ଖେଳ ଖବର

ରାହୁଲଙ୍କୁ ଚିଡ଼ାଇଲେ ସୁନୀଲ ସେଟ୍ଟୀ ଓ ରୋହିତ ଶର୍ମା – Kalinga News

[ad_1]

ନୂଆଦିଲ୍ଲୀ: ଆଇପିଏଲ୍‌ ପାଇଁ ଏକ ଘରୋଇ ଗେମିଂ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଜ୍ଞାପନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଅଧିନାୟକ କେଏଲ୍ ରାହୁଲଙ୍କୁ ତାଙ୍କ ଶ୍ବଶୁର ତଥା ବଲିଉଡ୍‌ ତାରକା ସୁନୀଲ ସେଟ୍ଟୀ ଓ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଚିଡ଼ାଉଥିବା ଦେଖାଯାଇଛି। ଉକ୍ତ ବିଜ୍ଞାପନରେ ରୋହିତ ଓ ସୁନୀଲ ଏକ ରେଷ୍ଟୁରାଣ୍ଟରେ ବସିଥିଲା ବେଳେ ସେଠାକୁ ରାହୁଲ ଆସୁଛନ୍ତି। ସେଠାରେ ବସିବାକୁ ଯାଉଥିଲା ବେଳେ ରାହୁଲ୍‌ଙ୍କୁ ରୋହିତ ଅଟକାଉଛନ୍ତି। ଏହା ଏକ ପାରିବାରିକ ରାତ୍ରିଭୋଜନ ବୋଲି ରୋହିତ କହୁଛନ୍ତି। ରାହୁଲ ନିରୁପାୟ ହୋଇ ସୁନୀଲଙ୍କୁ ଅନୁରୋଧ କରୁଛନ୍ତି। କିନ୍ତୁ ସୁନୀଲ କହିଛନ୍ତି ଯେପର୍ଯ୍ୟନ୍ତ ଆଇପିଏଲ୍‌ ଚାଲିବ, ସେପର୍ଯ୍ୟନ୍ତ ଶର୍ମାଙ୍କ ପୁଅ ତାଙ୍କ ପୁଅ ହେବେ। ରୋହିତ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ରାହୁଲ୍‌ଙ୍କୁ ପାରିବାରିକ ସମୟ ଶେଷ ହେଲା, ଏବେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହେଲା। ଏଥିସହିତ ସୁନୀଲ ମୁମ୍ବାଇ ଫ୍ରାଞ୍ଚାଇଜ୍‌କୁ ପ୍ରତିନିଧିତ୍ବ କରୁଥିବା ମଧ୍ୟ ସେ ଦର୍ଶାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button