ମନୋରଞ୍ଜନ

ସଲମାନଙ୍କ ପାଦ କେବେ ଛୁଇଁବେ ନାହିଁ; ଜାଣନ୍ତୁ କାହିଁକି ଏଭଳି କହିଲେ ମିଥୁନଙ୍କ ପୁଅ – Kalinga News

[ad_1]

ମୁମ୍ବାଇ: ସଲମାନଙ୍କ ପାଦ କେବେ ଛୁଇଁବେ ନାହିଁ। ଏଭଳି କହି ଚର୍ଚ୍ଚାରେ ସୁପରଷ୍ଟାର ମିଥୁ ଚକ୍ରବର୍ତ୍ତୀଙ୍କ ପୁଅ ନମାଶୀ ଚକ୍ରବର୍ତ୍ତୀ। ସୁପରଷ୍ଟାର ସଲମାନ ଖାନଙ୍କ ସହ ଘଟିଥିବା ଏକ ଘଟଣାର ଉଦାହରଣ ଦେଇ ସେ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ସେ ପ୍ରଥମେ ଦିଶା ପଟାନୀଙ୍କ ଆଗରେ ସଲମାନଙ୍କୁ ମୁଣ୍ଡିଆ ମାରିଥିଲେ, ସେତେବେଳେ ରାଗିଯାଇଥିଲେ ସଲମାନ।

ତାଙ୍କ କହିବା ମୁତାବକ, “ସଲମାନ ଭାଇ ମେହବୁବ ଷ୍ଟୁଡିଓରେ ଫିଲ୍ମ ‘ରାଧେ’ ପାଇଁ ସୁଟିଂ କରୁଥିଲେ। ମୁଁ ସେ ସମୟରେ ବ୍ୟାଡ ବଏ ଫିଲ୍ମର ସୁଟିଂ ଶେଷ କରି ଘରକୁ ବାହାରୁଥିଲି। ସେ ଥିବା ଜାଣି ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି। ତାଙ୍କୁ ଦେଖିବା ପରେ ବଡ଼ ବୋଲି ମୁଁ ଯାଇ ତାଙ୍କ ପାଦ ଛୁଇଁଥିଲି। ହେଲେ ସେ ମୋତେ ଏଭଳି କରିବାକୁ ମନାକରି ଆଲିଙ୍ଗନ କରିଥିଲେ ଏବଂ କହିଥିଲା, ‘ମୁଁ ତୁମ ବୟସର। ବୁଢ଼ା ନୁହେଁ। ଯଦି ତୁମେ ଆଉଥରେ ପାଦ ଛୁଇଁବାକୁ ‌ଚେଷ୍ଟା କର, ବିଶେଷ କରି ଦିଶା ପଟାନି ଥିବ‌ା ବେଳେ ଯଦି ଏଭଳି କର ତେବେ ମୁଁ ତୁମକୁ ସେଟରୁ ବାହାରକୁ ପଠାଇଦେବି। ତେଣୁ, ମଁ କହିବି ସଲମାନଙ୍କ ପାଦ କେବେ ଛୁଅନ୍ତୁ ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button