ଆଇପିଏଲ୍ ରେ ଲାଗୁ ହେବ ନୂଆ ନିୟମ: ବୋଲରଙ୍କ ଚମକିବ ଭାଗ୍ୟ – Kalinga News

[ad_1]
କୋଲକାତା: ଆଇପିଏଲ୍ ୨୦୨୪ ମାର୍ଚ୍ଚ ୨୨ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍ ର ୧୭ ତମ ସିଜିନ୍ ରେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ବୋଲରଙ୍କୁ ସୁହାଇବ। ଫଳରେ ବୋଲର ଇତିହାସ ରଚିବା ସହିତ ସେମାନଙ୍କର ଭାଗ୍ୟ ଚମକିବ ବୋଲି କୁହାଯାଉଛି। ଏହି ନୂଆ ନିୟମ ବିସିସିଆଇ ପକ୍ଷରୁ ସୟଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଲାଗୁ କରାଯାଇଥିଲା। ଏବେ ଏହି ନିୟମ ପ୍ରଥମ ଥର ପାଇଁ ଆଇପିଏଲ୍ ରେ ଲାଗୁ ହେବାକୁ ଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣତଃ ଟି-୨୦ କ୍ରିକେଟରେ ଜଣେ ବୋଲରଙ୍କୁ ଗୋଟିଏ ଓଭରରେ ଦୁଇଟି ବାଉନ୍ସର ବୋଲିଂ କରିବାକୁ ସ୍ବୀକୃତି ମିଳିଥାଏ। ତେବେ ଦ୍ବିତୀୟ ବାଉନ୍ସରକୁ ଅମ୍ପାୟରଙ୍କ ଦ୍ବାରା ଏକ୍ସଟ୍ରା ଡେଲିଭରି ଭାବେ ଗଣା ଯାଇ ଏକ ରନ୍ ପ୍ରଦାନ କରାଯାଇଥାଏ। କିନ୍ତୁ ଏକଦିବସୀୟ ଏବଂ ଟେଷ୍ଟ୍ କ୍ରିକେଟରେ ଗୋଟିଏ ଓଭରରେ ବୋଲର ଦୁଇଟି ବାଉନ୍ସର ବୋଲିଂ କରିପାରିବେ। ଏବେ ସେହି ଧାରାରେ ଆଇପିଏଲ୍ ରେ ମଧ୍ୟ ଗୋଟିଏ ଓଭରରେ ବୋଲର ଦୁଇଟି ବାଉନ୍ସର ପକାଇ ପାରିବେ। ଏହାକୁ ସ୍ବୀକୃତି ପ୍ରଦାନ କରାଯାଇଛି।
#IPL2024 will not see match playing conditions mirror those in play at a T20I game. @vijaymirror charts what has changed and what hasn’t
— Cricbuzz (@cricbuzz) March 20, 2024
ଏହି ନୂଆ ବୋଲିଂ ନିୟମ ଦ୍ବାରା ବୋଲର ସୁବିଧାରେ ରହିବେ। ସେମାନେ ଗୋଟିଏ ଓଭର ପିଛା ଦୁଇଟି ବାଉନ୍ସର ପକାଇବା ସହିତ ରନ୍ ହାରକୁ ରୋକିବାରେ ସଫଳ ହୋଇ ପାରିବେ। ଏହା ସହିତ ୱିକେଟ ନେବାରେ ମଧ୍ୟ ସଫଳ ହୋଇ ପାରିବେ ବୋଲି କ୍ରିକେଟ ବିଶେଷଜ୍ଞ ମତପୋଷଣ କରିଛନ୍ତି।
[ad_2]