ଦେଶ- ବିଦେଶ

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ଜଙ୍ଗଲରୁ ମିଳିଲା ମୃତଦେହ – Kalinga News

[ad_1]

ନୂଆଦିଲ୍ଲୀ : ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ବୋଷ୍ଟନ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିବା ୨୦ ବର୍ଷୀୟ ପରୁଚୁରି ଅଭିଜିତ ନାମକ ଜଣେ ଭାରତୀୟ ଛାତ୍ରଙ୍କର ଆମେରିକାରେ ମୃତ୍ୟୁ ହୋଇଯାଇଛି। ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ଏହି ଛାତ୍ରଙ୍କ ମୃତଦେହ ବିଶ୍ବବିଦ୍ୟାଳୟ ପରିସରର ଜଙ୍ଗଲରୁ ମିଳିଛି। ତେବେ ହତ୍ୟାକା‌ଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ଧରା ପଡ଼ିନାହାନ୍ତି। ଆକ୍ରମଣକାରୀ ଟଙ୍କା କିମ୍ବା ଲାପଟପ୍‌ ପାଇଁ ଅଭିଜିତଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି। ତେବେ ବିଶ୍ବବିଦ୍ୟାଳୟ ପରିସରରେ ହତ୍ୟାକାଣ୍ଡକୁ ନେଇ ଅନେକ ପ୍ରଶ୍ନ ଉଠିଛି ଏବଂ ଅଭିଜିତଙ୍କର ଅନ୍ୟ ଛାତ୍ରମାନଙ୍କ ସହ ବଚସା ହୋଇଥାଇପାରେ ବୋଲି କୁହାଯାଉଛି। ଅଭିଜିତ ତାଙ୍କ ବାପା ମା’ଙ୍କର ଏକମାତ୍ର ପୁଅ। ସେ ତାଙ୍କ ପିଲାଦିନୁ ଜଣେ ମେଧାବୀ ଛାତ୍ର। ଅଭିଜିତ ବିଦେଶରେ ପଢ଼ନ୍ତୁ ବୋଲି ତାଙ୍କ ମା’ ଚାହୁନଥିଲେ। କିନ୍ତୁ ସେ ତାଙ୍କ ଭବିଷ୍ୟତ ପାଇଁ ବିଦେଶରେ ପାଠ ପଢ଼ିବାକୁ ଚାହିଥିଲେ। ଗୁଣ୍ଟୁର ସ୍ଥିତ ବୁରିପଲେମରେ ଗତ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଅଭିଜିତଙ୍କ ମର ଶରୀର ଆସି ପହଞ୍ଚିଛି। ତେବେ ଆମେରିକାରେ ଭାରତୀୟ ବଂଶୋଦ୍ଭବ ଏବଂ ଭାରତୀୟ ଛାତ୍ରଙ୍କ ଉପରେ ଏହା ନବମ ଆକ୍ରମଣ ଘଟଣା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button