ମେଣ୍ଟ ଚର୍ଚ୍ଚାକୁ ବଳ ଦେଲେ ପାଣ୍ଡିଆନ: ବୃହତ୍ତର ସ୍ବାର୍ଥ ପାଇଁ ମୋଦୀ-ନବୀନ ଏକାଠି ହେବେ – Kalinga News

[ad_1]
ଭୁବନେଶ୍ବର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ରାଜ୍ୟ ରାଜନୀତି ଏବେ ପୂରା ଗୋଳମାଳିଆ ହୋଇରହିଛି। ମେଣ୍ଟ ହେବ କି ନାହିଁ, ସେ ନେଇ ଉଭୟ ଦଳର ନେତା ଓ କର୍ମୀ ଦ୍ବନ୍ଦ୍ବରେ। ଏହି ସମୟରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ମନ୍ତବ୍ୟ ମେଣ୍ଟ ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି। ଯଦିଓ ସେ ମେଣ୍ଟ ହେବ ବୋଲି ସିଧାସଳଖ କହିନାହାନ୍ତି, ତେବେ ମେଣ୍ଟ ହେବାର ସମ୍ଭାବନାକୁ ବଢ଼ାଇ ଦେଇଛନ୍ତି। ସେ କହିଛନ୍ତି, ଦେଶର ଦୁଇ ମହାନ ରାଷ୍ଟ୍ରନେତା ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏକାଠି ହେବାକୁ ଚାହାନ୍ତି। ଏଥିରେ ନିର୍ବାଚନୀ ଗଣିତ ନାହିଁ କି ରାଜନୀତି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବୃହତ୍ତର ସ୍ବାର୍ଥ ପାଇଁ ମୋଦୀ-ନବୀନ ଏକାଠି ହେବେ
ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ବିଜେଡି ସହଯୋଗ ଦରକାର ନାହିଁ
ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ବିଜେପିର ସହଯୋଗ ଲୋଡ଼ା ନାହିଁ
ଆଜି ନୂଆଦିଲ୍ଲୀରେ ନିଉଜ୍-୧୮ କନ୍କ୍ଲେଭ୍ରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ନିଜର ଯୁକ୍ତି ରଖିଥିଲେ। ସେ କହିଥିଲେ, ଅନେକ ସମୟରେ ରାଜନୈତିକ ଦଳମାନେ ନିର୍ବାଚନ ଜିତିବାକୁ ମେଣ୍ଟ କରିଥା’ନ୍ତି। କିନ୍ତୁ ଏଠି ସେମିତି ଉଦ୍ଦେଶ୍ୟ ନାହିଁ। ଉଭୟ ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଜିତିବା ପାଇଁ ମେଣ୍ଟର ଆବଶ୍ୟକତା ନାହିଁ। ଓଡ଼ିଶାରେ ବିଜେଡି କ୍ରମାଗତ ଭାବେ ରାଜ୍ୟରେ ତିନି ଚତୁର୍ଥାଂଶ ଆସନ ଜିତିବାରେ ସକ୍ଷମ ହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ୯୦ ପ୍ରତିଶତ ଆସନ ବିଜେଡିକୁ ମିଳିଥିଲା। ନବୀନ ପଟ୍ଟନାୟକ ରାଜ୍ୟର ସର୍ବାଧିକ ଲୋକପ୍ରିୟ
ନେତା। ରାଜ୍ୟରେ ସରକାର ଗଢ଼ିବା ପାଇଁ ଓ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡିକୁ ବିଜେପିର ସହଯୋଗ ଲୋଡ଼ାନାହିଁ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହାନ ନେତା। ସମସ୍ତ ସର୍ଭେ କହୁଛି ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବା ପାଇଁ ବିଜେଡିର ସହାୟତା ଦରକାର ପଡ଼ିବନାହିଁ। ତେଣୁ ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ। କିନ୍ତୁ ଏହି ଦୁଇ ମହାନ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଛନ୍ତି। ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି। ଏଥିରେ ରାଜନୀତିର କିଛି ଦେଣନେଣ ନାହିଁ ଏବଂ ଏହା ରାଜନୀତିରୁ ଊର୍ଧ୍ବରେ। ଦୁଇ ଜଣ ଶ୍ରେଷ୍ଠ ବ୍ୟକ୍ତିତ୍ବ ମିଳିମିଶି କାମ କରିବାକୁ ଚାହୁଛନ୍ତି, ଯାହା ଷ୍ଟେଟ୍ମ୍ୟାନ୍ସିପ୍ର ପରିଚୟ ଦେଉଛି। ତେବେ ମେଣ୍ଟ ନେଇ ଯାହା କିଛି ହେବ, ତାହା ସମସ୍ତେ ଜାଣିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ହେଲେ କେବେ ମେଣ୍ଟ ଚିତ୍ର ସ୍ପଷ୍ଟ ହେବ ଓ ଏହାର ସ୍ବରୂପ କ’ଣ ରହିବ, ତାହାକୁ ସେ ସ୍ପଷ୍ଟ କରି ନଥିଲେ।
‘ନବୀନ ପଟ୍ଟନାୟକ ମୋ ଗୁରୁ’
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଗୁରୁ। ତାଙ୍କ ନୀତି ଓ ଆଦର୍ଶରେ ମୁଁ ଅନୁପ୍ରାଣିତ। ତାଙ୍କରି ଆଦର୍ଶରେ ହିଁ ମୁଁ ରାଜନୀତିରେ ଯୋଗଦେଇଛି। ନିଉଜ୍-୧୮ କନ୍କ୍ଲେଭ୍ରେ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି। ଶ୍ରୀ ପାଣ୍ଡିଆନ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେବେ ବି ରାଜନୀତି ପାଇଁ ରାଜନୀତି କରନ୍ତି ନାହିଁ। ସେ ରାଜନୀତିକୁ ଜନସେବା ବୋଲି ଭାବନ୍ତି। ଲୋକଙ୍କ ସେବା ଆଉ ବିକାଶ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ। ଏହା ହିଁ ତାଙ୍କ ସଫଳତାର ରହସ୍ୟ। ସରକାର ବିରୋଧୀ ହାୱା ଏ ଯାଏ ତାଙ୍କୁ ଛୁଇଁପାରିନି। ତାଙ୍କର ସେହି ଜନସେବା ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଓହ୍ଲାଇଛନ୍ତି ସତ, ହେଲେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ଦୋହରାଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ ଷଷ୍ଠ ଥର ପାଇଁ ତିନି ଚତୁର୍ଥାଂଶ ଆସନରେ ଜିତିବାରେ ନବୀନ ପଟ୍ଟନାୟକଙ୍କୁ ସେ ସହଯୋଗ କରିବେ।
ଆପଣ ନବୀନ ବାବୁଙ୍କ ରାଜନୈତିକ ଉତ୍ତରାଧିକାରୀ କି ବୋଲି ପ୍ରଶ୍ନରେ ଶ୍ରୀ ପାଣ୍ଡିଆନ କହିଛନ୍ତି, ଏହାର ଉତ୍ତର ମୁଁ ଦେବା ଉଚିତ ବୋଲି ଭାବୁନି। ଓଡ଼ିଶାର ଜନତା ଏହାର ଉତ୍ତର ଦେବେ। ମୁଁ ତାଙ୍କ ଆଦର୍ଶ ଓ କଠିନ ପରିଶ୍ରମର ଉତ୍ତରାଧିକାରୀ। ତାଙ୍କ କର୍ତ୍ତବ୍ୟନିଷ୍ଠା, ପ୍ରତିବଦ୍ଧତା ଓ ରାଜନୀତିରୁ ଊର୍ଧ୍ବରେ ରହି ଲୋକଙ୍କ ସେବା କରିବା ନୀତି ଦ୍ବାରା ମୁଁ ପ୍ରଭାବିତ। ଓଡ଼ିଶାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ବିଜେଡ଼ି ରୂପକ ଏକ ମାଧ୍ୟମ ସୃଷ୍ଟି କରିଛନ୍ତି । ସେ ଏଭଳି ଜଣେ ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ ଯେ ଓଡ଼ିଶାବାସୀଙ୍କୁ ନିଜ ହୃଦୟରେ ରଖି ବିଜେଡି ପାଇଁ ନିଶ୍ଚୟ କିଛି ଭଲ କଥା ଚିନ୍ତା କରିଥିବେ। ସେ ସବୁବେଳେ କୁହନ୍ତି, ଓଡ଼ିଶାବାସୀ ହିଁ ନିର୍ଦ୍ଧାରଣ କରିବେ ତାଙ୍କ ଉତ୍ତରାଧିକାରୀ କିଏ ହେବେ।
[ad_2]