ଅପରାଧ

ଜୟରାମ ପାଙ୍ଗୀଙ୍କ ନାମରେ ଜାମିନବିହୀନ ଗିରଫ ପର୍‌ୱାନା: ଯୁବକଙ୍କଠୁ ୮୬ ଲକ୍ଷ ଠକେଇ ଓ ଆକ୍ରମଣ ଅଭିଯୋଗ – Kalinga News

[ad_1]

କୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ଗିରଫ କରୁନି ପଟାଙ୍ଗୀ ପୁଲିସ

ରାଜସୁନାଖଳା: ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ନୃସିଂହପୁର ଟାଙ୍ଗୀ ସାହିର ଗୋପାଳକୃଷ୍ଣ ଜେନା (୪୭)ଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ଓ ଆକ୍ରମଣ କରିବା ଅଭିଯୋଗରେ ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ କୋରାପୁଟ ଆରକ୍ଷୀ ଅଧୀକ୍ଷକ ଓ ପଟାଙ୍ଗୀ ଥାନା ଅଧିକାରୀଙ୍କୁ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ତୁରନ୍ତ ଗିରଫ ନିମନ୍ତେ ନୋଟିସ ପ୍ରଦାନ କରିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ, ଗୋପାଳକୃଷ୍ଣ ପୂର୍ବତନ ସଂସାଦ ଶ୍ରୀ ପାଙ୍ଗୀଙ୍କ ନିକଟରେ ରହି ତାଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ୨୦୧୮ ମସିହାରେ ପଟାଙ୍ଗୀରେ ଏକ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଡିପୋ କରିବା ନିମନ୍ତେ ଶ୍ରୀ ପାଙ୍ଗୀ ସ୍ଥିର କରିଥିଲେ। ଏଥି ପାଇଁ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆବଶ୍ୟକ ହେଉଥିବାରୁ, ‘‘ତୁମେ ମୋତେ ଟଙ୍କା ଦିଅ, ସୁଧ ସହ ମୁଁ ଫେରାଇଦେବି ଓ ଦରକାର ପଡ଼ିଲେ ତୁମେ ଉକ୍ତ ପ୍ରକଳ୍ପରୁ ଲାଭାଂଶ ପାଇବ’’ ବୋଲି ଡ୍ରାଇଭର ଗୋପାଳଙ୍କୁ ଶ୍ରୀ ପାଙ୍ଗୀ ପ୍ରଲୋଭନ ଦେଖାଇଥିଲେ। ଏଥିରେ ବିଶ୍ବାସ କରି ଗୋପାଳ ରାଜସୁନାଖଳାର କିଛି ସ୍ୱୟଂସହାୟକ ଗୋଷ୍ଠୀ, କେତେକ ବ୍ୟକ୍ତି ଓ ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ କରି ତିନିଟି କିସ୍ତିରେ ପ୍ରଥମେ ୩୩ ଲକ୍ଷ ଟଙ୍କା ଓ ପରେ ୫୩ ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ। ପ୍ରଥମରେ ୩୩ ଲକ୍ଷ ପାଇବାର କିଛି ଦିନ ପରେ ଉକ୍ତ ଟଙ୍କାର ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଗୋପାଳକୁ ସୁଝିଥିଲେ।

ଶ୍ରୀ ପାଙ୍ଗୀ ବିଶ୍ୱାସଭାଜନ ହେବା ନିମନ୍ତେ ପୂରଣ ହୋଇନଥିବା ଖାଲି ଚେକ୍‌ ସମସ୍ତଙ୍କୁ ପ୍ରଦାନ କରିଥିଲେ। ତେବେ ୨ ବର୍ଷ ମଧ୍ୟରେ ପାଙ୍ଗୀ ଟଙ୍କା ଫେରସ୍ତ କରିବା ବଦଳରେ ଏବେ ଚେକ୍‌ ଲଗାଅନି ବୋଲି କହି ଚାଲିଥିଲେ। ବହୁ ବିଳମ୍ବ ହେବାରୁ ଧାର ଓ ଋଣ ଦେଇଥିବା ‌ବ୍ୟକ୍ତି ବ୍ୟାଙ୍କରେ ଚେକ୍‌ ଜମା କରିଥିଲେ। ତେବେ ଯେଉଁସବୁ ବ୍ୟାଙ୍କର ଚେକ୍‌ ଅଭିଯୁକ୍ତ ଶ୍ରୀ ପାଙ୍ଗି ଦେଇଥିଲେ ତାହା ଅଚଳ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ପରମୁହୂର୍ତ୍ତରେ ଗୋପାଳ ସମେତ ଟଙ୍କା ଦେଇଥିବା ସମସ୍ତ ବ୍ୟକ୍ତି କୋରାପୁଟ ଯାଇ ପାଙ୍ଗୀଙ୍କୁ ଟଙ୍କା ଫେରାଇବା ନିମନ୍ତେ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଗୋପାଳ ୧୦୬/୨୦୨୧ ନମ୍ବରରେ ନୟାଗଡ଼ ଉପଖଣ୍ଡ ଦୌରାଜଜ୍‌ଙ୍କ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରି ମାମଲାର ବିଚାର କରିବା ସହ ଶ୍ରୀ ପାଙ୍ଗୀଙ୍କୁ ୨୦୨୨ ଅଗଷ୍ଟ ୧୭ ତାରିଖରେ ନୋଟିସ୍‌ ଦେଇଥିଲେ। ଏହି ଘଟଣାରେ ପଟାଙ୍ଗୀ ଥାନା ମାଧ୍ୟମରେ ତହସିଲଦାରଙ୍କ କୋର୍ଟରୁ କେସ୍‌ ଜାମିନ୍‌ରେ ଆସିଥିଲେ। ନୟାଗଡ଼ କୋର୍ଟରେ ହାଜର ହେବାକୁ ପଟାଙ୍ଗୀ କୋର୍ଟ ଶ୍ରୀ ପାଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପାଙ୍ଗି ହାଜର ନ ହେବାରୁ ୨୦୨୩ ଜାନୁଆରି ୧୮ ତାରିଖରେ ନୟାଗଡ଼ କୋର୍ଟ ଶ୍ରୀ ପାଙ୍ଗୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପର୍‌ୱାନା ଜାରି କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରିନଥିଲା। ଏଣୁ ଦ୍ବିତୀୟ ଥର ୨୦୨୩ ମେ ୩ ତାରିଖରେ ଗିରଫ ପାଇଁ ପଟାଙ୍ଗୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ବିରୋଧରେ ଶ୍ରୀ ପାଙ୍ଗି ହାଇକୋର୍ଟର ଆଶ୍ରୟ ନେଇଥିଲେ ମଧ୍ୟ ହାଇକୋର୍ଟ ପୁନଶ୍ଚ ଜିଲ୍ଲା କୋର୍ଟକୁ ମାମଲା ଫେରାଇଥିଲେ। ଫଳରେ ଚଳିତ ବର୍ଷ ମାର୍ଚ୍ଚ ମାସ ୪ ତାରିଖରୁ ଆଉ ଥରେ ଜାମିନବିହୀନ ଗିରଫ ନିମନ୍ତେ ପଟାଙ୍ଗୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପୁଲିସ ଶ୍ରୀ ପାଙ୍ଗୀଙ୍କୁ ଗିରଫ କରୁନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button