ମନୋରଞ୍ଜନ

ପାରିଶ୍ରମିକ ଦ୍ବିଗୁଣ ବଢ଼ାଇଲେ ତୃପ୍ତି, ‘ଭୁଲ୍‌ ଭୁଲେୟାଁ ୩’ରେ ଆସିବେ ନଜର – Kalinga News

[ad_1]

ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’ରେ ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଥିଲେ ବି ଲାଇମ୍‌ଲାଇଟ୍‌ ଚୋରାଇବାରେ ସଫଳ ହୋଇଥିଲେ ତୃପ୍ତି ଡିମ୍‌ରି। ସେହି ଫିଲ୍ମରେ ଅଭିନୟ କରିବା ପରେ ରାତାରାତି ‘ନେସ୍‌ନାଲ୍‌ କ୍ରସ୍‌’ ପାଲଟିଗଲେ ତୃପ୍ତି। ନିଜର ସୌନ୍ଦର୍ଯ୍ୟ ଓ ଅଭିନୟର ଯାଦୁରେ ଖୁବ୍‌ କମ୍‌ ସମୟରେ ସେ ଦର୍ଶକଙ୍କ ମନର ରାଣୀ ସାଜିଗଲେ।

ବର୍ତ୍ତମାନ ତୃପ୍ତିଙ୍କର ଏହି ‌ଲୋକପ୍ରିୟତା ତାଙ୍କୁ ଆର୍ଥିକ ସ୍ତରରେ ବି ସହାୟ ‌ହେଉଛି। କାହିଁକି ନା, ‘ଆନିମଲ୍‌’ ପରେ ନିଜର ପାରିଶ୍ରମିକକୁ ଦ୍ବିଗୁଣ ବଢ଼ାଇ ଦେଇଛନ୍ତି ଅଭିନେତ୍ରୀ। ଆପଣ ଜାଣିଥିବେ ନିଶ୍ଚୟ ଯେ ତୃପ୍ତି ଆଗକୁ ‘ଭୁଲ୍‌ ଭୁଲେୟାଁ ୩’ରେ ନଜର ଆସିବେ। ଏଥିରେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ନାୟିକା ସାଜିବେ। ଶୁଣିବାକୁ ମିଳୁଛି ଯେ ଲୋକପ୍ରିୟତା ବୃଦ୍ଧି ହେବା ସହ ତୃପ୍ତି ନିଜର ପାରିଶ୍ରମିକ ବୃଦ୍ଧି କରିବାକୁ ବି ଦାବି କରିଥିଲେ। ନିର୍ମାତା ମଧ୍ୟ ତାଙ୍କ କଥାରେ ରାଜି ହୋଇଯାଇଛନ୍ତି।

ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ଭୁଲ୍‌ ଭୁଲେୟାଁ ୨’ ପାଇଁ କିଆରା ଆଡଭାନୀ ୪ କୋଟି ଟଙ୍କା ପରିଶ୍ରମିକ ନେଇଥିଲେ। ଏହି ଭାଗରେ ତୃପ୍ତିଙ୍କ ବ୍ୟତୀତ ଅଭିନେତ୍ରୀ ବିଦ୍ୟା ବାଲନ ବି ନଜର ଆସିବେ। ଫିଲ୍ମଟି ୨୦୨୪ ମସିହା ଦୀପାବଳିରେ ମୁକ୍ତିଲାଭ କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button