ଖେଳ ଖବର

ଅଲିମ୍ପିକ୍ସ ପରେ ଅବସର ଚିନ୍ତା କରିବେ ଶ୍ରୀଜେଶ – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ପ୍ୟାରିସ୍‌ ଅଲିମ୍ପିକ୍ସ ପରେ ଅବସର ଘୋଷଣା କରିବେ। ଶ୍ରୀଜେଶ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ଖେଳିବାକୁ ଯାଉଛନ୍ତି। କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସ ତାଙ୍କର ଶେଷ ମ୍ୟାଚ୍‌ ହେବ ବୋଲି ଆଗୁଆ କେହି ଆକଳନ ନକରନ୍ତୁ ବୋଲି ସେ ଚାହିଛନ୍ତି। କାରଣ ୩୬ ବର୍ଷ ବୟସରେ ମଧ୍ୟ ‌ବିପ୍‌ ପରୀକ୍ଷାରେ ତାଙ୍କର ‌ଫଳାଫଳ ୨୦.୮ ରହୁଛି। କିନ୍ତୁ ଅଲିମ୍ପିକ୍ସ ପରେ ଅବସର ନେଇପାରନ୍ତି ବୋଲି ସେ ଏକ ସାକ୍ଷାତକାରରେ ଇସାରା ଦେଇଛନ୍ତି। ତେବେ ଅବସର ‌ପରେ ସେ କିଛି ସମୟ ପାଇଁ ବିରାମ ନେବେ। ଜଣେ ଖେଳାଳିରୁ ପ୍ରଶିକ୍ଷକ, ସହକାରୀ ପ୍ରଶିକ୍ଷକ କିମ୍ବା ଗୋଲରକ୍ଷକ ପ୍ରଶିକ୍ଷକ ହେବା ପାଇଁ ସମୟ ଦରକାର ହୋଇଥାଏ। କିନ୍ତୁ ଶ୍ରୀଜେଶ ୨୦୩୬ କିମ୍ବା ୨୦୪୦ ବେଳକୁ ଭାରତୀୟ ଦଳର ପ୍ରଶିକ୍ଷକ ହୋଇପାରନ୍ତି ବୋଲି ଆଶା ରଖିଛନ୍ତି।

ଶ୍ରୀଜେଶ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ନେତୃତ୍ବ ନେଇଥିଲା ବେଳେ ଐତିହାସିକ କାଂସ୍ୟ ପଦକ ବିଜୟରେ ବଡ଼ ଭୂମିକା ତୁଲାଇଥିଲେ। ତେବେ ବର୍ତ୍ତମାନର ଦଳ ପାଖରେ ଅଲିମ୍ପିକ୍ସ ପଦକ ଜିତିବା ଦକ୍ଷତା ରହିଛି ଏବଂ ଆମଠୁ ଭଲ ଫଳାଫଳ ଆଣିପାରିବେ ବୋଲି କହିଛନ୍ତି। ଅଲିମ୍ପିକ୍ସ ଯାଉଥିବା ପ୍ରତ୍ୟେକ କ୍ରୀଡ଼ାବିତ୍‌ ସ୍ବର୍ଣ୍ଣ ଜିତିବାକୁ ଚାହାନ୍ତି। ହକିର ‌ଶୀର୍ଷ ୬ ଦଳ ଏବେ ପରସ୍ପରକୁ ପରାଜିତ କରିପାରିଛନ୍ତି। ଭାରତ ଯେଉଁ ପୁଲ୍‌ରେ ରହିଛି ସେଠାରେ ଯେ‌କୌଣସି ଦଳ କାହାକୁ ନା କାହାକୁ ହରାଇପାରେ। କିନ୍ତୁ ଆମ ପାଖରେ ‌ପୋଡିୟମ୍‌ ଫିନିସ୍ ପାଇଁ ଦକ୍ଷତା ରହିଛି। ହେଲେ ଏଥିପାଇଁ ଜଣେ ଗଭୀର ଆତ୍ମବିଶ୍ବାସୀ ହେବା ଦରକାର ନାହିଁ ବୋଲି ଶ୍ରୀଜେଶ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଦଳ ସହିତ ମେଣ୍ଟାଲ କଣ୍ଡିସନିଂ ପ୍ରଶିକ୍ଷକ ପ୍ୟାଡି ଅପ୍‌ଟନ୍‌ ରହିବାକୁ ଥିବାରୁ ଏହା ଖେଳାଳିମାନଙ୍କୁ ଅନେକ ପରିମାଣରେ ସହାୟତା ଦେବ ବୋଲି ସେ କହିଛନ୍ତି। ଖେଳାଳିମାନଙ୍କର ମାନସିକ ଦ୍ବନ୍ଦ୍ବ ଦୂର କରିବା ଦିଗରେ ସେ ସହାୟତା କରିବେ। ଅଲିମ୍ପିକ୍ସ ଏକ ସାଧାରଣ ମଞ୍ଚ ନୁହେଁ। ଏଠାରେ ଖେଳିଲେ ଚାପ ଆପେଆପେ ରହିଥାଏ। ଏହା ଏକ ମ୍ୟାଜିକାଲ୍‌ ଦୁନିଆ ଓ ଏକ ମହୋତ୍ସବ। ଏହା ଯେକୌଣସି ଖେଳାଳିଙ୍କୁ ପ୍ରଲୋଭିତ କରିପାରେ। ପ୍ୟାଡି ୨୦୧୧ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ ସହିତ ଥିଲେ। ତାଙ୍କ ପାଖରେ ଅଭିଜ୍ଞତା ଅଛି। ତେଣୁ ସେ ଆମ ମାନସିକ ସ୍ଥିତିକୁ ଭଲଭାବେ ବୁଝି ତାହାର ସମାଧାନ କରିପାରିବେ ବୋଲି ଶ୍ରୀଜେଶ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button