହଜାରୀ କୋର୍ଟରେ ସେ ଓକିଲାତି କରନ୍ତି। ଅଭିନୟ ଓ ଆଇନଜୀବୀ ପେସାକୁ ସେ ସମାନ୍ତରାଳ ଭାବେ ସୁପରିଚାଳନା କରୁଛନ୍ତି। ଆଗକୁ ବି ଅଭିନୟ ଜାରି ରଖିବେ ସପ୍ନା।
[ad_2]