ଦେଶ- ବିଦେଶ

ଭାରତର ପାଞ୍ଚଟି ସୌନ୍ଦର୍ଯ୍ୟମୟୀ ଗାଁ, ଭ୍ରମଣ କରିବାକୁ ଭୁଲନ୍ତୁ ନାହିଁ…

ପ୍ରାୟତଃ ଆମେ ବିଦେଶକୁ ବୁଲି ଯିବାକୁ ବେଶି ଭଲ ପାଇଥାଉ । କିନ୍ତୁ ଆମ ପରି ବିଦେଶୀ ମାନେ ମଧ୍ୟ ଆମ ଦେଶ ବୁଲିବାକୁ ବିଶେଷ ଭଲ ପାଇଥାନ୍ତି । ସମସ୍ତେ ଭଲ ଭଲ ସ୍ମୃତି ନେଇ ନିଜ ଦେଶକୁ ଫେରିଥାନ୍ତି । କିନ୍ତୁ ଆମେ ବହୁ ସମୟରେ ବିଦେଶ ବୁଲି ଆମ ଭାରତର ପ୍ରକୃତି କୋଳରେ ଥିବା ଅନେକ ସୁନ୍ଦର ଯାଗାକୁ ଦେଖିନଥାଉ । ତେବେ ଆଜି ଆମେ ସେହି ଜାଗା ମାନଙ୍କ ବିଷୟରେ ଜାଣିବା । କିନ୍ତୁ ଏଠାରେ ଆମେ ଏଭଳି ଏକ ଗାଁ ଦେଖିବା ଯେଉଁଠାକୁ ଆପଣ ତରେ ଗଲେ ଆଉ ଆସିବାକୁ ଇଚ୍ଛା ହେବ ନାହିଁ । ତେବେ ଆସନ୍ତୁ ଜାଣି ସେହି ଗାଁ ବିଷୟରେ…

ତକଦାହ…
ଦାଜିର୍ଲିଂର ତକଦାହ ଏକ ବହୁ ସୁନ୍ଦର ଗାଁ । ଜିଲ୍ଲାର ଏହା ଏକ ଛୋଟ ଗାଁ ହେଲେ ମଧ୍ୟ ଏହା ଦେଖିବାକୁ ଅତି ସୁନ୍ଦର । ଏହି ଗାଁରେ ଆପଣ ଟ୍ରେକିଂର ଉପଭୋଗ କରିପାରିବେ । ଏହାଛଡ଼ା ଉଚ୍ଚ ପର୍ବତରେ ବୁଲିବାର ତ ଆନନ୍ଦ ଅଲଗା । ଯେଉଁଠାରେ ଆପଣ ଚା’ ବଗିଚାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ପ୍ରତିବର୍ଷ ଏହି ସ୍ଥାନକୁ ବହୁ ସଂଖ୍ୟକ ଲୋକ ବୁଲିବାକୁ ଆସିଥାନ୍ତି ।

ମଲାନା…
ଯଦି ଆପଣ ଭାରତର ସୁନ୍ଦର ଗାଁ ଦେଖିବାକୂ ଚାହୁଛନ୍ତି ତେବେ ମଲାନା ଗାଁକୁ ଯିବାକୁ ଭୁଲିବେ ନାହିଁ । ଏହି ଗାଁଟି ହିମାଚଳ ପ୍ରଦେଶର ସବୁଠାରୁ ସୁନ୍ଦର ଗାଁ । ଏଠାରେ ଆପଣ ଶାନ୍ତିରେ ବୁଲି ପାରିାବେ କିମ୍ବା କିଛି ମୁହୁର୍ତ୍ତ ବିତାଇ ପାରିବେ । ଏଠାରେ ଆପଣ ପ୍ରକୃତିର ସୁନ୍ଦର ଏବଂ ଅନନ୍ୟ ଦୃଶ୍ୟ ଦେଖିବାକୁ ପାଇବେ । ସହର ଗୁଡ଼ିକରେ ଶବ୍ଦଠାରୁ ଦୁରରେଏଠାରେ ଏକାକୀ ସମୟ ଅତିବାହିତ କରିପାରିବେ । ଏହି ଗାଁରେ ଅନେକ ଆକର୍ଷଣୀୟ କହାଣୀ ମଧ୍ୟ ରହିଛି ଯାହା ଅତ୍ୟନ୍ତ ଶିକ୍ଷଣୀୟ ।

