କ୍ରୀଡ଼ା ସଂସାର: ଆଇପିଏଲ୍ କ୍ୟାପ୍ଟେନ୍ କାହାଣୀ – Kalinga News

[ad_1]
ଭାରତୀୟ କ୍ରିକେଟ୍ର ଅସଲ ମଞ୍ଚ, ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ, ଖେଳାଳିଙ୍କ ଲୋଭନୀୟ ପ୍ରତିଯୋଗିତା ପାଲଟିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ସପ୍ତଦଶ ସଂସ୍କରଣ ଧୁମ୍ଧାମ୍ରେ ଆରମ୍ଭ ହୋଇଯାଇଛି। ଦେଢ଼ଦଶନ୍ଧିର ଏହି କ୍ରିକେଟ୍ ପ୍ରତିଯୋଗିତା ବିସିସିଆଇର ଅନ୍ୟତମ ଘରୋଇ କ୍ରିକେଟ୍ ଲିଗ୍ ହୋଇଥିଲେ ମଧ୍ୟ ବହୁ ପୁରାତନ ଟୁର୍ଣ୍ଣାମେଣ୍ଟ୍କୁ ପଛରେ ପକାଇ ଦେଇଛି। ଅର୍ଥ, ରୋମାଞ୍ଚ, ଉତ୍କଣ୍ଠା, ନାଟକୀୟ ମୁହୂର୍ତ୍ତ, ସ୍ମରଣୀୟ ଛାପକୁ ନେଇ ଘଟଣାବହୁଳ ଏହି ଲିଗ୍ ବିଶ୍ବ ସାରା ଖେଳାଯାଉଥିବା ଶତାଧିକ ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ ମଧ୍ୟରେ ବି ସବୁଠୁ ଅଧିକ ଲୋକପ୍ରିୟ ଓ ଚାହିଦାର ପ୍ରତିଯୋଗିତା ପାଲଟିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ କ୍ରିକେଟ୍ ପାଇଁ ଏଥରର ଆଇପିଏଲ୍ ନିଶ୍ଚିତ ଏକ ନିଆରା ଯୁଗର ଶୁଭାରମ୍ଭ କରିବାକୁ ଯାଉଛି। କାହିଁକି ନା ଦେଶର ୩ ପ୍ରମୁଖ ଖେଳାଳି ତଥା ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମା ଏଥର ଅଣଅଧିନାୟକ ଭାବେ ଏହି ସଂସ୍କରଣରେ ଖେଳିବା ଆରମ୍ଭ କରିଛନ୍ତି। ଅଧିନାୟକ ଭାବେ ଅନେକ ମାଇଲଖୁଣ୍ଟ ଛୁଇଁଥିବା ଏହି ତିନି କିଂବଦନ୍ତି କ୍ରିକେଟର୍ ନିଜ ପାଇଁ ଏବଂ ସେମାନଙ୍କ ଦଳ ପାଇଁ ଆହ୍ବାନଭରା ସମୟ ଛାଡ଼ିଯାଇଛନ୍ତି। ବିଶେଷକରି, ରୋହିତ ଶର୍ମାଙ୍କୁ ଅପସାରଣ କରି ମୁମ୍ବାଇ ଇଣ୍ଡିଆନ୍ସ ଯେଭଳି ନୂଆ ଚାଲ୍ ଖେଳିଛି ଏହା କେତେ ସଫଳ ରହୁଛି ତାହା ଦେଖିବାର ଅଛି। ରୋହିତଙ୍କ ନେତୃତ୍ବ ଦକ୍ଷତାକୁ ନେଇ କୌଣସି ଦ୍ବନ୍ଦ୍ବ ନ ଥିଲେ ମଧ୍ୟ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଏଭଳି କଠୋର ନିଷ୍ପତ୍ତି ନେଇଛି। ରୋହିତଙ୍କ ଅଧୀନରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ମୁକୁଟ ଜିତିଥିଲା। ସେହିଭଳି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗ୍ସ ଅଧିକ ସଫଳ ରହିଛି। ପୂର୍ବ ୧୬ଟି ସଂସ୍କରଣରୁ ୧୪ଟିରେ ଖେଳିଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ୧୨ ଥର ପ୍ଲେ ଅଫ୍ ଖେଳିବା ସହ ୫ ଥର ଲେଖାଏଁ ବିଜେତା ଏବଂ ଉପବିଜେତା ହେବା ଦଳର ସଫଳତାକୁ ସଂଖ୍ୟାରେ ଦର୍ଶାଇ ଦେଉଛି। ଏହି ଦୁଇ ଅଧିନାୟକଙ୍କ ବ୍ୟତୀତ ବିରାଟ କୋହଲିଙ୍କ ବ୍ୟକ୍ତିଗତ ସଫଳତା ଅଧିକ ଚର୍ଚ୍ଚାରେ ରହିଛି। ସେ ଆଇପିଏଲ୍ର ଅଗ୍ରଣୀ ରନ୍ ସଂଗ୍ରହକାରୀ ରହିଛନ୍ତି। କିନ୍ତୁ, ତାଙ୍କ ନେତୃତ୍ବରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ସେତେ ସଫଳ ଦଳ ହୋଇପାରିନାହିଁ। ଏହି କାରଣରୁ ଦୁଇ ଋତୁ ହେବ କୋହଲି ନେତୃତ୍ବ ଛାଡ଼ି ଦଳର ଭାଗ୍ୟ ଫିଟାଇବା ଆଶାରେ ଅଛନ୍ତି। ନିଜ ବ୍ୟାଟିଂରେ ଫୋକସ୍ ରଖି ସେ ମଧ୍ୟ ଦଳର ଅଧୁରା ସ୍ବପ୍ନକୁ ସାକାର କରିବା ଜିଦ୍ରେ ଅଛନ୍ତି। ୧୬ ବର୍ଷ ପରେ ଆର୍ସିବିକୁ ମହିଳା ଦଳ ଗତ ସପ୍ତାହରେ ଡବ୍ଲ୍ୟୁପିଏଲ୍ ଟ୍ରଫି ପ୍ରଦାନ କରି ଫ୍ରାଞ୍ଚାଇଜ୍ ଭାଗ୍ୟ ଉଦୟ କରିଥିବାରୁ କୋହଲିଙ୍କ ଉପସ୍ଥିତିରେ ଫାପ୍ ଡୁ ପ୍ଲେସିସ୍ ନିଶ୍ଚିତ ଏ ବର୍ଷର ମୁକୁଟ ମୋହରେ ରହିବେ। ଆଉ ଜଣେ ସଫଳ ଅଧିନାୟକଙ୍କ କଥା ନ କହିଲେ ଏହି ପ୍ରସଙ୍ଗ ନିଶ୍ଚିତ ଅସମ୍ପୂର୍ଣ୍ଣ ରହିଯିବ। ରୋହିତ ଓ ଧୋନି ୫ ଥର ଲେଖାଏଁ ନିଜ ଦଳକୁ ଟ୍ରଫି ବିଜେତା କରିଥିବା ବେଳେ ତୃତୀୟ ସଫଳତମ ଅଧିନାୟକ ହେଲେ ଗୌତମ ଗମ୍ଭୀର। କ୍ରିକେଟ୍ ଛାଡ଼ି ସାରିଥିଲେ ମଧ୍ୟ କ୍ରିକେଟ୍ ତାଙ୍କୁ ଛାଡ଼ିନି। ରାଜନୀତି ଛାଡ଼ି ଏବେ ପୁଣି ଫେରିଛନ୍ତି କୋଲ୍କାତା ନାଇଟ୍ ରାଇଡର୍ସକୁ। କେକେଆର୍କୁ ଦୁଇ ଥର (୨୦୧୨, ୨୦୧୪) ବିଜେତା କରିଥିବା ଗମ୍ଭୀର ଏଥର ଦଳ ସହ ମାର୍ଗଦର୍ଶକ ଭାବେ ଯୋଗ ଦେଇଛନ୍ତି।
କେଉଁ ଦଳର ନେତୃତ୍ବ କାହାର?
