ଜ୍ୟୋତିଷ

ଗୁରୁବାର ଦିନ ଆପଣାନ୍ତୁ ଏହି ଉପାୟ, ଜୀବନରୁ ଦୂର ହେବ ସବୁ ସମସ୍ୟା

ଜ୍ୟୋତିଷ ବିଜ୍ଞାନରେ ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପଣ କରାଯାଇଥାଏ । ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁ ଶକ୍ତିହୀନ ହୋଇଥାନ୍ତି ତେବେ ଗୁରୁବାର ଦିନ ଆପଣ ଏଭଳି କିଛି ଉପାୟ ଆପଣାଇବା ଦ୍ୱାରା ଆପଣଙ୍କ ଉପରେ ଗୁରୁଙ୍କ ଆଶୀର୍ବାଦ ରହିବା ସହ ସକାରାତ୍ମକ ଫଳ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜ୍ଞାନ, ଶିକ୍ଷକ, ଶତର୍କ, ସନ୍ତାନ ଏବଂ ବୁଦ୍ଧି ଆଦିର କାରକ ।
ବୃହସ୍ପତିଙ୍କ ଶୁଭ ପ୍ରଭାବ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୁଖ, ସୌଭାଗ୍ୟ,ଧନ, ଆୟୁ, ଧର୍ମ ଆଦି ଲାଭ ମିଳିଥାଏ । ବୈବାହିକ ଜୀବନ ଏବଂ ସନ୍ତାନ ସୁଖ ମଧ୍ୟ ଗୁରୁଙ୍କ କୃପା ଦ୍ୱାରା ପ୍ରାପ୍ତ ହୋଇଥାଏ । ସେହିଭଳି ଧାର୍ମିକ ଦୃଷ୍ଟି କୋଣରୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ଆରାଧନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ଉପାୟ ଆପଣାଇବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କ ଆଶୀର୍ବାଦ ପାଇପାରିବେ ।

bishnu1-ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ । ବାସ୍ତବରେ ହଳଦିଆ ରଙ୍ଗ ବୃହସ୍ପତି ଦେବଙ୍କ ପ୍ରିୟ । ଏହିକାରଣରୁ ଏହି ଦିନରେ ଯେ କୌଣସି ଜାତକର ବ୍ୟକ୍ତି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା କୁଣ୍ଡଳୀରେ ଗୁରୁ ବଳବାନ ହୋଇଥାନ୍ତି । ଏହାବ୍ୟତୀତ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ ।

lord bishnu-ଗୁରୁବାର ଦିନ ସ୍ନାନ ଏବଂ ଧ୍ୟାନ କରିବା ପରେ ଚନ୍ଦନ ତିଳକ ମଧାରେ ଲଗାଇବା ଉଚିତ । ଏହି ଉପାୟ ଆପଣାଇବା ଦ୍ୱାରା କେବଳ ବୃହସ୍ପତିି ଗ୍ରହ ଶକ୍ତିଶାଳୀ ହୋଇନଥାଏ ବରଂ ମସ୍ତିଷ୍କରେ ଶୀତିଳତା ପ୍ରଦାନ କରିଥାଏ । ଆପଣ ଚାହିଁଲେ ଚନ୍ଦନ ତିଳକ ପରିବର୍ତ୍ତେ ହଳଦି ତିଳକ ମଧ୍ୟ ଲଗାଇପାରିବେ ।

bishnu--ଗୁରୁବାର ଦିନ ନକାରାତ୍ମକତା ଦୂର କରିବା ପାଇଁ ବୃହସ୍ପତି ଗ୍ରହର ମୂଳମନ୍ତ୍ର ‘ଓଁ ବୃଂ ବୃହସ୍ପତୟେ ନମଃ’କୁ ୧୦୮ ଥର ଜପ କରନ୍ତୁ । ଏହି ମନ୍ତ୍ର ବହୁତ ଶକ୍ତିଶାଳୀ ହୋଇଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଗୁରୁବାର ଦିନ ଆପଣଙ୍କ ପାଇଁ କଲ୍ୟାଣକାରୀ ହୋଇଥାଏ ।

-ଏସବୁ ବ୍ୟତୀତ ଭଗବାନ ବିଷ୍ଣୁଙ୍କ ନିକଟରେ ହଳଦିଆ ରଙ୍ଗର ଫୁଲ ଅର୍ପଣ କରିବା ସହ ଫଳ ଭୋଗ କରି ପ୍ରସାଦ ରୂପେ ପ୍ରଦାନ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button