ଏମ୍ଜିଏମ୍ ସ୍ପୋର୍ଟ୍ସ ସହ ଯୋଡ଼ିହେଲେ ଶାସ୍ତ୍ରୀ-ରାଜୁ-ଶ୍ରୀଧର – Kalinga News

[ad_1]
୫୦ ଖେଳାଳିଙ୍କୁ ମିଳିବ ଅନ୍ତର୍ଜାତୀୟ ମାନର ଆବାସିକ କ୍ରିକେଟ୍ ପ୍ରଶିକ୍ଷଣ
ଭୁବନେଶ୍ବର: ଓଡ଼ିଶାରେ ଅନ୍ତର୍ଜାତୀୟମାନର ଆବାସିକ କ୍ରିକେଟ୍ ପ୍ରଶିକ୍ଷଣ ଯୋଗାଇଦେବା ଲକ୍ଷ୍ୟ ନେଇ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂଠାରେ ଆରମ୍ଭ ହୋଇଥିବା ଏମ୍ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ ସହ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ, ପ୍ରଶିକ୍ଷକ ତଥା ପ୍ରତିଷ୍ଠିତ ଭାଷ୍ୟକାର ରବି ଶାସ୍ତ୍ରୀ ଯୋଡ଼ି ହୋଇଛନ୍ତି। ତାଙ୍କ ସହ ଭାରତୀୟ ଦଳର କ୍ଷେତ୍ରରକ୍ଷଣ ଓ ବୋଲିଂ ପ୍ରଶିକ୍ଷକ ରହିସାରିଥିବା ଆର୍. ଶ୍ରୀଧର ଓ ଭରତ ଅରୁଣ ମଧ୍ୟ ଏହି ଏକାଡେମିର ବିକାଶ ଓ ପ୍ରଶିକ୍ଷଣ ଖସଡ଼ା ପ୍ରସ୍ତୁତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛନ୍ତି। ସବୁଠୁ ବଡ଼ କଥା ହେଲା ପୂର୍ବତନ ତାରକା ସ୍ପିନର ଭେଙ୍କଟପତି ରାଜୁ ଏହି କ୍ରିକେଟ୍ ଉତ୍କର୍ଷକେନ୍ଦ୍ରର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ଦକ୍ଷ ସ୍ପିନର୍ ସୃଷ୍ଟି ହେବା ସହ ଅନ୍ତର୍ଜାତୀୟ କ୍ରିକେଟର୍ଙ୍କ ମରୁଡ଼ି ଦୂର ହେବାର ଆଶା ସଂଚାର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିନେଇ ମଙ୍ଗଳବାର ଏମ୍ଜିଏମ୍ ମିନେରାଲ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତିଙ୍କ ଉପସ୍ଥିତିରେ ଶାସ୍ତ୍ରୀଙ୍କ ପ୍ରଶିକ୍ଷଣ ଏକାଡେମି ‘ବିୟଣ୍ଡ କୋଚିଂ’ ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ତଦନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ଏମ୍ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ୫୦ଜଣ ଯୁବ କ୍ରିକେଟର୍ (ଉଭୟ ବାଳକ ଓ ବାଳିକା)ଙ୍କୁ ଆବାସିକ ଭିତ୍ତିରେ କ୍ରିକେଟ୍ ପ୍ରଶିକ୍ଷଣ ପ୍ରଦାନ କରିବ। ‘ବିୟଣ୍ଡ କୋଚିଂ’ ଏଥିଲାଗି ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେବ। ସେହିଭଳି ରାଜ୍ୟରେ ଉତ୍ତମ ପ୍ରଶିକ୍ଷକ ସୃଷ୍ଟି କରିବା ଲାଗି ସ୍କୁଲ୍ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବ। ଓଡ଼ିଶାରେ ତୃଣମୂଳସ୍ତରରୁ ବିଶ୍ବସ୍ତରୀୟ କ୍ରିକେଟ୍ ପ୍ରଶିକ୍ଷଣ ଯୋଗାଇଦେବା ସହ ଉଚ୍ଚଗୁଣବତ୍ତା ସଂପନ୍ନ କ୍ରିକେଟ୍ ସଂସ୍କୃତି ସୃଷ୍ଟି କରିବା ଏହି ସହବନ୍ଧନର ମୂଳଲକ୍ଷ୍ୟ ବୋଲି ଆର. ଶ୍ରୀଧର କହିଥିଲେ।
