କ’ଣ ସତରେ କୈଳାସ ପର୍ବତରେ ବାସ କରିଛନ୍ତି ଭଗବାନ ଶଙ୍କର, ଜାଣନ୍ତୁ ଏହା ସହ ଜଡିତ କିଛି ରୋଚକ ତଥ୍ୟ
ଭଗବାନ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଶ୍ରାବଣ ମାସ । ହିନ୍ଦୁ ଧର୍ମରେ ଏହି ମାସକୁ ସବୁଠାରୁ ପବିତ୍ର ବୋଲି କୁହାଯାଇଥାଏ । ଏହି ମାସରେ ଶିବ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସ ସୋମବାର ଉପବାସ କରିଥାନ୍ତି । ଏଥିସହ କାଉଁଡିଆମାନେ ମଧ୍ୟ ପାଣି ଭାର ନେଇ ଶହ ଶହ କିଲୋମିଟର ପାଦରେ ଚାଲି ଭଗବାନ ଶଙ୍କରଙ୍କ ଅଭିଷେକ କରିଥାନ୍ତି ।
ହିନ୍ଦୁ ଧର୍ମରେ କୈଳାସ ପର୍ବତର ଅନେକ ମହତ୍ତ୍ୱ ରହିଛି । କାରଣ ଏହି ପର୍ବତକୁ ଭଗବାନ ଶଙ୍କରଙ୍କ ନିବାସ ସ୍ଥଳୀ କୁହାଯାଇଥାଏ । କୈଳାସ ପର୍ବତ ସହ ଜଡିତ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଦୁନିଆର ସବୁଠାରୁ ଉଚ୍ଚ ଏବଂ ଛୋଟ ଏଭରେଷ୍ଟ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଚଡି ସାରିଛନ୍ତି କିନ୍ତୁ କୈଳାସ ପର୍ବତରେ ଆଜି ପର୍ଯ୍ୟନ୍ତ କେହି ଚଢି ପାରିନାହାନ୍ତି । କୈଳାସ ପର୍ବତର ଉଚ୍ଚତା ମାଉଣ୍ଟ ଏଭରେଷ୍ଟ ଠାରୁ ପାଖାପାଖି ୨୦୦୦ ମିଟର କମ । ଏନେଇ କୈଲାସ ପର୍ବତରେ ଆଜି ପର୍ଯ୍ୟନ୍ତ କେହି ପହଞ୍ଚି ନପାରିବା ରହସ୍ୟ ସୃଷ୍ଟି କରିଛି ।
କୈଳାସ ପର୍ବତ ଉପରେ ଚଢି ନପାରିବାକୁ ନେଇ ଅନେକ ପ୍ରକାର କାହାଣୀ ପ୍ରଚଳିତ । କିଛି ଲୋକଙ୍କ କହିବାନୁଯାୟୀ ଭଗବାନ ଶିବ କୈଳାସ ପର୍ବତ ଉପରେ ବାସ କରିଥାନ୍ତି । ଏହିକାରଣରୁ କୌଣସି ବି ଜୀବିତ ବ୍ୟକ୍ତି ଏଠାରେ ପହଞ୍ଚିପାରିନାହାନ୍ତି । ମାନ୍ୟତାଂ ଅନୁଯାୟୀ ଯେଉଁ ବ୍ୟକ୍ତି ଜୀବନରେ କିଛି ପାପ କରିନଥିବେ ସେ ହିଁ କେବଳ କୈଳାସ ପର୍ବତକୁ ଯାତ୍ରା କରିପାରିବେ । ଅନ୍ୟଏକ ମାନ୍ୟତା ଅନୁଯାୟୀ କୈଳାସ ପର୍ବତରେ ଉପରକୁ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଦୃଶ୍ୟହୀନ ହୋଇଯାଆନ୍ତି । ଏହିକାରଣରୁ କୌଣସି ବି ବ୍ୟକ୍ତି ଆଜି ପର୍ଯ୍ୟନ୍ତ କୈଳାସ ପର୍ବତକୁ ଯାତ୍ରା କରିପାରିନାହାନ୍ତି ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ପର୍ବତର କୋଣ ୬୫ଡିଗ୍ରୀରୁ ଅଧିକ । ଯେଉଁକାରଣରୁ ଏହି ପର୍ବତ ଉପରକୁ ଚଢିବା କଷ୍ଟକର ହୋଇଥାଏ । ଏଭଳି ମଧ୍ୟ ମାନ୍ୟତା ରହିଛି ପର୍ବତାରୋହୀମାନେ ଏଭରେଷ୍ଟ ପର୍ବତ ଚଢି ପାରନ୍ତି ସତ କିନ୍ତୁ କୈଳାସ ପର୍ବତ ଉପରକୁ ଯାତ୍ରା କରିପାରନ୍ତି ନାହିଁ ।
ଉଲ୍ଲେଖ ଯୋଗ୍ୟ କୈଳାସ ପର୍ବତ ଉପରେ ଚଢିବାର ଶେଷ ପ୍ରୟାସ ପାଖାପାଖି ୧୮ ବର୍ଷ ପୂର୍ବରୁ ଅର୍ଥାତ ୨୦୦୧ ମସିହାରେ କରାଯାଇଥିଲା । ସେହି ସମୟରେ ଚୀନ୍ ସ୍ପେନର ଏକ ଟିମ୍ କୁ କୈଳାସ ପର୍ବତ ଚଢିବା ପାଇଁ ଅନୁମତି ଦେଇଥିଲା । ଏହାପରଠାରୁ କୈଳାସ ପର୍ବତ ଉପରେ ଚଢିବାକୁ ନେଇ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । କାରଣ ଭାରତ ଏବଂ ତିବ୍ୱତ ସମେତ ବିଶ୍ୱର ଲୋକଙ୍କ ମାନ୍ୟତା ରହିଛି ଏହା ଏକ ପବିତ୍ର ସ୍ଥାନ, ଯେଉଁକାରଣରୁ ଏଠାରେ କେହି ଯାତ୍ରା କରିବା ଅନୁଚିତ ।