ବଧୂ ବେଶରେ ସଜେଇ ହୋଇ ରାନୁଙ୍କୁ ଗୀତ ଗାଉଥିବା ଦେଖି ଟ୍ରୋଲ କଲେ ଲୋକେ – Kalinga News

[ad_1]
ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ରାନୁ ମଣ୍ଡଳଙ୍କୁ ମନେ ରଖିଥିବେ । ଯିଏକି ଷ୍ଟେସନରେ ଗୀତ ଗାଇ ଭାଇରାଲ ହୋଇଥିଲେ। ଭାଇରାଲ ହେବା ପରେ ବଲିଉଡରୁ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର ଆସିଥିଲା। ଏମିତି କି କଣ୍ଠଶିଳ୍ପୀ ହିମେଶ ରେସମିଆଙ୍କ ଗୀତରେ ରାନୁ ମଣ୍ଡଳ କଣ୍ଠଦାନ ବି କରିଛନ୍ତି। ସେ ସମୟରେ ହିମେଶଙ୍କ ବ୍ୟତୀତ ଅନେକ କଳାକାରମାନେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଧୀରେଧୀରେ ରାନୁଙ୍କ ଲୋକପ୍ରିୟତା କମିବାକୁ ଲାଗିଲା। ଲୋକେ ଆଉ ରାନୁଙ୍କୁ ଆଗ ଭଳି ଭଲ ପାଇବା ଦେଲେ ନାହିଁ। କିଛିଦିନ ତଳେ ରାନୁଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ଲୋକେ ଏତେଟା ପସନ୍ଦ କରି ନଥିଲେ। ଓଲଟା ରାନୁଙ୍କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଥିଲେ।
ନିକଟରେ ରାନୁଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଭିଡିଓ ରାନୁଙ୍କ ଗୀତ ପାଇଁ ନୁହେଁ ତାଙ୍କ ବେଶ ପାଇଁ ଚର୍ଚ୍ଚାରେ ରହିଛି।
ରାନୁ ମଣ୍ଡଳଙ୍କ ଏହି ଭିଡିଓ ରାବି ପାଲ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏଥିରେ ରାନୁ ଏକ ଲାଲରଙ୍ଗର ଶାଢ଼ି ପିନ୍ଧି ବଙ୍ଗୀୟ ବଧୂ ଭଳି ମୁଣ୍ଡରେ ମୁକୁଟ ଓ ଚନ୍ଦନ ଟୋପା ଲଗାଇ ହାତରେ ଚୁଡ଼ି ପିନ୍ଧି ସଜେଇ ହୋଇଛନ୍ତି। ଏଭଳି ବେଶରେ ରାନୁ ଗୀତ ବି ଗାଉଛନ୍ତି।
ରାନୁଙ୍କୁ ଏଭଳି ବେଶରେ ଗୀତ ଗାଉଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ରାନୁ ଆଣ୍ଟି ତୁମେ କେଉଁ ଗୀତ ଗାଉଛ। ମୋତେ ତ କୁରକୁରେ ମାଗିଲା ଭଳି ଶୁଣାଯାଉଛି।
[ad_2]