୫୦ ଖେଳାଳିଙ୍କୁ ମିଳିବ ଅନ୍ତର୍ଜାତୀୟ ମାନର ଆବାସିକ କ୍ରିକେଟ୍ ପ୍ରଶିକ୍ଷଣ
ଦକ୍ଷ ପ୍ରଶିକ୍ଷକ ସୃଷ୍ଟି କରିବା ଦିଗରେ ହାତକୁ ନେବେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
‘‘ଆମେ ପ୍ରତିଭାବାନ ଖେଳାଳି ଚିହ୍ନଟ ଲାଗି ବିଜ୍ଞାନ ସମ୍ମତ ଚୟନ ବ୍ୟବସ୍ଥା କରିବୁ। ସବୁଠୁ ବଡ଼ କଥା ହେଲା ଆମେ ଓଡ଼ିଶାରେ ଦକ୍ଷ ପ୍ରଶିକ୍ଷକ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବୁ। କାରଣ ଜଣେ ଭଲ ପ୍ରଶିକ୍ଷକ ହିଁ ଭଲ ଖେଳାଳି ସୃଷ୍ଟି କରିପାରିବ। ଆମେ କିଛି ଦିନ ତଳେ ଏଥିନେଇ ଏକ କର୍ମଶାଳା ମଧ୍ୟ ଆୟୋଜନ କରିଥିଲୁ। ସେଥିରୁ ୪ଜଣ ପ୍ରଶିକ୍ଷକଙ୍କୁ ଚିହ୍ନଟ କରିଛୁ। ରବି ଶାସ୍ତ୍ରୀଙ୍କ ମାର୍ଗଦର୍ଶନ ଓ ପ୍ରେରଣା ଅନୁଯାୟୀ ଓଡ଼ିଶାରୁ ଖୁବଶୀଘ୍ର ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖିଛୁ। ଅନ୍ୟପକ୍ଷରେ ପୂର୍ବରୁ କିଛି ଦିନ ପାଇଁ ରାଜ୍ୟ ରଣଜୀ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ସାରିଥିବା ଭେଙ୍କଟପତି ରାଜୁ କହିଛନ୍ତି ଯେ ଆଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥାର ସବୁ ଦିଗ ପ୍ରତି ଏମ୍ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ରେ ଧ୍ୟାନ ଦିଆଯିବ। ପିଲାଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ଶ୍ରୀ ମହାନ୍ତି କହିଛନ୍ତି, ଏମ୍ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ରାଜ୍ୟରେ ନୂଆ ଧାରା ସୃଷ୍ଟି କରିବ। ରାଜ୍ୟ ସରକାରଙ୍କ ସହଯୋଗରେ କ୍ରିକେଟ୍ ସଂସ୍କୃତି ସୃଷ୍ଟି କରିବ। ଆସନ୍ତା ଏପ୍ରିଲରୁ ହିଁ ଆମ ଏକାଡେମିରେ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ ହେବ। ଏହା ଓଡ଼ିଶାରେ ଥିବା ଅନ୍ୟ ସମସ୍ତ ଏକାଡେମିଠାରୁ ଉନ୍ନତ ଓ ଉଚ୍ଚଗୁଣମାନର ହେବ। ଅନ୍ୟମାନଙ୍କ ମଧ୍ୟରେ ଏମ୍ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ମହାନ୍ତି, ଓସିଏ କ୍ୟୁରେଟର୍ ଅଞ୍ଜନ ଖୁଣ୍ଟିଆ ଉପସ୍ଥିତ ଥିଲେ।
[ad_2]




