ସ୍ୱାସ୍ଥ୍ୟ

ଏହି କାରଣରୁ ପୁରୁଷଙ୍କ ଠାରେ କମ ଦେଖା ଯାଇଥାଏ ଯୌନ ଇଚ୍ଛା, ଜାଣନ୍ତୁ ପୁରା ଖବର

ସାଧରଣତଃ ଆପଣମାନେ ଏହା ଜାଣିଥିବେ ଯେ ବୟସ ବୃଦ୍ଧି ସହିତ ପୁରୁଷଙ୍କ ଠାରେ ଯୌନ ଇଚ୍ଛା କମି ଯାଇଥାଏ । ଏହାର କାରଣ ହେଉଛି ଟେଷ୍ଟୋଷ୍ଟେରନ ହରମୋନ କ୍ଷରଣରେ ଅନିୟମିତତା । ତେବେ ପ୍ରଥମତଃ ପୁରୁଷ ମଧ୍ୟରେ ଯୌନ ଇଚ୍ଛା ଜାଗ୍ରତ ହେବାର ଏକମାତ୍ର କାରଣ ହେଉଛି ଟେଷ୍ଟୋଷ୍ଟେରନ ହରମୋନ । କାରଣ ଏହି ହରମୋନ ପୁରୁଷଙ୍କ ଠାରେ ଲିବିଡୋ ( ସେକ୍ସ ଡ୍ରାଇଭ ) ବୃଦ୍ଧି କରିଥାଏ । ମାତ୍ର ଯେତେବେଳେ ପୁରୁଷଙ୍କ ଠାରେ ଏହି ହରମୋନ କ୍ଷରଣ ହ୍ରାସ ପାଏ ସେତେବେଳେ ଯୌନ ଇଚ୍ଛାକୁ ସେମାନେ ସହଜରେ ଅନୁଭୂତ କରି ପାରନ୍ତି ନାହିଁ ।

ଏହାଦ୍ବାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଯେତେବେଳେ ପୁରୁଷଙ୍କ ଶରୀରରେ ଏହି ହରମୋନ ହ୍ରାସ ହୋଇଥାଏ ସେତେବେଳେ ଶରୀରରେ ନାନା ପ୍ରକାରର ଲକ୍ଷଣ ଦେଖାଯାଏ । ଏହାର କାରଣ ହୋଇପାରେ ଉପଯୁକ୍ତ ଚିକିତ୍ସା ସମସ୍ୟା । ଯାହାଦ୍ୱାରା ଟେଷ୍ଟଷ୍ଟେଟନ ସ୍ତର କମିଥାଏ । ତେବେ ଏହି ଟେଷ୍ଟଷ୍ଟେଟନ ସ୍ତର କମିବାର କାରଣ ଏପରି ହୋଇପାରେ ଯେ ଯେଉଁ ବ୍ୟକ୍ତି ମଧୁମେହ ପ୍ରକାର ୨ ଦ୍ୱାରା ପୀଡ଼ିତ ହୋଇଥାନ୍ତି, ସେମାନଙ୍କ ଠାରେ ଏହି ସମସ୍ୟା ଦେଖା ଯିବାର ଅଧିକ ସମ୍ଭାବନା ରହିଥାଏ ।

ଏହାବ୍ୟତୀତ ଆଉ ଏକ କାରଣ ହୋଇପାରେ ଯେ ମୋଟାପଣ ସମସ୍ୟା । ଏହାଦ୍ବାରା ମଧ୍ୟ ଟେଷ୍ଟଷ୍ଟେରନ ସ୍ତର କମିବାରେ ଲାଗିଥାଏ । ଏହିସବୁ କାରଣରୁ ମଧ୍ୟ ଟେଷ୍ଟଷ୍ଟେରନ ସ୍ତର କମିବା ବିଷୟରେ ଜାଣିହୁଏ ନାହିଁ । ଏହା କେବଳ ସେତେବେଳେ ଜଣା ପଡ଼ିଥାଏ ଯେତେବେଳେ ରକ୍ତ ପରୀକ୍ଷା ହୋଇଥାଏ । ପୁରୁଷଙ୍କ ବୟସ ବୃଦ୍ଧି ସହିତ ହରମୋନ ସ୍ତର ଦିନକୁ ଦିନ କମିବାରେ ଲାଗିଥାଏ । ଯେଉଁ କାରଣରୁ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ଭୋଗର ଇଚ୍ଛା ଧୀରେ ଧୀରେ କମିଯାଏ ।

ସାଧରଣତଃ ପୁରୁଷଙ୍କ କ୍ଷେତ୍ରରେ ୪୫ ବର୍ଷରୁ ଉର୍ଦ୍ଧ ହେଲେ ଏହି ଟେଷ୍ଟଷ୍ଟେରନ ସ୍ତର କମିଥାଏ । ତେଣୁ ରକ୍ତ ପରୀକ୍ଷା କରି ଏହାର ଲକ୍ଷଣ ବିଷୟରେ ଜାଣିନେବା ଉଚିତ । ସାଧରଣତଃ ଦୈନନ୍ଦିନ ଜୀବନରେ, ସାଧାରଣ ଜୀବନଚର୍ଯା, ଖାଦ୍ୟପେୟ, ମଦ୍ୟପାନ, ରୋଗ, ଅଧିକ ମାତ୍ରାରେ ଔଷଧ ସେବନ, ଅନ୍ୟ କୌଣସି ଗମ୍ଭୀର ରୋଗ କାରଣରୁ ମଧ୍ୟ ଏହାର ସ୍ତର ପ୍ରଭାବିତ ହୋଇ ବଦଳିଥାଏ । ଅଧିକାଂଶ ପୁରୁଷଙ୍କ ଠାରେ ଏହି ସମସ୍ୟା ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ ହେବା ପରେ ହିଁ ଦେଖା ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button