ନିର୍ବାଚନୀ ବଣ୍ଡ୍ ଜନିତ ସମସ୍ତ ତଥ୍ୟ ଗୁରୁବାର ସୁଦ୍ଧା ଦାଖଲ କରିବାପାଇଁ ଏସବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ – Kalinga News

[ad_1]
ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ୍ ଜନିତ ସମସ୍ତ ତଥ୍ୟ ଆସନ୍ତା ଗୁରୁବାର ସୁଦ୍ଧା ଦାଖଲ କରିବାପାଇଁ ସୁପ୍ରିମକୋର୍ଟ ଏସବିଆଇକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ଏସବିଆଇ ସମସ୍ତ ତଥ୍ୟ ସାର୍ବଜନୀନ କରିବାପରେ ଏସବିଆଇ ଅଧ୍ୟକ୍ଷ ଏ ସଂକ୍ରାନ୍ତ ଏକ ସତ୍ୟପାଠ ଦାଖଲ କରିବାପାଇଁ କୋର୍ଟ କହିଛନ୍ତି। ତଥ୍ୟ ଦାଖଲ କରିବା ସମୟରେ ଏସବିଆଇ ଆଦୌ ଚୟନାତ୍ମକ ନହେବାପାଇଁ କୋର୍ଟ କହିଛନ୍ତି। ଏସବିଆଇ ନିର୍ବାଚନୀ ବଣ୍ଡ୍ ସିରିୟଲ ନମ୍ବର ସମେତ ସମସ୍ତ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ତେବେ ଏସବିଆଇଠାରୁ ତଥ୍ୟ ପାଇବାପରେ ନିର୍ବାଚନ କମିସନ ମଧ୍ୟ ସଙ୍ଗେସଙ୍ଗେ ଏହି ତଥ୍ୟ ୱେବସାଇଟରେ ପକାଇବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ଦେବାବେଳେ ଏସବିଆଇ ଆଦୌ ଚୟନାତ୍ମକ ନହେବାପାଇଁ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। କୌଣସି ତଥ୍ୟ ଯେଭଳି ଚପାନଯାଏ ସେନେଇ କୋର୍ଟ ସତର୍କ କରାଇ ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଆମେ ନିର୍ବାଚନୀ ବଣ୍ଡ୍ ଜନିତ ସମସ୍ତ ତଥ୍ୟ ଏବଂ ସୂଚନା ଜାଣିବାକୁ ଚାହୁ। ତୁମେ ଏଠାରେ ରାଜନୈତିକ ଦଳ ପାଇଁ କାମ କରୁଛ ବୋଲି ଯେମିତି ଅନୁଭବ ନହେଉ। ପ୍ରତିଟି ତଥ୍ୟ ସାର୍ବଜନୀନ ହେବା ଉଚିତ। କୋର୍ଟଙ୍କ ରାୟ ଏସବିଆଇ ମାନିବାପାଇଁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଏସବିଆଇ ନିର୍ବାଚନୀ ବଣ୍ଡ୍ ନମ୍ବର ଜାରି କରିନଥିବାରୂ ଏନେଇ ସୁପ୍ରିମକୋର୍ଟ ପୂର୍ବରୁ ବି ଏସବିଆଇ ଉପରେ ବର୍ଷିଛନ୍ତି।
[ad_2]