ଚୁଙ୍ଗ…
ସିକ୍କିମର ଚୁଙ୍ଗ ଗାଁ ରେ ସୌନ୍ଦର୍ଯ୍ୟର ଏକ ଚିମକôାର ଦୃଶ୍ୟ ଦେଖିବକୁ ପାଇବେ । ପ୍ରତିବର୍ଷ ବହୁ ପର୍ଯ୍ୟଟକ ଏହି ସହରକୁ ବୁଲିବାକୁ ଆସିଥାନ୍ତି । ଏହା ସହ ସେଠାକାର ତିବ୍ଦତ ସୀମାରେ ଥିବା ଲାଚୁଙ୍ଗ ଗାଁ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର । ଏହି ଗାଁ ପ୍ରାୟ ୮୮୫୮ ଫୁଟ ଉଚ୍ଚରେ ରହିଛି । ଗାୃଁ ଚାରୋଟି ଚାରୋଟି ଉଚ୍ଚ ପର୍ବତ ବରଫରେ ଆଚ୍ଛାଦିତ କରି ରଖିଛି । ଯାହାର ଦୃଶ୍ୟ ମନକୁ ବହୁ ଖୁସି ଦେଇଥାଏ । ଏହି ଗାଁରେ ଆପଣ ବେଚା, ଆପଲ ଏବଂ ଆପ୍ରିକେଟ ବଗିଚା ମଧ୍ୟ ଦେଖିବାକୁ ପାଇବେ ।

ଖିମସର…
ରାଜସ୍ଥାନର ଖିମସର ଗାଁରେ ମଧ୍ୟ ଆପଣ ସୌନ୍ଦର୍ଯ୍ୟର ଗନ୍ତଘର ରହିଛି । ଗାଁଟି ମରୁଭୂମି ଘେରରେ ରହିଛି । କିନ୍ତୁ ସେଠାକୁ ଆପଣ ଜିପ୍ କିମ୍ବା ଓଟ ଦ୍ୱାରା ଯାଇପାରିବେ । ଖିମସର ଗାଁରେ ବହୁ ପ୍ରସୁଦ୍ଧ ଏବଂ ପୁରାତନ ସଂସ୍କୃତିର କତା ମଧ୍ୟ ଜାଣିବାକୂ ବା ଦେଖିବାକୁ ପାଇବେ । ଯଦି ଆପଣ କ୍ୟାପିଂ କରିବାକୁ ଭଲ ପାଉଛନ୍ତି ତେବେ ଆପଣ ଏହି ଗାଁରେ ତାହା ଉପଭୋଗ କରିପାରିବେ ।

ଗୋକର୍ଣା…

ଆପଣ ନିଶ୍ଚିତ ଭାବରେ ଗୋଆକୁ ଅନେକ ଥର ଯାଇଥିବେ । ଆଉ ସେଠାରେ ଆପଣ ଆପଣଙ୍କ ସାଙ୍ଗ ମାନଙ୍କ ସହ ବହୁତ ମସ୍ତି କରିଥାନ୍ତି । କିନ୍ତୁ ଅପଣ ଗୋଆ ନିକଟବର୍ତ୍ତୀ ଗୋକର୍ଣା ଗାଁକୁ ଯାଇନଥିବେ । ଯେଉଁଠାକୁ ଗଲେ ଆପଣ ବହୁତ ଶାନ୍ତି ଅନୁଭବ କରିପାରିବେ । ଏହି ଗାଁ ପରିଦର୍ଶନ କରିବା ସହିତ କିଛି ମୁହୁର୍ତ୍ତ ବିତାଇପାରିବେ । ପ୍ରତିବର୍ଷ ଏହି ଗାଁକୁ ବିଦେଶି ପର୍ଯ୍ୟଟକ ମାନେ ବୁଲିବା ପାଇଁ ଆସିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button