ରାଜନୀତି

ମନମୋହନ ସାମଲଙ୍କ ପୋଷ୍ଟ ନେଇ ଏମିତି ରିପୋଷ୍ଟ କଲେ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ – Kalinga News

[ad_1]

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା, କର୍ମୀଙ୍କ ମନରେ ଉତ୍ସାହ

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟକୁ ନେଇ ଗତ ୬ ତାରିଖ ଠାରୁ ଲାଗି ରହିଥିବା ଚର୍ଚ୍ଚାରେ ଏକ ପ୍ରକାର ବିରାମ ଲାଗିଛି। ବିଜେପି-ବିଜେଡି ଭିତରେ ମେଣ୍ଟ ହେବା ନେଇ ଯେଉଁ ଆଲୋଚନା ହେଉଥିଲା ତାହା ଏକ ପ୍ରକାରର ମଉଳିବାକୁ ବସିଛି ଏବଂ ଯେଉଁ ଦ୍ୱନ୍ଦ୍ୱ ଗଣମାଧ୍ୟମରେ ଉଠୁଥିଲା, ରାଜନୈତିକ ମହଲରେ ଗୁଞ୍ଜରଣ ହେଉଥିଲା ତାହା ଏକ ପ୍ରକାର ଦୂରୀଭୂତ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ ପରେ ମେଣ୍ଟ ଉପରେ ହେଉଥିବା ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମେଣ୍ଟ ଆଶା ମଉଳିବାର ସଂକେତ ଦେଇଛନ୍ତି। ସେ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ମନମୋହନଙ୍କ ପୋଷ୍ଟକୁ ରିପୋଷ୍ଟ କରିଛନ୍ତି। ଓଡିଶାରେ ବିଜେପି ଏକାକୀ ଲଢିବା ନେଇ ମନମୋହନ ଯେଉଁ ପୋଷ୍ଟ କରିଛନ୍ତି ତାକୁ ରିପୋଷ୍ଟ କରି ଧର୍ମେନ୍ଦ୍ର ବୋଧେ ଏହା ଇସାରା ଦେବାକୁ ଚାହିଁଛନ୍ତି କି ବିଜେଡି ସହ ଆଉ ମେଣ୍ଟ ହେବାର ନାହିଁ ଏବଂ ବିଜେପିର ଏକାକୀ ଲଢିବାର ଏହି ନିଷ୍ପତ୍ତି କାୟମ ରହିବ।

ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ମନମୋହନ ସାମଲଙ୍କ ପୋଷ୍ଟକୁ ରିପୋଷ୍ଟ କରି ଏକ୍ସଲେଣ୍ଟ ବୋଲି କହିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ଇମେନ୍ସଲି ଗ୍ରେଟ୍‌ଫୁଲ୍‌ କହିଛନ୍ତି। ଏଥି ସହିତ ସାଂସଦ ବିଜେଡିକୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା। କିନ୍ତୁ ବିଜେପି ଏହାକୁ ଅଗ୍ରାହ୍ୟ କରିଦେଇଛି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ‌ସାମାଜିକ ଗଣମାଧ୍ୟମରେ ପୋଷ୍ଟ ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖାଯାଇଛି। ଦଳୀୟ ନେତା ଓ କର୍ମୀମାନଙ୍କ ମନରେ ଉତ୍ସାହ ଭରି ଯାଇଛି। 

ଏହା ପୂର୍ବରୁ ଓଡିଶାରେ ବିଜେପି-ବିଜେଡି ଏକାଠି ନା ଏକାକୀ ଲଢିବା ନେଇ ଯେଉଁ ସସପେନ୍ସ ଲାଗିରହିଥିଲା ସେଥିରୁ ମନମୋହନ ସାମଲ ପରଦା ହଟାଇଛନ୍ତି। ମନମୋହନ ଲେଖିଛନ୍ତି- “ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ୟ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ।

ଶ୍ରୀ ସାମଲ କହିଛନ୍ତି, କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button