ଚେନ୍ନାଇ ସୁପର୍ କିଙ୍ଗ୍ସ୍ : ଋତୁରାଜ ଗାଏକ୍ବାଡ୍
ମୁମ୍ବାଇ ଇଣ୍ଡିଆନ୍ସ୍ : ହାର୍ଦିକ ପାଣ୍ଡ୍ୟା
କୋଲ୍କାତା ନାଇଟ୍ ରାଇଡର୍ସ : ଶ୍ରେୟସ୍ ଆୟର୍
ଗୁଜରାଟ ଟାଇଟନ୍ସ୍: ଶୁବମନ ଗିଲ୍
ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ : କେ ଏଲ୍ ରାହୁଲ
ସନ୍ ରାଇଜର୍ସ ହାଇଦ୍ରାବାଦ : ପ୍ୟାଟ୍ କମିନ୍ସ
ଦିଲ୍ଲୀ କ୍ୟାପିଟାଲ୍ସ : ଋଷଭ ପନ୍ତ୍
ରୟାଲ୍ ଚାଲଞ୍ଜର୍ସ ବାଙ୍ଗ୍ଲୋର୍ : ଫାପ୍ ଡୁ ପ୍ଲେସିସ୍
ପଞ୍ଜାବ କିଙ୍ଗ୍ସ୍ : ଶିଖର ଧାୱନ୍
ରାଜସ୍ଥାନ ରୟାଲ୍ସ୍ : ସଂଜୁ ସାମ୍ସନ୍

ଏହି ଅବସରରେ ଆସନ୍ତୁ ଚଳିତ ଋତୁରେ ନୂଆ ଅଧିନାୟକ ଭାବେ ଦାୟିତ୍ବ ନେଇଥିବା ଖେଳାଳିଙ୍କ ସମ୍ପର୍କରେ ଆଲୋଚନା କରିନେବା। ଧୋନିଙ୍କ ଉପସ୍ଥିତିରେ ଚେନ୍ନାଇ ସୁପର୍ କିଙ୍ଗ୍ସ୍ର ଅଧିନାୟକ ହୋଇଛନ୍ତି ଯୁବ ବ୍ୟାଟର୍ ଋତୁରାଜ ଗାଏକ୍ବାଡ୍। ଗାଏକ୍ବାଡ୍ ୨୦୧୯ରୁ ଚେନ୍ନାଇ ସୁପର୍ କିଙ୍ଗ୍ସରୁ ଖେଳିଆସୁଛନ୍ତି। ଧୋନି ଅଧିନାୟକ ପଦ ଛାଡ଼ିବା ପରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ଋତୁରାଜ ସଫଳତାର ସହ ପୂରଣ କରିବା ସହିତ ଦଳର ସକାରାତ୍ମକ ଖେଳ ସଂସ୍କୃତିକୁ ଆଗେଇ ନେବେ ବୋଲି ସିଏସ୍କେ ଆଶା ପ୍ରକାଶ କରିଛି। ଗତ କିଛି ଋତୁ ହେବ ଧୋନିଙ୍କ ମାର୍ଗଦର୍ଶନ ଓ ତତ୍ତ୍ବାବଧାନରେ ଗାଏକ୍ବାଡ୍ ଅଧିନାୟକତ୍ବର କଳା ଓ ଦକ୍ଷତାକୁ ଶିଖି ଆସୁଥିବାରୁ ଏଥର ସେଭଳି ଅସୁବିଧା ହେବ ନାହିଁ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଗାଏକ୍ବାଡ୍ଙ୍କ ବ୍ୟତୀତ ପ୍ୟାଟ୍ କମିନ୍ସ ଏବଂ ଶୁବମନ ଗିଲ୍ ମଧ୍ୟ ଏଥର ଆଇପିଏଲ୍ ଅଧିନାୟକତ୍ବ ଆରମ୍ଭ କରିବେ। ମୁମ୍ବାଇ ଇଣ୍ଡିଆନ୍ସ ଚାଲିଯିବା ପରେ ଗୁଜରାଟ ଟାଇଟନ୍ସ ନେତୃତ୍ବ ଗିଲ୍ଙ୍କ ଉପରେ ପଡ଼ିଛି। ସେହିଭଳି ଅନ୍ୟତମ ଦାମୀ ଖେଳାଳି ପ୍ୟାଟ୍ କମିନ୍ସ ସମ୍ଭାଳିବେ ସନ୍ ରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ବ। ଦୁର୍ଘଟଣାରେ ଆହତ ହେବା କାରଣରୁ ଗତ ଋତୁରେ ଖେଳିପାରି ନ ଥିବା ଋଷଭ ପନ୍ତ୍ ସିଧାସଳଖ ଦିଲ୍ଲୀ କ୍ୟାପିଟାଲ୍ସ ଭାବେ ଫେରୁଛନ୍ତି। ଘରବାହୁଡ଼ା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଶ୍ରେୟସ୍ ଆୟରଙ୍କ ଉପରେ କୋଲ୍କାତା ନାଇଟ୍ ରାଇଡର୍ସ ନେତୃତ୍ବର ବୋଝ ରହିବ। ୧୦ ଦଳ ମଧ୍ୟରେ ୮ ଭାରତୀୟ ନେତୃତ୍ବ ସମ୍ଭାଳିବା ସବୁଠାରୁ ଉଲ୍ଲେଖନୀୟ ବିଷୟ।
[ad_2]




